ଅକ୍ଷୟ ତୃତୀୟାରେ ଗୁରୁଗୋଚର ; ଏହି ୩ ରାଶିର ଲୋକଙ୍କ ଭାଗ୍ୟ ହେବ ଉଜ୍ଜ୍ୱଳ

ନୂଆଦିଲ୍ଲୀ : ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟାରେ ଗୁରୁ ଗୋଚର ହେବ । ଗୁରୁଗୋଚରର ଅର୍ଥ ହେଉଛି ବୃହସ୍ପତ୍ତି ନିର୍ଦ୍ଦିଷ୍ଟ କେତେକ ରାଶିରେ ଚଳନ କରିବେ । ଯାହାର ପ୍ରଭାବ ସବୁ ରାଶି ଉପରେ ହେବ । ବିଶେଷ କଥା ହେଉଛି ଗୁରୁଦେବ ବୃହସ୍ପତି ୧୨ ବର୍ଷ ପରେ ମେଷ ରାଶିରେ ଚଳନ କରିବାକୁ ଯାଉଛନ୍ତି ଏବଂ ସେହି ଦିନ ହିଁ ଅକ୍ଷୟ ତୃତୀୟା ।

ତେଣୁ ବୃହସ୍ପତ୍ତିଙ୍କ ଏହି ଚଳନ ହେତୁ ତିନୋଟି ବିଶେଷ କରି ଲାଭବାନ ହେବେ । ଭାଗ୍ୟଶାଳୀ ୩ଟି ରାଶି ଅର୍ଥ ଲାଭ, ପଦୋନ୍ନତି ଏବଂ ସଫଳତା ହାସଲ କରିବେ ।

ବୃଷ- ବୃହସ୍ପତିର ଚଳନ ଦ୍ୱାରା ବୃଷ ରାଶିର ଲୋକମାନେ ଶୁଭଫଳ ପାଇପାରନ୍ତି କାରଣ ବୃହସ୍ପତି ସେମାନଙ୍କ ରାଶିର ଦ୍ୱାଦଶ ଘରେ ରହିବେ । ଅନ୍ୟ ପଟେ ଏହି ରାଶି ଉପରେ ଅକ୍ଷୟତୃତୀୟା ଦିନ ଅକ୍ଷୟ ତୃତୀୟା ଦିନ ରାଜ ଯୋଗ ରହୁଛି । ତେଣୁ ଏହି ରାଶିର ଲୋକଙ୍କ ସମୟ ପରିବର୍ତ୍ତନ ହେବ । ପୋଷାକ, ଅଳଙ୍କାର ପ୍ରାପ୍ତ ହେବେ । ଏହା ବ୍ୟତୀତ ଗୁରୁ ଗୋଚର ୨୦୨୩ ସମୟରେ ଆପଣଙ୍କର ସମସ୍ତ ଇଚ୍ଛା ମଧ୍ୟ ପୂରଣ ହେବ । ପାରିବାରିକ ଏବଂ ବୈବାହିକ ଜୀବନ ରୋମାଣ୍ଟିକ ରହିବ । ପରିବାରରେ ସନ୍ତୁଷ୍ଟ ରହିବ । ତଥାପି ଟଙ୍କା ଖର୍ଚ୍ଚ କରିବା ସମୟରେ ଆପଣ ଟିକେ ସତର୍କ ରହିବା ଆବଶ୍ୟକ । କାରଣ ଅନାବଶ୍ୟକ ଜିନିଷରେ ଟଙ୍କା ନଷ୍ଟ କରିବାର ସମ୍ଭାବନା ରହିଛି ।

ସିଂହ : ଏହି ରାଶିର ଲୋକମାନେ ବୃହସ୍ପତିର ଚଳନରେ ଅତ୍ୟନ୍ତ ଲାଭଦାୟକ ହେବେ । ଭାଗ୍ୟରେ ଚମତ୍କାର ପରିବର୍ତ୍ତନ ହେବ । କାରଣ ବୃହସ୍ପତି ସିଂହ ରାଶିର ନବମ ଘରେ ଚଳନ କରିବେ । ଅଫିସ୍ କାର‌୍ୟ୍ୟ କିମ୍ବା ବ୍ୟବସାୟ ସହିତ ଜଡିତ ଭ୍ରମଣର ସମ୍ଭାବନା ରହିଛି । ଏହିପରି ଆପଣଙ୍କର ବିଦେଶ ଭ୍ରମଣ କରିବାର ଇଚ୍ଛା ପୂରଣ ହେବ । ସେହି ଦିନ ସୂର‌୍ୟ୍ୟ ରାଶିର ପଞ୍ଚମ ସ୍ଥାନକୁ ଯିବେ । ଏହି ଅବଧି ମଧ୍ୟରେ ଆପଣଙ୍କ ପରିବାର ତଥା ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ । ଛାତ୍ରମାନଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଅନୁକୂଳ ଏବଂ ସେମାନେ ଅଧ୍ୟୟନରେ ଅନେକ ଲାଭ ପାଇବେ ।

ବିଚ୍ଛା : ବୃହସ୍ପତି ଚଳନ ବିଚ୍ଛା ଲୋକଙ୍କ ପାଇଁ ଶୁଭ ବୋଲି ପ୍ରମାଣିତ ହେବ । କାରଣ ବୃହଦସ୍‌ପତ୍ତି ଏହି ରାଶିର ଷଷ୍ଠ ଘରେ ଚଳନ କରିବେ । ଯଦି ଆପଣ ଆଇନଗତ ପ୍ରସଙ୍ଗରେ ଅଟକି ରହିଛନ୍ତି, ତେବେ ଏହି ସମୟରେ ଆପଣ ସଫଳତା ପାଇବେ ଏବଂ କୋର୍ଟର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ । ଆହୁରି ମଧ୍ୟ, ଏହି ସମୟରେ ସାହସ ଏବଂ ଶକ୍ତି ବୃଦ୍ଧି ପାଇବ । ଯେଉଁମାନେ ବ୍ୟବସାୟ କରୁଛନ୍ତି କିମ୍ବା ନିଜସ୍ୱ ସଂସ୍ଥା ଚଳାଉଛନ୍ତି, ସେମାନଙ୍କ ପାଇଁ ଏଥର ଫଳପ୍ରଦ ହେବ ଏବଂ ବିପୁଳ ଲାଭ ହେବାର ସମ୍ଭାବନା ଅଛି । ସାମରିକ, ପୋଲିସ କିମ୍ବା ପ୍ରଶାସନିକ କ୍ଷେତ୍ରର ଲୋକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ଯଦି ଆପଣ ଘର ଏବଂ ଜମିରେ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅକ୍ଷୟ ଦିନ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ ।