fbpx

UAEରେ ଦୁଇ ଭାରତୀୟଙ୍କ ମୃତ୍ୟୁ: ଚାହିଁ ରହିଛି ମାଆ, ଫେରିଲାନି ପୁଅ

ନୂଆଦିଲ୍ଲୀ: ମଣିଷ ଆଜି ପ୍ରତି ମୁହୂର୍ତ୍ତରେ ଅର୍ଥ ରୋଜଗାର ପାଇଁ ବ୍ୟସ୍ତ ରହୁଛି । ତେବେ ଜୀବନରେ ଆଗକୁ ବଢ଼ିବା ଆଉ ଟଙ୍କା ରୋଜଗାରର ନିଶା ମଣିଷକୁ ଏତେ ପାଗଳ କରିଦେଇଛି ଯେ ମଣିଷ ତା’ର ରକ୍ତର ସମ୍ପର୍କୀୟଙ୍କୁ ଛାଡ଼ି ବିଦେଶ ଯାତ୍ରା କରିବାକୁ ବାଧ୍ୟ ହେଉଛି । ତେବେ ଏହା ମଧ୍ୟରେ ଏକ ବଡ଼ ଦୁଃଖ ଖବର ଆସିଛି । ବିଦେଶକୁ ଟଙ୍କା ରୋଜଗାର କରିବା ଓ ସ୍ୱପ୍ନ ପୂରଣ କରିବାକୁ ଯାଇଥିବା ଦୁଇ ଯୁବକ ସ୍ୱଦେଶକୁ ଆଉ ଜୀବିତ ଫେରିନାହାନ୍ତି ।

ସୂଚନା ମୁତାବକ, ଦୁଇଜଣ ଭାରତୀୟ ଯୁବକ ୟୁନାଇଟେଡ ଅରବ ଏମିରେଟ୍ସ ((ୟୁଏଇ)ରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଏହି ଦୁଇ ଭାରତୀୟଙ୍କ ମୃତ୍ୟୁ ଭିନ୍ନ ଭିନ୍ନ ଦୁର୍ଘଟଣାରେ ହୋଇଥିବା ଜଣାପଡ଼ିଛି । ଇଦ-ଉଦ-ଫିତର ଛୁଟି ଅବସରରେ ନିଜର ବନ୍ଧୁଙ୍କ ସହିତ ଯାଇଥିବା ବେଳେ ଅଭିଳାଶ ନାମକ ଜଣେ ଯୁବକ ଡଙ୍ଗା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଉକ୍ତ ଟଙ୍କାରେ ମୋଟ ୧୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ ।

ତେବେ ଅଭିଳାଶଙ୍କ ଘର ଭାରତର କେରଳରେ ବୋଲି ଜଣାପଡ଼ିଛି । ଘରେ ତାଙ୍କର ପତ୍ନୀ ଓ ଝିଅ ଅଛନ୍ତି । ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ସୁବେଶ ନାମକ ଜଣେ କମ୍ପାନୀ କର୍ମଚାରୀ ପ୍ରାଣ ହରାଇଛନ୍ତି । ସେ ଆବୁଧାବିରେ ଗତ ୨ ବର୍ଷ ଧରି ରହୁଥିଲେ । ସୁବେଶଙ୍କ ଘର ମଧ୍ୟ କେରଳରେ ବୋଲି ଜଣାପଡ଼ିଛି । ୩୬ତମ ଜନ୍ମ ଦିନ ପୂର୍ବରୁ ସୁବେଶ ଆଖି ବୁଜିଦେଇଛନ୍ତି । ତେବେ ବିଦେଶକୁ ଅର୍ଥ ରୋଜଗାର କରିବା ଆଶାରେ ଯାଇଥିବା ଏହି ଭାରତୀୟଙ୍କ ମୃତ୍ୟୁ ସେମାନଙ୍କର ପରିବାର ସଦସ୍ୟଙ୍କୁ ଶୋକର ସାଗରେ ଭସାଇ ଦେଇଛି ।

Get real time updates directly on you device, subscribe now.