fbpx

ସଚିନଙ୍କ ପାଖରୁ ଅର୍ଜୁନ ପାଇଲେ ବଡ ଉପହାର: ଗୌରବ ମୁହୂର୍ତ୍ତର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜନରେ ଏଣ୍ଟ୍ରି କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ତେବେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଅର୍ଜୁନ ନିଜ କ୍ୟାରିୟରର ପ୍ରଥମ ୱିକେଟ ହାସଲ କରିଛନ୍ତି । ଶେଷ ଓଭରରେ ଦମଦାର ବୋଲିଂରେ ଦଳକୁ ବିଜୟ ଦେବା ପରେ ଅନେକ କ୍ରିକେଟ ଲିଜେଣ୍ଡ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ଏହା ଭିତରେ ଅର୍ଜୁନଙ୍କୁ ସବୁଠୁ ବଡ ଉପହାର ଦେଇଛନ୍ତି ବାପା ସଚିନ ତେନ୍ଦୁଲକର । ଏହାର ଏକ ଭିଡିଓ ସେୟାର କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

अर्जुन तेंदुलकर ने हासिल किया अपना पहला IPL विकेट, कुछ ऐसे मनाया जश्न

ଅର୍ଜୁନ ଏହି ମ୍ୟାଚରେ ୨.୫ ଓଭର ବୋଲିଂ କରି ମାତ୍ର ୧୮ ରନ ଖର୍ଚ୍ଚ କରିଥିବା ବେଳେ ଗୋଟିଏ ୱିକେଟ ହାସଲ କରିଛନ୍ତି । ତେବେ ଏହି ବିଜୟ ପରେ ଡ୍ରେସିଙ୍ଗ ରୁମରେ ଏକ ଐତିହାସିକ ମୁହୂର୍ତ୍ତ ଦେଖିବାକୁ ମିଳିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଅ ଅର୍ଜୁନଙ୍କ ପ୍ରଥମ ୱିକେଟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପୁଅ ଅର୍ଜୁନଙ୍କୁ ଦେଇଛନ୍ତି ଏକ ସୁନ୍ଦର ଉପହାର । ମୁମ୍ବାଇର ଡ୍ରେସିଙ୍ଗ ରୁମରେ ପ୍ଲେୟର ଅଫ୍ ଦ ମ୍ୟାଚଙ୍କୁ ଏକ ବ୍ୟାଚ୍ ପ୍ରଦାନ କରାଯାଇଥାଏ । ତେବେ ହାଇଦ୍ରାବାଦ ବିଜୟ ପରେ ସଚିନ ଏହି ବ୍ୟାଚ ପୁଅ ଅର୍ଜୁନଙ୍କୁ ପିନ୍ଧାଇଛନ୍ତି । ଏହାପରେ ସେ ପୁଅକୁ କହିଛନ୍ତି ଯେ, ପରିବାରରେ କମ୍ ସେ କମ୍ ଗୋଟିଏ ୱିକେଟ ତ ଆସିଲା । ତେବେ ଏହି ଘଟଣାର ଏକ ଭିଡିଓ ମୁମ୍ବାଇ ଇଣ୍ଡିଆନ୍ସ ଟ୍ୱିଟର ପେଜରେ ଅପଲୋଡ କରିବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।

୨୩ ବର୍ଷୀୟ ଯୁବ ପେସ ବୋଲର ଅର୍ଜୁନଙ୍କୁ ଆଇପିଏଲ ଡେବ୍ୟୁ ପାଇଁ ୨ଟି ସିଜନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ତେବେ ଚଳିତବର୍ଷ ତାଙ୍କର ଏହି ସ୍ୱପ୍ନ ସାକାର କରିଛନ୍ତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ସେ ଡେବ୍ୟୁ କରିଥିବା ବେଳେ ଏହି ମ୍ୟାଚରେ ମାତ୍ର ୨ ଓଭର ବୋଲିଂ କରିଥିଲେ ଅର୍ଜୁନ । ଏହାପରେ ତାଙ୍କର ଦ୍ୱିତୀୟ ମ୍ୟାଚରେ ସେ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଭୁବନେଶ୍ୱର କୁମାରଙ୍କ ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.