fbpx

ଆଜିଠାରୁ ସବୁ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଛୁଟି: ଗ୍ରୀଷ୍ମପ୍ରବାହ ଯୋଗୁଁ ଆଗୁଆ ଘୋଷଣା

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଖରା ଏବଂ ଏହାର ପ୍ରଭାବକୁ ନଜରରେ ରଖି ଆଜିଠାରୁ ସବୁ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ହୋଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ସମୟ ପୂର୍ବରୁ ଘୋଷଣା ହୋଇଛି ଗ୍ରୀଷ୍ମକାଳୀନ ଛୁଟି । ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ସହିତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି ସରକାର ।

ସୂଚନା ଅନୁସାରେ, ବୃଦ୍ଧି ପାଉଥିବା ତାପମାତ୍ରାକୁ ନଜରରେ ରକି ସମସ୍ତ ସ୍କୁଲକୁ ୧୯ ଏବଂ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା । ଏହାପରେ ଆଜି ପୁଣିଥରେ ସ୍କୁଲରେ ପାଠପଢା ଆରମ୍ଭ ହେବାକୁ ଥିବା ବେଳେ ଏହି ଘୋଷଣାରେ ପରିବର୍ତ୍ତନ ହୋଇଛି । ଆଜି ସ୍କୁଲ ଖୋଲିବା ପରିବର୍ତ୍ତେ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସାରା ଓଡିଶାରେ ପ୍ରଚଣ୍ଡ ଖରା ଏବଂ ଅସହ୍ୟ ତାତି ରାଜ୍ୟବାସୀଙ୍କୁ କଲବଲ କରୁଥିବା ବେଳେ ପିଲାମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ସମୟ ପୂର୍ବରୁ ଆଜିଠାରୁ ସମସ୍ତ ସ୍କୁଲ ଇତ୍ୟାଦିରେ ଆଗୁଆ ଖରାଛୁଟି ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.