“ଗିରଫ କରିବାକୁ ବିଜେପି ସିବିଆଇକୁ ନିର୍ଦ୍ଦେଶ ଦେଇଛି’ -ସିବିଆଇରେ ହାଜର ହେବା ପୂର୍ବରୁ କେଜ୍ରିୱାଲଙ୍କ ବୟାନ

ନୂଆଦିଲ୍ଲୀ : ଆଜି ଦିନ ୧୧ ଟା ସମୟରେ ମଦ ଦୁର୍ନୀତିରେ ସିବିଆଇ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବ। ଏହି ପ୍ରସଙ୍ଗରେ ତାଙ୍କୁ ପ୍ରଥମ ଥର ପାଇଁ ପଚରାଯିବ। ଏଥି ସହିତ ସିବିଆଇ ହେଡ କ୍ୱାର୍ଟର ଏବଂ କେଜ୍ରିୱାଲଙ୍କ ବାସଭବନ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ଏଥି ସହିତ ଏହି ପ୍ରସଙ୍ଗରେ ରାଜନୀତି ତୀବ୍ର ହୋଇଛି। ସିବିଆଇରେ ହାଜର ହେବା ପୂର୍ବରୁ ସିଏମ୍ କହିଛି ଯେ ଆଜି ସିବିଆଇ ମୋତେ ଡାକିଛି। ମୁଁ କିଛି ସମୟ ପରେ ଘରୁ ବାହାରିଯିବି । ଯେତେବେଳେ କିଛି ଭୁଲ କରିନାହଁ, ଲୁଚିବି କ’ଣ ପାଇଁ ? ବିଜେପିକୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି ଯେ, ଏସବୁ ହେଉଛି ବିଜେପିର ଷଡଯନ୍ତ୍ର । ମୋତେ ଗିରଫ କରିବା ପାଇଁ ବିଜେପି ସିବିଆଇକୁ ନିର୍ଦ୍ଦେଶ ଦେଇଛି ।

ସୂଚନାନୁସାରେ, ଅରବିନ୍ଦ କେଜ୍ରିୱାଲ ସିବିଆଇ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ରାଜଘାଟକୁ  ଯାଇପାରନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପୋଲିସ ସୁରକ୍ଷା ବଳ ମୁତୟନ କରାଯାଇଛି। ଏଥି ସହିତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ, ଗୋପାଳ ରାୟ, ସ ବଙ୍କକ୍ସ ରଭ ଭରଦ୍ୱାଜ, ରାଜକୁମାର ଆନନ୍ଦ, ଆତିଶି, ଇମ୍ରାନ ହୁସେନ୍ ଏବଂ କୌଲାଶ ଗେହଲୋଟ୍ ମଧ୍ୟ କେଜ୍ରିୱାଲଙ୍କ ସହ ସିବିଆଇ କାର‌୍ୟ୍ୟାଳୟକୁ ଯିବେ।

ମଦ ଦୁର୍ନୀତିରେ ସିବିଆଇ ଆଜି ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବାକୁ ଯାଉଛି। ଏଥି ସହିତ, ଟ୍ୱିଟରରେ ଏକ ନୂଆ ହ୍ୟାସଟ୍ୟାଗ ଆରମ୍ଭ ହୋଇଛି । ତାଙ୍କୁ ସମର୍ଥନ କରିବା ପାଇଁ # “କେଜ୍ରିୱାଲ ରୁକେଗା ନେହିଁ’ ଆରମ୍ଭ ହୋଇଛି । ଏହା ସହ କେଜ୍ରିୱାଲଙ୍କ ଏକ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ପୁଷ୍ପା ହିରୋ ଅଲ୍ଲୁ ଅର୍ଜୁନ ଫୋଷ୍ଟରରେ କେଜ୍ରିୱାଲଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଛି । ପୋଷ୍ଟର ତଳେ ଲେଖା ହୋଇଛି କେଜ୍ରିୱାଲ ଝୁକେଗା ନେହିଁ ।

शराब नीति घोटाले में केजरीवाल पर लगे हैं गंभीर आरोप