fbpx

ବିକ୍ରି ହୋଇଯିବ ଇଣ୍ଡିଆନ ରେଲୱେ? ସଂସଦରେ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ

ନୂଆଦିଲ୍ଲୀ: ସମସ୍ତ ରେଳଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଗତ କିଛିଦିନ ଦିନ ଭାରତୀୟ ରେଳବାଇକୁ ଏକ ବଡ଼ ଚର୍ଚ୍ଚା ହେଉଛି । ଇଣ୍ଡିଆନ ରେଲୱେକୁ କେନ୍ଦ୍ର ସରକାର ଘରୋଇକରଣ କରିଦେବେ ବୋଲି କୁହାଯାଉଛି । ଏଥିସହିତ କିଛି ଅନ୍ୟ କମ୍ପାନୀଙ୍କୁ ମଧ୍ୟ କେନ୍ଦ୍ର ସରକାର ଘରୋଇ ସଂସ୍ଥା ହାତକୁ ଟେକିଦେବେ ବୋଲି ଚର୍ଚ୍ଚା ହେଉଛି । ତେବେ ରେଲୱେର ଘରୋଇକରଣ ପ୍ରସଙ୍ଗରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ରେଳମନ୍ତ୍ରୀ ଅଶ୍ୱିନୀ କହିଛନ୍ତି, ରେଳବାଇକୁ ଘରୋଇକରଣ କରିବା ନେଇ କେନ୍ଦ୍ର ସରକାରଙ୍କ ବର୍ତ୍ତମାନ ସେପରି କିଛି ଯୋଜନା ନାହିଁ । ରେଳବାଇକୁ ଘରୋଇ ହାତକୁ ଟେକି ଦିଆଯିବ ନାହିଁ ନାହିଁ ବୋଲି ସେ ସଂସଦରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଆଗାମୀ ଦିନରେ ରେଲବାଇରେ ବହୁତ କିଛି ସୁବିଧା କରାଯିବା ସହିତ କିଛି ଟ୍ରେନରେ ପରିବର୍ତ୍ତନ କରାଯିବ ।

ଆଗକୁ ବନ୍ଦେ ଭାରତ ଟ୍ରେନ ଅନ୍ୟ କିଛି ରୁଟରେ ମଧ୍ୟ ଯାତ୍ରା ଆରମ୍ଭ କରିବ । ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ ୧୪ଟି ରୁଟରେ ଯାତ୍ରା କରୁଥିବା ବେଳେ ଏହାକୁ ଦ୍ରୁତ ଭାବେ ବୃଦ୍ଧି କରାଯିବ । ଆଗାମୀ ଦିନରେ ଭାରତୀୟ ରେଳବାଇରେ ଆହୁରି ଆଡଭାନ୍ସ ଦେଖିବାକୁ ମିଳିବ । ସେଥିପାଇଁ ବିଭାଗ ପକ୍ଷରୁ କିଛି ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଗତିଶକ୍ତି କାର୍ଗୋ ଟର୍ମିନାଲ (ଜିସିଟି) ନୀତି ମାଧ୍ୟମରେ ଆସନ୍ତା ୩ ବର୍ଷରେ ଏହାକୁ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ୨୨ଟି ଜିସିଟି କାର୍ଯ୍ୟ ଜାରି ରହିଛି । ରେଲୱେ ଟର୍ମିନାଲକୁ ଅଣରେଲୱେ ଭୂମିରେ ବିକଶିତ କରିବା ପାଇ ସଠିକ୍ ସ୍ଥାନ ନିର୍ଦ୍ଧାରଣ କରିବା ପାଇଁ ଜିସିଟି ଅପରେଟରଙ୍କୁ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.