fbpx

ଚିନ୍ତାରେ ସେଲୁନବାଲା,ଦେଢ଼ମାସ କଇଁଚୀ ଖୂର ନବାଜି ଚୁଟିଦାଢ଼ି ଜଟ

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): ଲକ ଡାଉନକୁ ପୁରିଲା ୪୫ ଦିନ । ଆଜିଠୁ ଲକଡାଉନ ୩.୦ ଆରମ୍ଭ ହେଲା । ହେଲେ ଏହି ତୃତୀୟ ପର୍ଯ୍ୟାୟରେ କିଛି କ୍ଷେତ୍ରକୁ କୋହଳ କରିଛନ୍ତି ସରକାର । ମଦ ଦୋକାନ ସହ,ପାନ ଓ ସେଲୁନ ଦୋକାନ ଖୋଲିବା ପାଇଁ ଅନୁମତି ମିଳିଛି । ଯାହାକୁ ନେଇ ଆଶ୍ୱସ୍ଥ ହୋଇଛନ୍ତି ଲୋକେ । ଆଜି ଗ୍ରୀନ ଓ ଅରେଂଜ ଜୋନରେ ସେଲୁନ ଖୋଳିବା ପରେ ଗରାଖଙ୍କ ଭିଡ ଜମିଛି । କିନ୍ତୁ ଭିଡ ଦେଖି ବେପାର ଭଲ ହେବା ଖୁସି ଜଣେ ଦିଜଣଙ୍କୁ ଖିଅର କଲା ପରେ ମଉଳି ଯାଇଛି । ଦେଢ଼ମାସ କଇଁଚୀ ଖୂର ନବାଜି ଲୋକଙ୍କ ଚୁଟିଦାଢ଼ି ଜଟ ହୋଇଗଲାଣି । ଯେଉଁଠି ଜଣଙ୍କର ଚୁଟି ଦାଢ଼ି କାଟିବାକୁ ୧୫ ମିନିଟ ଲାଗୁଥିଲା ସେଠି ଏବେ ଅଧଘଣ୍ଟା ଲାଗିଯାଉଛି । ଆଉ ଦୋକାନ ଆଗରେ ଏତେ ଭିଡ ଯେ ସେଲୁନ ଚେୟାରକୁ ମ୍ୟୁଜିକ ଚେୟାର କରିସାରିଲେଣି ଗରାଖ । ଜଣେ ଉଠିନାହିଁ ଆଉ ଜଣେ ମାଡି ବସୁଛି । ତାଛଡା ଭିଡ ପାଇଁ ନିଜ ର ଲାଭଦାୟକ ଚୁଟି କଲର ଓ ଫେସିଆଲ କରିବାକୁ ସମୟ ମିଳୁନାହିଁ । ଯାହା ସେଲୁନ ବାଲଙ୍କୁ ଚିନ୍ତାରେ ପକାଇଛି ।

Get real time updates directly on you device, subscribe now.