fbpx

FASTAG Security Alert : ଏହି ଛୋଟ ଭୁଲ ପାଇଁ ଆକାଉଣ୍ଟ ହେବ ଖାଲି , ଗାଡିର ମଜା ନେବ ଅନ୍ୟ କିଏ କିନ୍ତୁ ଟଙ୍କା କଟିବ ଆପଣଙ୍କର

ନୂଆଦିଲ୍ଲୀ : ରାଜପଥରେ ଯାତ୍ରା କରିବା ସମୟରେ ଟୋଲ୍ ପଏଣ୍ଟରେ ସମୟ ନଷ୍ଟ ନ ହେବ ଏବଂ ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ମିଳିବ ସେଥିପାଇଁ ଫାଷ୍ଟାଗ୍ ବ୍ୟବସ୍ଥା କରାଯାଇଛି । ସମୟ ସହିତ ଏହାକୁ ବାଧ୍ୟତାମୂଳକ କରାଗଲା । ବର୍ତ୍ତମାନ ପ୍ରତ୍ୟେକ କାର ଏବଂ ବଡ ଗାଡିରେ ଫାଷ୍ଟାଗ୍ ଲଗାଯାଇଛି । ଏହାର ସବୁଠୁ ବଡ ସୁବିଧା ହେଉଛି ଟୋଲରେ ଟଙ୍କା ଦେବା ପାଇଁ ଲମ୍ବା ଧାଡିରେ ଠିଆ ହେବକୁ ପଡିବ ନାହିଁ ଏବଂ ଅଯଥାରେ ସମୟ ନଷ୍ଟ ହେବ ନାହିଁ । ଯେତେବେଳେ ଟୋଲ ଦେଇ ଅତିକ୍ରମ କରିବେ, ସେତେବେଳେ ଟୋଲ ଟ୍ୟାକ୍ସ ଆପଣଙ୍କ ଆକାଉଣ୍ଟ ସହ ଜଡିତ ଥିବା ଇ-ୱାଲେଟରୁ କଟିଯିବ ।

କିନ୍ତୁ ବେଳେବେଳେ ଆପଣଙ୍କ କିଛି ଅଣଦେଖା ବା ଛୋଟ ଭୁଲ ପାଇଁ ଅର୍ଥ କ୍ଷତି ସହିବାକୁ ପଡିପାରେ । ଯଦି ଆପଣଙ୍କ ଗାଡି ଅନ୍ୟକୁ ଦେଉଛନ୍ତି ତେବେ ସେ ଟ୍ରୋଲ ଦେଇ ଅତିକ୍ରମ କଲେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିବ । ଏକଥା ତ ସମସ୍ତଙ୍କୁ ପ୍ରାୟ ଜଣାଥିବ ।

କିନ୍ତୁ ଯଦି ଆପଣ ପୁରୁଣା ଗାଡି ବିକ୍ରି କରିଛନ୍ତି ଏବଂ ଫାଷ୍ଟାଗ୍ କାଢିବାକୁ ଭୁଲି ଯାଇଛନ୍ତି ତେବେ କ’ଣ ହେବ କୁହନ୍ତୁ ତ ।

ବର୍ତ୍ତମାନ ପୁରୁଣା କିମ୍ବା ନୂଆ ହେଉ ସମସ୍ତ କାରରେ ଫାଷ୍ଟାଗ୍ ଇନଷ୍ଟଲ୍ ହୋଇଛି । କାରର ୱିଣ୍ଡିଶିଲ୍ଡରେ ଥିବା ଏହି ଛୋଟ ଷ୍ଟିକର୍ ବର୍ତ୍ତମାନ ଏକ ନୂତନ ଗାଡି କିଣିବା ଉପରେ ଲାଗିକି ଆସୁଛି । ଆପଣଙ୍କୁ କେବଳ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ କିମ୍ବା ଇ-ୱାଲେଟ୍ ସହିତ ସଂଲଗ୍ନ କରିବାକୁ ପଡିବ । ଏପରି ପରିସ୍ଥିତିରେ, ଯଦି ତୁମେ ତୁମର ପୁରୁଣା କାର ବିକ୍ରି କରୁଛ ଏବଂ ଏଥିରେ ଫାଷ୍ଟାଗ୍ ଅଛି । ନୂଆ କାରର ମାଲିକ ଏହାକୁ ପରିବର୍ତ୍ତନ କରି ନାହାନ୍ତି । ତେବେ କ’ଣ ହେବ ? ଆପଣଙ୍କ ଆକାଉଣ୍ଟରୁ ହିଁ ଟଙ୍କା କଟିବ । ନୂଆ ମାଲିକ ଗାଡି ଧରି ବୁଲିବ, ଆଉ ଫାଷ୍ଟାଗ୍ ପେମେଣ୍ଟ ଆପଣ କରିବେ ।

ତେଣୁ ଗାଡି ବିକିବା ପୂର୍ବରୁ କଦାପି ଏହି ଭୁଲ କରନ୍ତୁ ନାହିଁ । ପ୍ରଥମେ ପୁରୁଣା ଗାଡି ଫାଷ୍ଟାଗ୍ ଷ୍ଟିକର ହଟାଇବା ପରେ ଗାଡି ବିକ୍ରି କରନ୍ତୁ ।

Get real time updates directly on you device, subscribe now.