fbpx

ଗଛ ସହିତ ଫଟୋ ଉଠାଇ ଗିରଫ ହେଲେ ମହିଳା , ୭୦୦ ବର୍ଷ ପୁରୁଣା ଗଛରେ ଏମିତି କ’ଣ ରହିଛି ରହସ୍ୟ

ନୂଆଦିଲ୍ଲୀ : ଜଣେ ମହିଳା ଏକ ଗଛ ସହ ଫଟୋ କ୍ଲିକ୍ କରିଥିଲେ । କିନ୍ତୁ ଏହି କ୍ଲିକ୍ ତାଙ୍କୁ ମହଙ୍ଗା ପଡିଥିଲା । ଏଥିପାଇଁ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଗିରଫ ମହିଳାଙ୍କ ନାଁ ହେଉଛି ନାମ ଲୁଇଜା କୋସିଖ । ଏହି ମାମଲା ଇଣ୍ଡୋନେସିଆର ବାଲିର । ତେବେ ଏହି ଗଛରେ କ’ଣ ଅଛି ଯେ, ତାଙ୍କୁ ଗିରଫ ହେବାକୁ ପଡିଥିଲା ।

ଏହି ଗଛଟି ତବାନାନ ରେଜେନ୍ସିର ବାୟାନ ଗ୍ରାମରେ ଥିବା ଏକ ମନ୍ଦିର ଜମିରେ ଅବସ୍ଥିତ । ଏହି ପ୍ରାଚୀନ ଗଛଟି ୭୦୦ ବର୍ଷ ପୁରୁଣା । ଏହାକୁ ସ୍ଥାନୀୟ ଲୋକ ପବିତ୍ର ବୋଲି ବିବେଚନା କରନ୍ତି । କିନ୍ତୁ ଏହି ମହିଳା ଜଣଙ୍କ ନଗ୍ନ ଫଟୋ ସୁଟ୍ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଯେଉଁଥିପାଇଁ ମହିଳାଙ୍କୁ ଗିରଫ କରାଯାଇଥିଲା । ସ୍ଥାନୀୟ ପ୍ରଶାସନ୍ ପକ୍ଷରୁ ଏହି ଗିରଫଦାରୀକୁ ନିଶ୍ଚିତ କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ବହୁ କ୍ରୋଧ ପ୍ରକାଶ କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ଏପ୍ରିଲ ୧୧ ରେ ଇନଷ୍ଟାଗ୍ରାମରେ ଏହି ଫଟୋ ପୋଷ୍ଟ ହୋଇଥିଲା, ଯାହାକୁ ଡିଲିଟ୍ କରାଯାଇଥିଲା । ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଫଟୋସୁଟ କରିଥିବା ମହିଳାଙ୍କ ଚିତ୍ର ମଧ୍ୟ ସେୟାର କରିଛନ୍ତି। ଏହି ଖବର ଲେଖିବା ବେଳକୁ ୧୬ ହଜାରରୁ ଅଧିକ ଲୋକ ଏହି ପୋଷ୍ଟକୁ ପସନ୍ଦ କରିଛନ୍ତି । ଲୋକମାନେ ଏହା ଉପରେ ବହୁତ କମେଣ୍ଟ କରୁଛନ୍ତି । ଏଥିରେ ଅନେକ ଲୋକ ଏହି ମହିଳାଙ୍କ ବିରୋଧରେ କ୍ରୋଧିତ ମନ୍ତବ୍ୟ ଦେଇଛନ୍ତି।

Get real time updates directly on you device, subscribe now.