‘ସୀମା ପାର ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ …’, ଏସସିଓ ଶିଖର ସମ୍ମିଳନୀରେ ବିଲାୱାଲଙ୍କ ସମ୍ମୁଖରେ ସିଧା ସିଧା କହିଲେ ଏସ. ଜୟଶଙ୍କର
ଗୋଆ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଶୁକ୍ରବାର ସାଂଘାଇ ସହଯୋଗ ସଂଗଠନକୁ ସମ୍ବୋଧନ କରିଛନ୍ତି। ଏସସିଓ ଶିଖର ସମ୍ମିଳନୀରେ ସହଯୋଗୀ ଦେଶର ବୈଦେଶିକ ମନ୍ତ୍ରୀ ମାନଙ୍କ ଆଗରେ ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ସୀମା ଆତଙ୍କବାଦ ସଂପୂର୍ଣ୍ଣ ଭାବେ ଶେଷ ହେବା ଉଚିତ୍। ଆମକୁ ସେମାନଙ୍କ ପାଣ୍ଠି ବନ୍ଦ କରିବାକୁ ପଡିବ। ଆଜିର ବୈଠକରେ ଜୁଲାଇରେ ହେବାକୁ ଥିବା ବୈଠକର ଏଜେଣ୍ଡା ପ୍ରସ୍ତୁତ ହେବ। ଏହା ବ୍ୟତୀତ ଆଜି ୧୫ ଟି ଚୁକ୍ତିନାମା ମଧ୍ୟ ଚୂଡାନ୍ତ ହେବ।
ତିନି ବର୍ଷ ପୂର୍ବେ ୨୦୨୦ ଗଲୱାନ୍ ଭ୍ୟାଲି ହିଂସା ପରେ ଏହା ପ୍ରଥମ ଥର ଯେତେବେଳେ ଚୀନ୍ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତ କରୁଛନ୍ତି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଚୀନ୍ ବଦେଶିକ ମନ୍ତ୍ରୀ ଚିନ୍ କାଙ୍ଗ କହିଛନ୍ତି ଯେ ଉଭୟ ଭାରତ ଏବଂ ଚୀନ୍ ନୂତନ ଉପାୟ ଖୋଜିବା ଉଚିତ୍। ଯେଉଁଥିରେ ଆମ ଦୁହେଁ ଉପକୃତ ହେଉଛନ୍ତି।
#WATCH | The menace of terrorism continues unabated. We firmly believe that there can be no justification for terrorism and it must be stopped in all its forms and manifestations including cross-border terrorism. Combating terrorism is one of the original mandates of SCO…: EAM… pic.twitter.com/xsdqz1Tz0I
— ANI (@ANI) May 5, 2023
ଆଜି ଏସସିଓ ବୈଠକ ସମୟରେ ଆତଙ୍କବାଦର ସବୁଠାରୁ ବଡ ପାଳିତ ଦେଶ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଆଗରେ ବସିଥିଲେ। ଏସ ଜୟଶଙ୍କର ପ୍ରଥମେ ସମସ୍ତ ବୈଦେଶିକ ମନ୍ତ୍ରୀଙ୍କୁ ଅଭିବାଦନ ଜଣାଇଥିଲେ ଏବଂ ପରେ ଆତଙ୍କବାଦ ଉପରେ ଅନେକ ବର୍ଣ୍ଣନା କରିଥିଲେ। ଆତଙ୍କବାଦ ମୁକାବିଲା ହେଉଛି ସବୁଠାରୁ ବଡ ପ୍ରାଥମିକତା ବୋଲି ଏସ ଜୟଶଙ୍କର କହିଛନ୍ତି। ସୀମାରେ ଆତଙ୍କବାଦକୁ ଭାରତ ବରଦାସ୍ତ କରିବ ନାହିଁ। ଆତଙ୍କବାଦ ବିରୋଧରେ ଲଢ଼ିବାକୁ ସେ ସମସ୍ତ ଦେଶକୁ ଆହ୍ୱାନ କରିଛନ୍ତି। ଆତଙ୍କବାଦୀଙ୍କ ଆର୍ଥିକ ସହାୟତା ସମ୍ପର୍କରେ ସେ ଦେଶମାନଙ୍କୁ ମଧ୍ୟ ସଚେତନ କରିଛନ୍ତି। ଆତଙ୍କବାଦୀଙ୍କୁ ଦିଆଯାଉଥିବା ଅର୍ଥକୁ ତୁରନ୍ତ ବନ୍ଦ କରିବାକୁ ପଡିବ ବୋଲି ସେ କହିଛନ୍ତି।