fbpx

କର୍ଣ୍ଣାଟକରେ ପରାଜୟରୁ ଶିକ୍ଷା ପାଇଲା ବିଜେପି, ରାଜସ୍ଥାନ-ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ନିର୍ବାଚନ ପାଇଁ ବଦଳାଇବ ରଣନୀତି

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାର ଫଳାଫଳ କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏକ ସତର୍କ ଘଣ୍ଟି ସଦୃସ ହୋଇଛି । ଚଳିତ ବର୍ଷ ଶେଷ ଭାଗରେ ଚାରି ଗୁରୁତ୍ୱପୁର୍ଣ୍ଣ ରାଜ୍ୟରେ ନିର୍ବାଚନ ଥିବା ବେଳେ କର୍ଣ୍ଣାଟକ ନିର୍ବାଚନ ବିଜେପିକୁ ଏହାର ରଣନୀତି ପରିବର୍ତ୍ତନ କରିବାକୁ ବାଧ୍ୟ କରିଛି । ଆଗକୁ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଛତିଶଗଡରେ ନିର୍ବାଚନ ଅନୁଷ୍ଠିତ ହେବ ।

ତେବେ ସେଥିମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ବିଜେପି ହାତରେ ରହିଛି । ବାକି ରାଜସ୍ଥାନରେ ସରକାର ପରିବତ୍ତନ ନାରା ଏବଂ ତେଲେଙ୍ଗାନା-ଛତିଶଗଡରେ ସରକାର ବିରୋଧୀ ହାବା ଏହାର ସପକ୍ଷରେ କାମ କରିବ ବୋଲି ବିଜେପି ଆଶା କରୁଛି ।

ବିଜେପିର ବରିଷ୍ଠ ନେତାମାନେ କହିଛନ୍ତି ଯେ, ଚାରିଟି ରାଜ୍ୟରେ ନେତୃତ୍ୱ ପ୍ରସଙ୍ଗ ଏବଂ ପ୍ରାର୍ଥୀ ଚୂଡ଼ାନ୍ତ ରୂପେ ଜାତିଗତ ସମୀକରଣକୁ ମନେ ରଖିବାକୁ ବିଜେପି ନିଷ୍ପତ୍ତି ନେଇଛି । କର୍ଣ୍ଣାଟକ ନିର୍ବାଚନରେ ଆମେ ଏକ କଠିନ ଶିକ୍ଷା ଲାଭ କରିଛୁ । ସେଠାରେ ବିଏସ ୟେଦୁରୁପ୍ପାଙ୍କୁ ଶୀର୍ଷ ପଦବୀରୁ ହଟାଇବା ଏବଂ ଜଗଦୀଶ ଶେଟ୍ଟର, ଲକ୍ଷ୍ମଣ ସାଦାଭି ଭଳି ନେତାଙ୍କ ଟିକେଟ୍ କାଟ୍ କରିବା ନେଇ ଲିଙ୍ଗାୟତ ସମ୍ପ୍ରଦାୟ କ୍ରୋଧିତ ହୋଇଥିଲେ । ଯାହାର ଲାଭ କଂଗ୍ରେସ ସିଧାସଳଖ ପାଇଲା । ଲିଙ୍ଗାୟତଙ୍କ ଭୋଟ୍ କଂଗ୍ରେସକୁ ଚାଲିଗଲା ।

କେବେଳ ଏତିକି ନୁହେଁ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ରାଜ୍ୟମାନଙ୍କରେ ସରକାର ଗଢ଼ିବା ପାଇଁ ଆବଶ୍ୟକ ପଡ଼ିଲେ ବିଜେପି ଛୋଟ ଛୋଟ ଦଳମାନଙ୍କ ସହିତ ଗଠବନ୍ଧନ କରିପାରେ । କର୍ଣ୍ଣାଟକରେ ମଧ୍ୟ ଦଳ ଯଦି ଏଚ୍‌ଡି କୁମାରସ୍ୱାମୀଙ୍କ ଦଳ ଜେଡିଏସ୍ ସହିତ ଗଠବନ୍ଧନ କରିଥାନ୍ତା, ତେବେ ଫଳାଫଳ କିଛୀ ଅଲଗା ହୋଇପାରିଥାନ୍ତା।

