ନୂଆଦିଲ୍ଲୀ: ଖରାପ ମୌସୂମୀ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଏଭଳି ଝଡ ତୋଫାନ ଯୋଗୁଁ ବିଭିନ୍ନ ସ୍ଥାନରେ ଅନେକ ଜନଜୀବନ ହାନି ହେଉଥିବା ଦେଖାଯାଉଛି । ଏହି ଝଡ ତୋପାନକୁ ନେଇ ବର୍ତ୍ତମାନ ଆଉ ଏକ ଭିଡିଓ ଏବେ ସାମନାକୁ ଆସିଛି । ରାସ୍ତାରେ ଯିବା ବେଳେ ଦୁଇ ଯୁବକଙ୍କ ଖସିଛି ମୃତ୍ୟୁରୂପୀ ବିପଦ । ଗୋଟିଏ ଗଛର ଡାଳ ଭାଙ୍ଗିବା ପରେ ସିଧା ଆସି ଜଣେ ଗାଡି ଚାଳକଙ୍କ ଉପରେ ପଡିଛି । ସିସିଟିଭିରେ ଏହି ଘଟଣାର ଏକ ଛାତିଥରା ଭିଡିଓ ରେକର୍ଡ ହୋଇଛି ।
ସୂଚନା ଅନୁସାରେ, ରାଜସ୍ଥାନ ଜୋଧପୁରରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟଥରା ଘଟଣା । ହେରିଟେଜ ହାଇକୋର୍ଟ ରୋଡରେ ଆଜି ଖୁବ ଭିଡ ଦେଖାଯାଇଥିଲା । ଏହି ସମୟରେ ଗୋଟିଏ ସ୍କୁଟିରେ ଦୁଇ ଜଣ ଯୁବକ ସେହି ବାଟ ଦେଇ ଯିବା ବେଳେ ତାଙ୍କ ଉପରେ ଖସି ପଡିଛି ଏକ ମହାବିପଦ । ସ୍କୁଟିରେ ନିକଟସ୍ଥ ପେଟ୍ରୋଲ ପମ୍ପ ଦେଇ ଯିବା ବେଳେ ଗୋଟିଏ ଗଛର ଡାଳ ଭାଙ୍ଗିଯାଇ ସିଧା ଦୁଇ ଯୁବକଙ୍କ ଉପରେ ପଡିଛି । ଫଳରେ ଗାଡିଚାଳକ ଗାଡି ଉପରୁ ତାଙ୍କ ନିୟନ୍ତ୍ରଣ ହରାଇ ତଳେ ପଡି ଯାଇଥିଲେ ଏବଂ ଗଛ ଡାଳ ତାଙ୍କ ଉପରେ ପଡିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏହି ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ ଗାଡି ଚାଳକମାନେ ଗଛ ଡାଳରୁ ରକ୍ଷା ପାଇ ଯାଇଥିଲେ ।
Rajasthan: Tree fell on moving scooty in #Jodhpur, 3 youths riding on scooty injured
#Rajasthan #viralvideo #accident pic.twitter.com/QRArQiQPrB
— Siraj Noorani (@sirajnoorani) May 30, 2023
ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଉପସ୍ଥିତ ଲୋକେ ସେଠାକୁ ଯାଇ ଡାଳ କାଟି ଦୁଇ ଯୁବକଙ୍କୁ ଉଦ୍ଧାର କରିଛନ୍ତି । ତେବେ ଏଭଳି ଏକ ଭୟାନକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ସେ ଗୁରୁତର ହୋଇଥିବା ବେଳେ ଅନ୍ୟ ୨ ଜଣ ମଧ୍ୟ ଆହତଗହୋଇଛନ୍ତି । ସମସ୍ତଙ୍କୁ ଡାଳ ତଳୁ ଉଦ୍ଧାର କରି ମଥୁରାଦାସ ମାଥୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏସବୁ ଘଟଣା ପାଖରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ତେବେ କେବଳ ଏହି ସ୍ଥାନରେ ନୁହେଁ, ଜୋଧପୁରର ବିଭିନ୍ନ ସ୍ଥାନରେ ଖରାପ ମୌସୂମୀ ଯୋଗୁଁ ଅନେକ ଦୁର୍ଘଟଣା, ଅଘଟଣା ଦେକିବାକୁ ମିଳୁଛି ।