fbpx

SBI-PNB-BoBରେ ଆକାଉଣ୍ଟ ଥିଲେ ବ୍ୟାଙ୍କ ଦେବ ଟଙ୍କା: ୬ ମାସରେ ମିଳିବ ଏତିକି ରାଶି

ନୂଆଦିଲ୍ଲୀ: ଦେଶର ସରକାରୀ ଏବଂ ବେସରକାରୀ ବ୍ୟାଙ୍କରେ ଖାତା ଥିବା ଗ୍ରାହକଙ୍କ ପାଇଁ ଏକ ବଡ ଖବର ସାମନାକୁ ଆସିଛି । ୩ଟି ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI), ପଞ୍ଜାବ ନେସନାଲ ବ୍ୟାଙ୍କ(PNB) ଏବଂ ବ୍ୟାଙ୍କ ଅଫ ବରୋଦା(BoB) ରେ ଆକାଉଣ୍ଟ ଖୋଲିଥିଲେ ଗ୍ରାହକଙ୍କୁ ମାତ୍ର ୬ ମାସ ମଧ୍ୟରେ ଆପଣଙ୍କୁ ଟଙ୍କା ମିଳିପାରିବ । ଏହାବ୍ୟତୀତ ଏଚଡିଏଫସି ଭଳି ବ୍ୟାଙ୍କରେ ଅକାଉଣ୍ଟ ଖୋଲିଥିଲେ ମଧ୍ୟ ଏହି ସୁବିଧା ପାଇପାରିବେ ଗ୍ରାହକ । ମାତ୍ର ୬ ମାସ ଭିତରେ ବ୍ୟାଙ୍କ ଆପଣଙ୍କୁ ମୋଟା ଅଙ୍କର ଫାଇଦା ଦେଇପାରେ ।

ପର୍ତ୍ତମାନ ଫିକ୍ସଡ ଡିପୋଜିଟରେ ଟଙ୍କା ନିବେଶ କରିବା ଏକ ସର୍ବଶ୍ରେଷ୍ଠ ଅପ୍ସନ ବୋଲି କୁହାଯାଉଛି । ତେବେ ଆପଣ ଯଦି ଏଫଡିରେ ଅର୍ଥନିବେଶ କରିଛନ୍ତି, ତେବେ ଆପଣଙ୍କୁ ମାତ୍ର ୧୮୦ ଦିନ ବା ୬ ମାସ ଭିତରେ ଏହି ଟଙ୍କା ମିଳିପାରିବ । ଏସବିଆଇ, ପିଏନବି ସମେତ ଅନେକ ବ୍ୟାଙ୍କ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଫିକ୍ସଡ ଡିପୋଜିଟକୁ ଟଙ୍କା ସଞ୍ଚୟ କରିବାର ସବୁଠୁ ଭଲ ଉପାୟ ବୋଲି କୁହାଯାଏ । ଏଥିରେ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ରହିଥାଏ ଏବଂ ସୁନିଶ୍ଚିତ ରିଟର୍ଣ୍ଣ ସୁବିଧା ମଧ୍ୟ ମିଳିଥାଏ ।

  • SBI- ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ୬ ମାସର ଏଫଡି କରାଉଛନ୍ତି, ତେବେ ସାଧାରଣ ନାଗରିକଙ୍କୁ ବ୍ୟାଙ୍କ ୪.୫୦ ହାରରେ ଫାଇଦା ଦିଆଯିବ । ସେହିପରି ବରିଷ୍ଠ ନାଗରିକଙ୍କୁ ୫.୦୦ହାରରେ ସୁଧ ମିଳିପାରିବ ।
  • ଏହା ବ୍ୟତୀତ ପିଏନବି ସାଧାରଣ ନାଗରିକଙ୍କୁ ୬ ମାସର ଏଫଡି ଉପରେ ୪.୫୦ପ୍ରତିଶତ ହାରରେ ସୁଧ ଦେଉଥିବା ବେଳେ ବରିଷ୍ଠ ନାଗରିକଙ୍କ ପାଇଁ ୫%ହାର ଧାର୍ଯ୍ୟ କରାଯାଇଛି ।
  • ବ୍ୟାଙ୍କ ଅଫ ବରୋଦା ୬ ମାସର ଏଫଡି ପାଇଁ ୪.୫୦% ସୁଧ ଦେଉଥିବା ବେଳେ ବରିଷ୍ଠ ନାଗରିକଙ୍କ ପାଇଁ ଏହି ହାର ୫.୦୦ ପ୍ରତିଶତ ହାରରେ ସୁଧ ଦିଆଯିବ ।
  • ତେବେ ପ୍ରାଇଭେଟ ସେକ୍ଟରରେ ଏଚଡିଏଫସି ବ୍ୟାଙ୍କ ମଧ୍ୟ ସାଧାରଣ ନାଗରିକଙ୍କୁ ୬ ମାସର ଏଫଡି ପାଇଁ ୪.୫୦% ହାରରେ ସୁଧ ଦେଇଥାଏ । କିନ୍ତୁ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କୁ ଏଥିପାଇଁ ୪.୭୫% ହାରରେ ସୁଧ ପ୍ରଦାନ କରୁଛି ।

Get real time updates directly on you device, subscribe now.