Stomach Pain : ପେଟରେ ଅତ୍ୟଧିକ ଗ୍ୟାସ ଯୋଗୁଁ ଅସୁବିଧା ଭୋଗୁଛନ୍ତି କି? କାରଣ ହୋଇପାରେ ଏସବୁ..

ନୂଆଦିଲ୍ଲୀ : ପେଟରେ ଗ୍ୟାସ୍ ସୃଷ୍ଟି ହେବା ଏକ ସାଧାରଣ ସମସ୍ୟା । କିନ୍ତୁ ବେଳେବେଳେ ଗ୍ୟାସ୍ ଅସୁବିଧା ଯୋଗୁଁ ପ୍ରବଳ ଯନ୍ତ୍ରଣା ଭୋଗିବାକୁ ପଡେ । ଯାହା ପାକସ୍ଥଳୀ ସମ୍ବନ୍ଧୀୟ ସଂଘାତିକ ରୋଗର ସଙ୍କେତ ବା ଲକ୍ଷଣ ହୋଇପାରେ । ଯଦି ଆପଣଙ୍କର ଏଭଳି କିଛି ସମସ୍ୟା ରହିଛି ତେବେ ଏହାର ଚିକିତ୍ସା କରାଯାଇପାରିବ। ଚିକିତ୍ସା ପୂର୍ବରୁ ପ୍ରଥମେ ରୋଗର ସଠିକ୍ ଚିହ୍ନଟ କରନ୍ତୁ ।

ଅନ୍ତନଳୀ ସମସ୍ୟା
ଅନ୍ତନଳୀ ସମସ୍ୟା ଛୋଟ ବା ବଡ ଆକାର ହୋଇପାରେ । ମାଂସପେଶୀ ଯନ୍ତ୍ରଣା ଏବଂ ବଦ ହଜମୀ ମଦ୍ୟ ଅନ୍ତନଳୀ ସମସ୍ୟାର କାରଣ ହୋଇପାରେ । ପାଚକ ନଳୀରେ କର୍କଟ ରୋଗ ମଧ୍ୟ ହୋଇପାରେ ।

ଡାକ୍ତରଙ୍କ କହିବା ହେଲା ପ୍ରତ୍ୟେକ ଲୋକଙ୍କୁ ଅନ୍ତନଳୀରେ ସମସ୍ୟା ହୋଇପାରେ । କିଛି ଲୋକଙ୍କୁ ଫୁଡ୍ ପଏଜନ ହୋଇପାରେ । ଭାଇରସ୍ ଏବଂ ଫଙ୍ଗସ ବା ଫିମ୍ପି ମାରି ଯାଇଥିବା ଖାଦ୍ୟ ଅନ୍ତନଳୀ ସମସ୍ୟା ବା ପେଟ ଯନ୍ତ୍ରଣାର କାରଣ ହୋଇଥାଏ ।

ପେଟ ଅସ୍ତ୍ରୋପଚାର ମଧ୍ୟ ଅନ୍ତନଳୀରେ ସମସ୍ୟା ସୃଷ୍ଟି କରିପାରେ । ଏହା ବ୍ୟତୀତ, ଯଦି ଆପଣ ଦୀର୍ଘ ଦିନ ଧରି ଓପିଏଟ୍ ଭଳି ଔଷଧ ଖାଉଛନ୍ତି ତେବେ ଅନ୍ତନଳୀରେ ପକ୍ଷାଘାତ ଭଳି ସମସ୍ୟା ହେବାର ସମ୍ଭାବନା ରହିଛି । ମଧୁମେହ ରୋଗୀମାନେ ମଧ୍ୟ ଅନ୍ତନଳୀକୁ ପ୍ରଭାବିତ କରିଥାଏ ।

ପେଟ ଫୁଲିବା
ଡକ୍ଟରଙ୍କ କହିବା ଅନୁଯାୟୀ ଡାଇଜେସନ୍ ଟ୍ୟୁବ୍ ରେ ଗ୍ୟାସ୍ ଓ ମଇଳା ଭରି ରହିଲେ ପେଟ ଫୁଲିବା ଭଳି ସମସ୍ୟା ଦେଖାଯାଏ । ଯାହା ଫଳରେ ଖାଦ୍ୟ ଓ ପାନୀୟ ସଠିକ୍ ଭାବରେ ଟ୍ୟୁବ୍ ନିକଟରେ ପହଞ୍ଚେ ନାହିଁ । ଯାହା ଫଳରେ ବାନ୍ତି ଓ ଝାଡା ଭଳି ସମସ୍ୟା ଦେଖାଯାଏ ।

ଏଥିରୁ ବର୍ତ୍ତିବାର ଉପାୟ..
-ସର୍ବପ୍ରଥମେ ଧ୍ୟାନ ଦିଅନ୍ତୁ ପ୍ରତିଦିନ ୨୫ ରୁ ୩୦ ଗ୍ରାମ ଫାଇବର ଖାଇବା ଉଚିତ୍ । ଯାହା ଦ୍ୱାରା ଆପଣଙ୍କର ହଜମ ପ୍ରକ୍ରିୟା ଭଲ ରହିବ। ଆପଣଙ୍କ ଅନ୍ତନଳୀ ମଧ୍ୟ ଭଲ କାମ କରିବ । ଏହା ସହିତ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣରେ ରହିବ ।

-ଯଥା ସମ୍ଭବ କମ୍ ମାତ୍ରାରେ ଆଣ୍ଟିବାୟୋଟିକ୍ ଖାଆନ୍ତୁ, ନହେଲେ ଅନ୍ତନଳୀ ସଂକ୍ରମଣ ହେବାର ସମ୍ଭାବନା କମ୍ ଥାଏ ।

-ଯଦି ଆପଣଙ୍କ ପରିବାରର କେହି ଜଣେ କୋଲୋନ୍ କର୍କଟ ରୋଗରେ ଆକ୍ରାନ୍ତ ଥାଏ, ତେବେ ୪୫ ବର୍ଷ ବୟସ ପୂର୍ବରୁ ନିଜର କୋଲନ୍ କର୍କଟ ସ୍କ୍ରିନିଂ କରାନ୍ତୁ ।