fbpx

Corona Cases In India : କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ରିପୋର୍ଟ କରୋନା ପଜେଟିଭ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଧୀରେ ଧୀରେ ସଙ୍ଗିନ ହେବାରେ ଲାଗିଛି । କରୋନାର ସକ୍ରିୟ ମାମଲା ୬୦ ହଜାର ପାର କରିଛି । ଡାକ୍ତରଖାନାଗୁଡ଼ିକରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଯୋଗୁଁ ପୁଣି ଥରେ କରୋନା ଉପରେ କଡା ପ୍ରତିବନ୍ଧକ ଲାଗୁ କରାଯାଇଛି। ସରକାରଙ୍କ ତରଫରୁ ଲୋକଙ୍କୁ କରୋନା ବିଷୟରେ ଅବଗତ କରାଯାଉଛି ଏବଂ ଏଥିପ୍ରତି ଉପଯୁକ୍ତ ଆଚରଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି । ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି । କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଡାକ୍ତରଙ୍କ ପରାମର୍ଶରେ ସେ କୋଭିଡ -୧୯ ପରୀକ୍ଷା କରିଥିଲେ, ଯାହାର ରିପୋର୍ଟ ପଜେଟିଭ୍ ଆସିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜେ ଟ୍ୱିଟ୍ କରି କୋଭିଡ୍ ପଜିଟିଭ୍ ଥିବା ସୂଚନା ଦେଇଛନ୍ତି।

ସେ ଟ୍ୱଟରେ ଲେଖିଛନ୍ତି ଯେ,  ଗତ କିଛି ଦିନ ମଧ୍ୟରେ ତାଙ୍କ ସହ ଯୋଗାଯୋଗରେ ଆସିଥିବା ସମସ୍ତ ଲୋକଙ୍କୁ କୋଭିଡ -୧୯ ପାଇଁ ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। ମୁଁ ତୁମ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ସତର୍କତା ଅବଲମ୍ବନ କରନ୍ତୁ କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଆନ୍ତୁ ଏବଂ ନିଜକୁ ପରୀକ୍ଷା କରନ୍ତୁ ।

ସୂଚନାଯୋଗ୍ୟ, ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୯,୧୧୧ ଟି ନୂଆ ମାମଲା ପଞ୍ଜିକୃତ ହୋଇଥିଲା। ତଥ୍ୟ ଅନୁଯାୟୀ, ବର୍ତ୍ତମାନ କରୋନାରେ ୬୦ ହଜାର, ୩୧୩ ସକ୍ରିୟ ମାମଲା ରହିଛି। ସୁସ୍ଥ ହୋଇଛନ୍ତି ୯୮.୬୮ ପ୍ରତିଶତ ।

Get real time updates directly on you device, subscribe now.