fbpx

ଆପଣଙ୍କର ଖାଦ୍ୟ ବ୍ୟବସାୟ ଅଛି କି? ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ତୁରନ୍ତ ଶେଷ କରନ୍ତୁ, ନଚେତ୍ ଦେଇପାରନ୍ତି ଜୋରିମାନା

ନୂଆଦିଲ୍ଲୀ : ଭାରତରେ ଖାଦ୍ୟ ଏବଂ ପାନୀୟ ସମ୍ବନ୍ଧୀୟ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କିଛି ଲୋକ ଘରେ ବା ଘରୋଇ ଭାବରେ ଏହି ବ୍ୟବସାୟ କରୁଛନ୍ତି, ଆଉ କେତେକ ଏକ ବଡ଼ ୟୁନିଟ୍ ଯେମିତି ଫୁଡ୍ କୋର୍ଟ ଓ ରେଷ୍ଟୁରାଣ୍ଟ ଆଦି ସ୍ଥାପାନା କରି ନିଜେ ମାଲାମାଲ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଉଛନ୍ତି । ଆଜି ଖାଦ୍ୟ ବଜାର ଏତେ ବଡ ହୋଇଛି ଯେ ଏହି ବ୍ୟବସାୟରେ ଉଚ୍ଚ ଶିକ୍ଷିତ ଛାତ୍ରଛାତ୍ରୀମାନେ ମଦ୍ୟ ଏଥିରେ ସାମିଲ ହେଉଛିନ୍ତି । ସ୍ନାକ୍ସ ଠାରୁ ଆରମ୍ଭ କରି ଚା-କଫି , ଗୁପଚୁପ୍ ଷ୍ଟଲ୍ , ରେଷ୍ଟୁରାଣ୍ଟ, କାଫେ, ଫୁଡ୍ ଡେଲିଭରୀ, ସଂସ୍ଥା ଖୋଲୁଛନ୍ତି । ତେବେ ଏସୁବ ବ୍ୟବସାରେ ସରକାରଙ୍କ ଦ୍ୱାରା କିଛିଟା ଗାଇଡଲାଇନ୍ ରହିଛି । ଆସନ୍ତୁ ସେହି ସବୁ ବିଷୟରେ ଜାଣିବା..

ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣରୁ ଉପଲବ୍ଧ ଲାଇସେନ୍ସ ପାଇବା ଆପଣଙ୍କ ପାଇଁ ବାଧ୍ୟତାମୂଳକ । ଆଉ ଯଦି ଲାଇସେନ୍ସ ନେଇଛନ୍ତି ତେବେ ଠିକ୍ ସମୟରେ ରିନ୍ୟୁ ବା ନବୀକରଣ କରିବା ମଧ୍ୟ ବାଧ୍ୟତାମୂଳକ ।

ଖାଦ୍ୟ ଲାଇସେନ୍ସର ସ୍ୱଚ୍ଛତା ବୃଦ୍ଧି ପ୍ରକ୍ରିୟାକୁ ଖାଦ୍ୟ ଲାଇସେନ୍ସ ନବୀକରଣ କୁହାଯାଏ । ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ପଦ୍ଧତି ମାଧ୍ୟମରେ ଏହା କରାଯାଇପାରିବ । ଏହି ଲାଇସେନ୍ସର ବୈଧତା ୧ ରୁ ୫ ବର୍ଷ ମଧ୍ୟରେ । ବୈଧତା ଶେଷ ହେବାର ଏକ ମାସ ପୂର୍ବରୁ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରିବା ବାଧ୍ୟତାମୂଳକ । ଲାଇସେନ୍ସ ଶେଷ ହେବା ପରେ ଯଦି କାର୍ଯ୍ୟ ଜାରି ରୁହେ, ତେବେ ଜୋରିମାନା ଆଦାୟ ହେବ ।

ଅଫଲାଇନ୍ ନବୀକରଣ ପ୍ରକ୍ରିୟା
ଯଦି ତୁମେ ତୁମର ଲାଇସେନ୍ସ ରିନ୍ୟୁ କରିବାକୁ ଚାହୁଁଛ ତେବେ ଲାଇସେନ୍ସ / ପଞ୍ଜୀକରଣ ଅନୁଯାୟୀ ଫର୍ମ-ଏ କିମ୍ବା ଫର୍ମ-ବି ପୁରଣ କର । ଏହି ଫର୍ମଗୁଡିକ ଜିଲ୍ଲାର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ କିମ୍ବା FSSAI ପୋର୍ଟାଲରୁ ଡାଉନଲୋଡ୍ କରାଯାଇପାରିବ । ଲାଇସେନ୍ସ ନବୀକରଣ କରିବା ପୂର୍ବରୁ ଆବେଦନକାରୀଙ୍କ ବ୍ୟବସାୟ ଯାଞ୍ଚ କରାଯାଏ। ସମସ୍ତ ମାନଦଣ୍ଡ ପୂରଣ ହେବା ପରେ ଖାଦ୍ୟ ଲାଇସେନ୍ସ ଆବେଦନ କରିବାର ଦୁଇ ମାସ ମଧ୍ୟରେ ନବୀକରଣ ହୁଏ ।

Get real time updates directly on you device, subscribe now.