fbpx

ବ୍ୟାଙ୍କଗୁଡିକୁ ଆସ୍ୱସ୍ତ ଦେଲେ ସୁପ୍ରିମକୋର୍ଟ: ଠକେଇ ଘୋଷଣା କରିବା ପୂର୍ବରୁ ଋଣ ନେଇଥିବା ବ୍ୟକ୍ତିଙ୍କ କଥା ଶୁଣିବା ଆବଶ୍ୟକ ନୁହେଁ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ, ଋଣ ନେଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ‘ଠକେଇ’ ଘୋଷଣା କରିବା ପୂର୍ବରୁ ବ୍ୟାଙ୍କଗୁଡିକ ବ୍ୟକ୍ତିଗତ ଭାବରେ ଶୁଣିବାକୁ ନିର୍ଦ୍ଦେଶ ଦେଇନାହାଁନ୍ତି। ମାର୍ଚ୍ଚ ୨୭ ର ଆଦେଶରେ ଉପସ୍ଥିତ ଥିବା ଦୁଇଟି ପଏଣ୍ଟ ଉପରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ କୋର୍ଟ ଏହି ସ୍ପଷ୍ଟୀକରଣ ଦେଇଛନ୍ତି।

ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ପି ଏସ୍ ନରସିମା ଏବଂ ଜିବି ପାରଦୀବାଲାଙ୍କ ପୀଠ କହିଛନ୍ତି ଯେ, ଆମେ କେବେ ହେଲେ କହିନାହୁଁ ଯେ, ଋଣ ନେଇଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ୍ଷ ରୂପେ ତାଙ୍କର ପକ୍ଷ ରଖିବାକୁ ସୁଯୋଗ ଦିଆଯିବ। ବରଂ ଆମେ ଏହା କହିଥିଲୁ ଯେ ସେମାନଙ୍କୁ ସଠିକ୍ ନୋଟିସ୍ ଦେଇ ସେମାନଙ୍କ ପକ୍ଷ ଉପସ୍ଥାପନ କରିବାର ସୁଯୋଗ ଦିଆଯାଉ।

ଏହାର ପୂର୍ବ ଆଦେଶର ରିଟ୍ରୋସ୍ପେକ୍ଟିଭ୍ ଇଫେକ୍ଟ ପ୍ରସଙ୍ଗରେ ବେଞ୍ଚ କହିଛନ୍ତି ଯେ, ଏହି ସମୟରେ ଏସବିଆଇକୁ ଏହି ନିଷ୍ପତ୍ତି ବିରୋଧରେ ସମୀକ୍ଷା ଆବେଦନ କରିବାକୁ ପଡିବ। ମାର୍ଚ୍ଚ ୨୭ ରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛି ଯେ ଯଦି ଏକ ଆକାଉଣ୍ଟକୁ ଜାଲିଆତି ଘୋଷଣା କରାଯାଏ ତେବେ କେବଳ ଏହାର ସୂଚନା ଅନୁସନ୍ଧାନକାରୀ ସଂସ୍ଥାକୁ ଦିଆଯିବ ନାହିଁ, ବରଂ ଋଣ ନେଇଥିବା ବ୍ୟକ୍ତିଙ୍କୁ ଦଣ୍ଡବିଧାନ ଏବଂ ନାଗରିକ ମାମଲା ମଧ୍ୟ ସାମ୍ନା କରିବାକୁ ପଡିବ।

ଦେଶର ବିଭିନ୍ନ ହାଇକୋର୍ଟରେ ଠକେଇ ବର୍ଗୀକରଣ ଏବଂ ବାଣିଜ୍ୟିକ ବ୍ୟାଙ୍କ ଏବଂ ନିଦ୍ଧିଷ୍ଟ ଏଫଆଇଏସ୍ ଉପରେ ଆରବିଆଇର ୨୦୧୬ ମାଷ୍ଟର ସର୍କୁଲାରକୁ ଚ୍ୟାଲେଞ୍ଜ କରାଯାଇଥିଲା । ଏଥିରେ ବଡ ଋଣ ପରିଶୋଧକାରୀଙ୍କ ପ୍ରତି ସତର୍କ ରହିବାକୁ କୋର୍ଟ ବ୍ୟାଙ୍କଗୁଡ଼ିକୁ କହିଥିଲେ । ଏହାପରେ ସନ୍ଦେହଜନକ ହେଲେ ବ୍ୟାଙ୍କଗୁଡିକ ଏପରି ଆକାଉଣ୍ଟକୁ ଠକେଇ ଭଳି ଘୋଷଣା କରିବା ଉଚିତ ବୋଲି ଆରବିଆଇ କହିଛି ।

ତେଲେଙ୍ଗାନା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଏସବିଆଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା । ତେଲେଙ୍ଗାନା ହାଇକୋର୍ଟ ୨୦୨୦ ରେ ରାଜେଶ ଅଗ୍ରୱାଲଙ୍କ ଆବେଦନ ଉପରେ ନିଷ୍ପତ୍ତି ନେଇଥିଲେ ଯେ କୌଣସି ଆକାଉଣ୍ଟକୁ ଜାଲିଆତି ବୋଲି ଘୋଷଣା କରିବା ପୂର୍ବରୁ ଆକାଉଣ୍ଟଧାରୀଙ୍କୁ ଶୁଣାଣି କରିବାର ସୁଯୋଗ ମିଳିବା ଉଚିତ ।

Get real time updates directly on you device, subscribe now.