fbpx

ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କଲେ ୧୧ ବର୍ଷୀୟ ଆରାଧ୍ୟା…ଜାଣନ୍ତୁ ମାମଲା କ’ଣ

ନୂଆଦିଲ୍ଲୀ : ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି । ୧୧ ବର୍ଷୀୟା ଆରାଧ୍ୟାଙ୍କ ପକ୍ଷରୁ କୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଛି । ଯାହାକୁ ନେଇ ଏବେ ଆଲୋଚନାର ବିଷୟ ପାଲଟିଛି। ତେବେ କ’ଣ ପାଇଁ ଆରାଧ୍ୟା ଦିଲ୍ଲୀ କୋର୍ଟରେ ପହଞ୍ଚିଛନ୍ତି ଏହାକୁ ନେଇ ଆପଣଙ୍କ ମନରେ ନିଶ୍ଚିତ ଭାବେର ପ୍ରଶ୍ନ ଉଙ୍କି ମାରୁଥିବ । ଆସନ୍ତୁ ଜାଣିବା ପୁରା ଖବର …

ବାସ୍ତବରେ ଏକ ମିଥ୍ୟା ଖବର ମାମଲାରେ ବଚ୍ଚନ ପରିବାର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଖବରରେ ଆରାଧ୍ୟାଙ୍କ ଜୀବନଶୈଳୀ ଏବଂ ସ୍ୱାସ୍ଥ୍ୟ ବିଷୟରେ ଭୁଲ ତଥ୍ୟ ଦିଆଯାଇଥିଲା । ଯାହାକୁ ନେଇ ବଚ୍ଚନ ପରିବାର ପକ୍ଷରୁ ଅତ୍ୟଧିକ କ୍ରୋଧ ପ୍ରକାଶ ପାଇଥିଲା ।

ବଚ୍ଚନ ପରିବାର ପକ୍ଷରୁ ଆବେଦନରେ କୁହାଯାଇଛି ଯେ ଆରାଧ୍ୟା ଏବେ ବି ଛୋଟ ଅଛନ୍ତି । ଏଭଳି ମିଥ୍ୟା ଖବର ପ୍ରସାର କରିବା ଦ୍ୱାରା ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ୍ ସି ହରିଶଙ୍କରଙ୍କ ଏକକ ଜଜ୍ ବେଞ୍ଚ ୨୦ ଏପ୍ରିଲ ଅର୍ଥାତ୍ ଆଜି ଏହି ଆବେଦନ ଉପରେ ଶୁଣାଣି କରିବେ । ବର୍ତ୍ତମାନ ସୁଦ୍ଧା ବଚ୍ଚନ ପରିବାର ପକ୍ଷରୁ ଏ ବାବଦରେ କୌଣସି ବିବୃତ୍ତି ଦିଆଯାଇ ନାହିଁ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଅନେକ ଥର ସୋସିଆଲ ମିଡିଆରେ ଆରାଧ୍ୟାଙ୍କୁ ଟ୍ରୋଲ କରାଯାଇଛି । ଯେଉଁଥିପାଇଁ ବଚ୍ଚନ ପରିବାର ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୦୭ ମସିହାରେ ଅଭିଷେକ ଏବଂ ଐଶ୍ୱର‌୍ୟ୍ୟା ବିବାହ କରିଥିଲେ। ୧୬ ନଭେମ୍ବର ୨୦୧୧ ରେ ଜନ୍ମ ହୋଇଥିବା ଆରାଧ୍ୟା ଧୀରଭାଇ ଅମ୍ବାନୀ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି ଏବଂ ଚଳଚ୍ଚିତ୍ର ଇଭେଣ୍ଟରେ ତାଙ୍କ ପିତାମାତାଙ୍କ ସହିତ ପ୍ରାୟତଃ ନଜର ଆସନ୍ତି ।

Get real time updates directly on you device, subscribe now.