ନୂଆଦିଲ୍ଲୀ: ସ୍ୱାଧିନ ଭାରତ ବର୍ତ୍ତମାନ ସୁଦ୍ଧା ୧୪ ଜଣ ପ୍ରଧାନମନ୍ତ୍ରୀଙ୍କ ଶାସନ ଦେଖି ଆସିଛି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ଏକାଧିକ ରାଜନେତାଙ୍କ ହାତରେ ଦେଶର ଶାସନ ଡୋରି ରହି ଆସିଛି । କେଉଁ ନେତା ଅଳ୍ପ ସମୟ ପାଇଁ ତ ଆଉ କିଏ ବର୍ଷ ବର୍ଷ ଧରି ଭାରତବର୍ଷକୁ ଶାସନ କରି ଆସିଛନ୍ତି । ତେବେ ୧୯୪୭ ମସିହାଠାରୁ ଆରମ୍ଭ କରି ୨୦୨୩ ପର୍ଯ୍ୟନ୍ତ ଦୀର୍ଘ ଦଶନ୍ଧିର ଶାସକଙ୍କ ଶାସନ ଅବଧି ଉପରେ ଆସନ୍ତୁ ନଜର ପକାଇବା ।
୧- ପଣ୍ଡିତ ଜବାହରଲାଲ ନେହରୁ: ୧୬ ବର୍ଷ ୨୮୬ ଦିନ ।
୨- ଗୁଲଜାରୀଲାଲ ନନ୍ଦା: ୧୩ ଦିନ ।
୩- ଲାଲବାହାଦୁର ଶାସ୍ତ୍ରୀ: ୧ ବର୍ଷ ୨୧୬ ଦିନ ।
୪- ଗୁଲଜାରୀଲାଲ ନନ୍ଦା: ୧୩ ଦିନ ।
୫- ଇନ୍ଦିରା ଗାନ୍ଧି: ୧୧ ବର୍ଷ ୫୯ ଦିନ ।
୬- ମୋରାରଜୀ ଦେଶାଈ: ୨ ବର୍ଷ ୧୨୬ ଦିନ ।
୭- ଚରଣ ସିଂହ: ୧୭୦ ଦିନ ।
୮- ଇନ୍ଦିରା ଗାନ୍ଧି: ୪ ବର୍ଷ ୨୯୧ ଦିନ ।
୯- ରାଜୀବ ଗାନ୍ଧି: ୫ ବର୍ଷ ୩୨ ଦିନ ।
୧୦- ଭି.ପି. ସିଂହ: ୩୪୩ ଦିନ ।
୧୧- ଚନ୍ଦ୍ରଶେଖର: ୨୨୩ ଦିନ ।
୧୨- ପି.ଭି. ନରସିଂହ ରାଓ: ୪ ବର୍ଷ ୩୩୦ ଦିନ ।
୧୩- ଅଟଳ ବିହାରୀ ବାଜପେୟୀ: ୧୬ ଦିନ ।
୧୪- ଏ.ଚଡି. ଦେବେ ଗୌଡ଼ା: ୩୨୪ ଦିନ ।
୧୫- ଇନ୍ଦର କୁମାର ଗୁଜରାଲ: ୩୩୨ ଦିନ ।
୧୬- ଅଟଳ ବିହାରୀ ବାଜପେୟୀ: ୬ ବର୍ଷ ୬୪ ଦିନ ।
୧୭- ମନମୋହନ ସିଂହ: ୧୦ ବର୍ଷ ୪ ଦିନ ।
୧୮- ନରେନ୍ଦ୍ର ମୋଦୀ: ୨୦୧୪ ମେ ୨୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ।