fbpx

Video: ଚାଲିଥିଲା ଶେଷ ଯାତ୍ରା, ଉଠିବସିଲା ମୃତଦେହ: କୋକେଇ ଛାଡ଼ି ଦଉଡ଼ିଲେ ଲୋକ

ଓଡ଼ିଶା ଭାସ୍କର: ଅନେକ ସମୟରେ ଖବର ଆସେ କି ଜୁଇରେ ନିଆଁ ଲାଗିବ ପୂର୍ବରୁ ଜୁଇ ଉପରେ ଉଠି ବସିଥିଲେ ମୃତ ମଣିଷ। ଆଉ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି। ଏଭଳି ଘଟଣା ଅନେକ ସମୟରେ ଘଟାଇଥିବାର ପ୍ରମାଣ ମଧ୍ୟ ରହିଛି। କିନ୍ତୁ ଆମେ ଆଜି କହିବାକୁ ଯାଉଥିବା ଖବର କିଛି ଅଲଗା ପ୍ରକାର।

ଏହି ସତ କୋକେଇରେ ଜୀବନ୍ତ ମଣିଷଙ୍କର ହୁଏ କୋକେଇ ଯାତ୍ରା। ଏ ହେଉଛି ଜୀବନ୍ତ ମଣିଷର କୋକେଇ ପରମ୍ପରା। ଏମିତି ଏକ ପରମ୍ପରା ରହିଛି ପୁରି ଜିଲା ପିପିଲି ଅଂଚଳରେ। ମଉଜବେଗ ଗାଁ ମେଳଣରେ ଏହି ନିଆରା ପରମ୍ପରା ହଳଦିପାଣି ଜାତ୍ରା ଦେଖିବାକୁ ମିଳିଥାଏ। ଜୀବିତ ମଣିସ ଏଠି ଶବ ହୁଏ। ଜୀବନ ଥାଉ ଥାଉ ଜୀବନ୍ତ ମଣିସକୁ କୋକେଇ ରେ ନିଆ ଯାଏ। ସେତିକି ନୁହେଁ କୋକେଇ ରେ ସୁଆଇ ଚାରି କାନ୍ଧରେ ପୁରା ଗାଁ ପରିକ୍ରମା କରାଯାଇଥାଏ।

ହାତରେ ମାଟି ହାଣ୍ଡି ସହିତ ନିଆଁ ବେଣା ଧରି ଗାଁ ପରିକ୍ରମା କରାଯାଏ। ଆଉ ପରମ୍ପରା ଅନୁଯାୟୀ ଗ୍ରାମ ପରିକ୍ରମା ପରେ, ଶେଷରେ ନକଲି ଶବକୁ ଦାହ କରାଯାଏ। ଗାଁ ର ଘାଟ ତୁଠରେ କୋକେଇରେ ନକଲି ଶବ ଦାହ କରିଥାନ୍ତି।

Get real time updates directly on you device, subscribe now.