fbpx

ଜୟପୁର ସହରରେ ୭ ଦିନ ପାଇଁ ୧୪୪ ଧାରା ଲାଗୁ, ଅପରାହ୍ନ ୩ରୁ ସକାଳ ୯ଟା ଯାଏଁ କଟକଣା

କୋରାପୁଟ: ଜୟପୁର ସହରରେ ୭ ଦିନ ପାଇଁ ଲାଗୁ ହେଲା ୧୪୪ ଧାରା। ସହରର ସବଡିଭିଜନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏହି କଟକଣା ଅପ୍ରେଲ ୧୩ରୁ ୨୦ ତାରିଖ ଯାଏଁ ଲାଗୁ ରହିବ। ଅପରାହ୍ନ ୩ଟାରୁ ପରିବର୍ତ୍ତି ଦିନ ସକାଳ ୯ଟା ଯାଏଁ କଟକଣା ବଳବତ୍ତର ରହିବ। ପରେ ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏଁ କଟକଣା କୋହଳ କରାଯିବ। ଆଗକୁ ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ରହିଛି, ତେଣୁ ଆଇନ୍ ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଏହି ପଦକ୍ଷେପ ନେଇଛି।

ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରାଯିବା ସହ ଭୟଙ୍କର ହିଂସାକାଣ୍ଡ ଘଟିଛି। ହନୁମାନ ଜୟନ୍ତୀ ଉପଲକ୍ଷେ ଆଜି ସମ୍ବଲପୁରରେ ଏକ ବାଇକ ଶୋଭାଯାତ୍ରା କରାଯାଉଥିଲା। ତେବେ ଏହି ସମୟରେ ଦୁଇ ସମୁଦାୟ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା, ଏହି ହିଂସାକାଣ୍ଡରେ ୧୦ରୁ ଅଧିକ ପୋଲିସ ଆହତ ହୋଇଛନ୍ତି।

ସୂଚନା ମୁତାବକ ଧନୁପାଲି ଛକରୁ ବାଇକ୍ ରାଲି ଯିବା ସମୟରେ ପୋଲିସ ଉପରକୁ ଟେକା ପଥର ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ୧୦ରୁ ଅଧିକ ପୋଲିସ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଅତିରିକ୍ତ ଏସପି ଓ ଆଇଆଇସି ରହିଥିବା ଜଣାପଡ଼ିଛି। ଏଥିସହିତ ୫୦ରୁ ଅଧିକ ବଜରଙ୍ଗ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

No photo description available.

Get real time updates directly on you device, subscribe now.