fbpx

୬ ମାସ ମୋବାଇଲ ଗେମ୍ ଖେଳିବା ପାଇଁ ଏହି କମ୍ପାନୀ ଦେଉଛି ୧୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ମୋବାଇଲ ଗେମ୍ ଖେଳୁଥିବା ଯୁବବର୍ଗଙ୍କ ପାଇଁ ଆସିଛି ଏକ ଖୁସିର ଖବର । ଏଣିକି ମୋବାଇଲରେ ଗେମ୍ ଖେଳିଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା । IQ00 କମ୍ପାନୀ ନିଜର ପ୍ରଥମ ଗେମିଙ୍ଗ ଅଫିସରଙ୍କୁ ଖୋଜୁଛି, ଏହି ଖେଳାଳିଙ୍କୁ ୬ ମାସର ଅବଧି ପାଇଁ ମିଳିବ ୧୦ ଲକ୍ଷ ଟଙ୍କା । ମୋବାଇଲ ଗେମ୍ କୁ ନେଇ ଉତ୍ସାହିତ ଥିବା ଯୁବବର୍ଗଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ତେବେ ମୋବାଇଲ ଗେମକୁ ନେଇ ସ୍ୱପ୍ନ ଦେଖୁଥିବା ଖେଳାଳିମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ବୋଲି କହିଛି କମ୍ପାନୀ ।

ଭାଗ ନେବା ପାଇଁ କ’ଣ ରହିଛି ନିୟମ?

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜଣେ ଖେଳାଳି ବା ପ୍ରାର୍ଥିଙ୍କ ବୟସ ୧୮ ବର୍ଷ ରୁ ୨୫ ବର୍ଷ ଭିତରେ ହୋଇଥିବା ଆବଶ୍ୟକ । ତେବେ ଏଥିରେ କେବଳ ଭାରତରେ ରହୁଥିବା ଖେଳାଳିମାନେ ହିଁ ଭାଗ ନେଇ ପାରିବେ ବୋଲି IQ00 କମ୍ପାନୀ ତରଫରୁ ସୂଚନା ଦିଆଯାଇଛି ।

ମୁଖ୍ୟ ଖେଳ ଅଧିକାରୀଙ୍କ କାର୍ଯ୍ୟ:

IQ00 ଫୋନରେ ଗେମ୍ ଗୁଡିକର ଅନୁଭୂତି ଏବଂ ସମୀକ୍ଷା କରିବା ସହିତ ଖେଳାଳିମାନଙ୍କ ସ୍ୱର ଭାବରେ ଏହା ଉପରେ ମୂଲ୍ୟବାନ୍ ମତାମତ ଦେଇପାରିବେ । କମ୍ପାନୀ ତରଫରୁ କୁହାଯାଇଛି ଯେ, IQ00ର ମୁଖ୍ୟ ଗେମିଙ୍ଗ ଅଫିସର କେବଳ IQ00ରେ ନୁହେଁ, ଦେଶର ଶ୍ରେଷ୍ଠ ଖେଳାଳି ଏବଂ ଖେଳ ସମ୍ପ୍ରଦାୟ ସହିତ ଅଭିଜ୍ଞତା ବାଣ୍ଟିବାର ସୁଯୋଗ ପାଇପାରିବେ । ଏହାସହିତ ଗେମ-ପ୍ଲେ, ଗେମିଙ୍ଗ ଷ୍ଟାଇଲ, ଉପସ୍ଥାପନା ଏବଂ ଗେମିଙ୍ଗ ଇଣ୍ଟରପ୍ରିଟେସନକୁ ନେଇ ଖେଳାଳିମାନଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ସ୍ମାର୍ଟଫୋନ ପ୍ୟାକେଜ ପ୍ରସ୍ତୁତ କରିବେ ଗେମିଙ୍ଗ ଅଫିସର । ଏହାସହିତ ସେମାନଙ୍କୁ ସମଗ୍ର ଦେଶରେ ଜଣେ ଶ୍ରେଷ୍ଠ ଖେଳାଳି ଏବଂ ଖେଳ ସମ୍ପ୍ରଦାୟ କାର୍ଯ୍ୟ କରିବାର ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ ମିଳିପାରିବ ।

IQ00 କମ୍ପାନୀର ସିଇଓ ନିପୁନ୍ ମାରିୟା କହିଛନ୍ତି ଯେ, ଆମେ Z ଜେନେରେସନର ଖେଳରେ ଅବିସ୍ମରଣୀୟ ଉତ୍ସାହ ଏବଂ ଅଂଶଗ୍ରହଣ ଲକ୍ଷ୍ୟ କରିଛୁ । ସେମାନଙ୍କର ଭିନ୍ନ ପସନ୍ଦ ସହିତ ଖେଳ ଏବଂ ମନୋରଞ୍ଜନକୁ ଏକ ନୂଆ ରୂପ ଦେବା ପାଇଁ ସେମାନଙ୍କ ପାଖରେ ଶକ୍ତି ରହିଛି । ତେବେ ଏକ ନୂତତାର ମାର୍ଗ ଦେଖାଇବା ଏବଂ ଦେଶର ଖେଳାଳିମାନଙ୍କ ପାଇଁ ରୋମାଞ୍ଚକର ଗେମିଙ୍ଗ ଏକ୍ସପେରିଏନ୍ସ ଦେବା ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ । ଭାରତର ଗେମିଙ୍ଗ ଇଣ୍ଡଷ୍ଟ୍ରି ବର୍ତ୍ତମାନ ଏକ ନୂଆ ଉଚ୍ଚତା ପ୍ରାପ୍ତ କରିଛି ଏବଂ Z ଜେନେରେସନ୍ ସାରା ବିଶ୍ୱରେ ଗେମ୍ ଡାଉନଲୋଡରଙ୍କ ସଂଖ୍ୟା ଏବେ ୧୭%କୁ ଛୁଇଁଥିବା କହିଛି IQ00 କମ୍ପାନୀ ।

କିପରି କରିବେ ଆବେଦନ?

ପ୍ରତିଯୋଗତିାରେ ଭାଗ ନେବା ପାଇଁ IQ00ର ୱେବସାଇଟରେ ରେଜିଷ୍ଟ୍ରେସନ ଫର୍ମ ପୂରଣ କରିବାକୁ ହେବ । ତେବେ ଥରେ ଏଥିରେ ପଞ୍ଜୀକରଣ ଫର୍ମ ପୂରଣ କରିସାରିବା ପରେ ଏକ ଗେମିଙ୍ଗ ରାଉଣ୍ଡ ଏବଂ ଅଡିସନକୁ ନେଇ ବିସ୍ତୃତ ଆପ୍ଲିକେସନ ଦ୍ୱାରା ଆପଣ ସ୍କ୍ରିନିଙ୍ଗ ହୋଇପାରିବେ । ଏଥିରେ ଆବେଦନ କରିବା ପାଇଁ ଶେଷ ତାରିଖ ଜୁନ୍ ୧୧ ତାରିଖକୁ ଧାର୍ଯ୍ୟ କରିଛି IQ00 କମ୍ପାନୀ ।

Get real time updates directly on you device, subscribe now.