ତେଣୁକରି ଏସମସ୍ତ ଦିଗ ପ୍ରତି ଧ୍ୟାନ ରଖି ବିଜେପି ଏହାର ରଣନୀତିରେ ପରିବର୍ତ୍ତନ କରିଛି । ଯେପରିକି ସବୁଠୁ ବଡ଼ ପରିବର୍ତ୍ତନ କେନ୍ଦ୍ରୀୟ ନେତା ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଧିକ ନିର୍ଭରଶୀଳ ହେବା ପରିବର୍ତ୍ତେ ସ୍ଥାନୀୟ ନେତାଙ୍କ ଉପରେ ଧ୍ୟାନ ଦିଆଯିବ । ଏହି ଅଭିଯାନ ଚଳାଇବାକୁ କଂଗ୍ରେସ ସ୍ଥାନୀୟ ନେତାମାନଙ୍କୁ ଅନୁମତି ଦେଇଥିଲା, ଯାହା ମଧ୍ୟ ସେମାନଙ୍କ ପାଇଁ ଲାଭଦାୟକ ହୋଇଛି ।

ସେହିପରି ଦଳ ମଧ୍ୟରେ ଦଳୀୟ କନ୍ଦଳକୁ ମଧ୍ୟ ଶେଷ କରିବା ଉପରେ ବିଶେଷ ଗୁରୁତ୍ୱ ଦେବ । ଯାହା କର୍ଣ୍ଣାଟକରେ ଦଳ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଥିଲା । ଯେଉଁ କାରଣରୁ କର୍ଣ୍ଣାଟକରେ ଦଳର ଅନେକ ଶିର୍ଷ ନେତୃତ୍ୱଙ୍କୁ ଟିକେଟ୍ ମିଳିନଥିଲା । ତେଣୁ ଏପ୍ରକାର ସମସ୍ୟାକୁ ଏଡ଼ାଇବା ପାଇଁ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଏହି ରଣନୀତି ଗୁରୁତ୍ୱପୂର୍ଣ୍ଣ ହେବ ।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ ​​ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। ଜ୍ୟୋତିରାଦିତ୍ୟ ସିନ୍ଧିଆ, ନରେନ୍ଦ୍ର ସିଂ ତୋମାର, ବିଡି ଶର୍ମାଙ୍କ ପରି ଅନ୍ୟ ନେତାଙ୍କୁ ଏକାଠି ରଖିବା ମଧ୍ୟ ବିଜେପି ଏହି ରଣନୀତିର ଆପଣାଇପାରେ। ସେହିପରି ରାଜସ୍ଥାନ ବିଷୟରେ କହିଲେ, ଭାସୁନ୍ଧରା ରାଜେଙ୍କ ପରି ଜଣେ ବରିଷ୍ଠ ନେତାଙ୍କୁ ଏଠାରେ ଅଗ୍ରାଧିକାର ଦିଆଯିବ। ଏହା ବ୍ୟତୀତ କିରୋନିଲାଲ ମୀନା, ଗଜେନ୍ଦ୍ର ସିଂ ଶେଖୱାତ, ସତୀଶ ପୁନିଆ, କୈଲାଶ ଚୌଧୁରୀଙ୍କ ଭଳି ନେତାଙ୍କୁ ଏକାଠି ରଖିବା ମଧ୍ୟ ଦଳ ପାଇଁ ଲାଭଦାୟକ ହେବ।

ସେହିଭଳି ଛତିଶଗଡରେ ରମଣ ସିଂ, ବ୍ରିଜମୋହନ ଅଗ୍ରୱାଲ, ଅରୁଣ ସା ଭଳି ନେତାମାନଙ୍କୁ ଗୁରୁତ୍ୱ ଦିଆଯିବ। ଏହି ନେତାମାନଙ୍କୁ ଅଭିଯାନରେ ଆଗକୁ ନିଆଯିବ। ଆଦିବାସୀ ସମାଜକୁ ମଧ୍ୟ ପ୍ରତିନିଧିତ୍ୱ ଦିଆଯିବ। ଏହା ବ୍ୟତୀତ ତେଲେଙ୍ଗାନାର ବୁନ୍ଧି ସଞ୍ଜୟ, ଇ. ରାଜେନ୍ଦ୍ରନ୍, ଜି. କିଶାନ୍ ରେଡ୍ଡୀଙ୍କ ଭଳି ନେତାମାନଙ୍କୁ ଗୁରୁତ୍ୱ ଦିଆଯିବ। ରାଜ୍ୟ ନେତାଙ୍କ ସଂଗ୍ରାମ ଏବଂ ଦଳଗତତା ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ।

 

 

 

Get real time updates directly on you device, subscribe now.