ଟଏଲେଟ୍ ରେ ଛୁଆ ଜନ୍ମ କରି ଝରକା ବାଟେ ବାହାରକୁ ଫିଙ୍ଗଲା ମା’…. ଶିଶୁ ମୃତ, ଥାନାରେ ମାମଲା

ନୂଆଦିଲ୍ଲୀ : କୁହାଯାଏ, ଭଗବାନ ସବୁ ବେଳେ ସବୁ ସ୍ଥାନରେ ରହିପାରନ୍ତି ନାହିଁ ବୋଲି ମା’କୁ ଦେଇଥାନ୍ତି । କିନ୍ତୁ ମା’ ଯଦି ଜମ ସାଜେ ତେବେ କ’ଣ କରାଯାଇପାରିବ । କୋଲକାତାରେ ଏଭଳି ଏକ ଘଟଣା ଘଟିଛି । ଜଣେ ମହିଳା ଟଏଲେଟ୍ ରେ ଛୁଆ ଜନ୍ମ ଦେବା ପରେ ଶିଶୁକୁ ଝରକା ଭାଙ୍ଗି ବାହାରେ ଫିଙ୍ଗି ଦେଇଛନ୍ତି ।

ପରିବାର ଲୋକ କହିଛନ୍ତି ଯେ, ଝରକା ଭାଙ୍ଗିବା ଶବ୍ଦ ଶୁଣି ଟଏଲେଟ୍ ବାହାର ପଟକୁ ଯାଇ ଦେଖିଲା ବେଳକୁ ଶିଶୁଟି ନର୍ଦ୍ଦମାରେ ପଡିଛି । ତୁରନ୍ତ ତାକୁ ସେଠାରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲୁ ହେଲେ ଶିଶୁଟି ବଞ୍ଚି ପାରିଲା ନାହିଁ । ଅନ୍ୟପଟେ ମହିଳାଙ୍କର ମଦ୍ୟ ଅତ୍ୟଧିକ ରକ୍ତସ୍ରାବ ହୋଇଛି । ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ଜଣାପଡିଛି ।

ମହିଳା ଜଣଙ୍କ କହିଛନ୍ତି ଯେ, ସେ ଗର୍ଭବତୀ ଅଛନ୍ତି ବୋଲି ପୂର୍ବରୁ ଜାଣିନଥିଲେ । ଟଏଲେଟ୍ ଯାଇଥିଲେ , ସେହି ସମୟରେ ଛୁଆ ଜନ୍ମ ହୋଇଗଲା । ତେଣୁ ସେ ଭୟବୀତ ହୋଇ ଶିଶୁଟିକୁ ଫିଙ୍ଗି ଦେଲେ ବୋଲି କହିଛନ୍ତି । ମହିଳା ଜଣଙ୍କ ମାନସିକ ସ୍ତରରେ ସୁସ୍ଥ ନୁହନ୍ତି ବୋଲି ଜଣାପଡିଛି ।