fbpx

ଓଡିଶାକୁ ‘ହିଟ୍ ୱେଭ୍’ ଆଲର୍ଟ ; ୮ଟି ଜିଲ୍ଲାକୁ ୱାର୍ଣ୍ଣିଂ , ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡା ସର୍ବୋଚ୍ଚ ସ୍ତରରେ

ଭୁବନେଶ୍ୱର : ଓଡିଶାର ଅନେକ ସହରର ତାପମାତ୍ରା ୪୦ ଉପରେ ରହିଥିବାବେଳେ ଆଜି ଭୁବନେଶ୍ୱରର ପାରଦ ସର୍ବୋଚ୍ଚ ସ୍ତରରେ ରହିଛି । ଦିନ ସାଢେ ୧୧ଟା ସୁଦ୍ଧା ଓଡିଶାର ସବୁଠାରୁ ଉତ୍ତପ୍ତ ସହର ହେଉଛି ଭୁବନେଶ୍ୱର । ଯଦିଓ ରାଜ୍ୟରେ ଡିଟ୍ ୱେଭ୍ ର କୌଣସି ସଙ୍କେତ ଭେଦ କରିନଥିଲେ ମଧ୍ୟ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଓଡିଶାର ୮ଟି ଜିଲାକୁ ଦୁଇ ଦିନ ପାଇଁ ହିଟ୍ ୱେଭ୍ ୱର୍ଣ୍ଣିଂ ଦିଆଯାଇଛି । ଆସନ୍ତା ତିନି ଯାଏଁ ତାପାମତ୍ରା ୨ରୁ ୩ ଡିଗ୍ରି ତାପମାତ୍ରା ବୃଦ୍ଧି ହେବ ।  ଅଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ଗ୍ରଷ୍ମ ପ୍ରବାହ ଜାରି ରହିବ । ୨୨ରୁ ୨୩ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଗୁଳୁଗୁଳି ଲାଗି ରହିବ ।

ସୁନ୍ଦରଗଡ, ମୟୁରଭଞ୍ଜ, ସମ୍ବଲପୁର, ବୌଦ୍ଧ .. ଆଦି ୮ଟି ସହରକୁ ହିଟ୍ ୱେଭ୍ ୱର୍ଣ୍ଣିଂ ଦିଆଯାଇଛି । ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୨.୨ ଡିଗ୍ରି ତାପମାତ୍ର ରହିଛି । ସେହିଭଳି ଝାରସୁଗୁଡାରେ ୪୨.୬ ଡିଗ୍ରୀ ସେଲସିୟସ୍ ତାପାମତ୍ରର ରହିଛି । ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର ରହିଛି ।

Get real time updates directly on you device, subscribe now.