fbpx

Oh My God… ୪୦ ଜଣ ମହିଳାଙ୍କର ଗୋଟିଏ ବୋଲି ପତି, ନାଁ ‘ରୂପଚାନ୍ଦ’: ଅଜବ ମାମଲା

ନୂଆଦିଲ୍ଲୀ: ଏମିତି ଜଣେ ବ୍ୟକ୍ତି ଯିଏ ଗୋଟିଏ କି ଦୁଇଟି ନୁହେଁ, ବରଂ ୪୦ ଜଣ ପତ୍ନୀଙ୍କୁ ବିବାହ କରିଛନ୍ତି । ଘଟଣାଟି ଶୁଣିବା ପରେ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗୁଥିବ । କିନ୍ତୁ ଏହା ଏକଦମ୍ ସତ । ଜନଗଣନା ସମୟରେ ଏହି ଘଟଣା ସାମନାକୁ ଆସିଛି । ଦୀର୍ଘ ବର୍ଷରୁ ରୂପଚାନ୍ଦ ନାମକ ଏହି ବ୍ୟକ୍ତି ଜଣକ ୪୦ ଜଣ ମହିଳାଙ୍କୁ ନିଜ ପତ୍ନୀ ଭାବରେ ସ୍ଥାନ ଦେଇଛନ୍ତି । ଏ ମାମଲାରେ ଜଣାପଡିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତୁ ଜାଣିବା ଏହି ଅଜବ ଦମ୍ପତ୍ତିଙ୍କ ବିଷୟରେ ।

ଭାରତରେ ବିବାହକୁ ଏକ ପବିତ୍ର ବନ୍ଧନ ବୋଲି କୁହାଯାଇଛି । କିନ୍ତୁ ଜଣେ ବ୍ୟକ୍ତି ଏକା ସାଙ୍ଗରେ ୪୦ ପତ୍ନୀଙ୍କ ସ୍ୱାମୀର ପରିଚୟ ପାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଏହି ମାମଲା ହେଉଛି ବିହାର ଅରୱଲ ଅଞ୍ଚଳର । ଜନଗଣନା ସମୟରେ ରେଡ ଲାଇଟ ଏରିଆ ୭ ନମ୍ବର ୱାର୍ଡର ଏ ବିବାହ ସମ୍ପର୍କରେ ଜଣା ପଡିଥିଲା । ଜାତୀୟ ଜନଗଣନା କର୍ମଚାରୀ ରାଜୀବ ରଞ୍ଜନ ରାକେଶ ଏଠାରେ ତଥ୍ୟ ସଂଗ୍ରହ ପାଇଁ ପହଞ୍ଚିଥିଲେ । ଏହି ରେଡ ଲାଇଟ ଏରିଆରେ ଦୀର୍ଘ ବର୍ଷରୁ ନାଚଗୀତ କରି ଜୀବନଯାପନ କରନ୍ତି କିଛି ମହିଳା । ତେବେ ଏମାନଙ୍କର କୌଣସି ଘର, ଠିକଣା ନଥାଏ । ତେଣୁ ରୂପଚାନ୍ଦଙ୍କୁ ସେମାନେ ନିଜ ପତି ବା ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି । ଏହି ରେକର୍ଡକୁ ସମ୍ପୂର୍ଣ୍ଣ ଭାବରେ ଜାତି ଜନଗଣନାରେ ମଧ୍ୟ ସ୍ଥାନ ଦିଆଯାଇଛି ।

ଜନଗଣନା କର୍ମଚାରୀ କହିଛନ୍ତି ଯେ, ଏଭଳି ଅନେକ ପରିବାର ରହିଛନ୍ତି ଯେଉଁମାନେ ରୂପଚାନ୍ଦଙ୍କୁ ସେମାନଙ୍କ ସ୍ୱାମୀ ଭାବରେ ଗ୍ରହଣ କରିଛନ୍ତି । ତେବେ ସବୁଠୁ ବଡ ଆଶ୍ଚର୍ଯ୍ୟକର ଘଟଣା ହେଉଛି, ଆଜି ପର୍ଯ୍ୟନ୍ତ ରୂପଚାନ୍ଦ ତାଭ୍କ ପାଖରେ ନାହାନ୍ତି କି ତାଙ୍କୁ ଦେଖା ମଧ୍ୟ ଦେଇ ନାହାନ୍ତି । ରୂପଚାନ୍ଦ ନାମକ ଜଣେ ଅଦୃଶ୍ୟ ବ୍ୟକ୍ତିଙ୍କୁ ଏହି ମହିଳାମାନେ ସେମାନଙ୍କର ସ୍ୱାମୀ ଭାବରେ ଜନଗଣନା କର୍ମଚାରୀଙ୍କୁ ପରିଚୟ ଦେଇଛନ୍ତି । ତେବେ ରୂପଚାନ୍ଦ ଏବଂ ତାଙ୍କର ୪୦ ପତ୍ନୀଙ୍କ କାହାଣୀ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି ।

Get real time updates directly on you device, subscribe now.