fbpx

Video: S1 ବଗିରେ ଆଉ କିଛି ନାହିଁ: ପୂରା ଭାଙ୍ଗିରୁଜି ଯାଇଛି S1ବଗି…ମୃତ୍ୟୁ ସଂଖ୍ୟା ୧୦୦ ପାର କରିବା ଆଶଙ୍କା

ବାଲେଶ୍ୱର: ଏସ୍ ୱାନ୍ ବଗିରେ ଆଉ କିଛି ନାହିଁ। ପୁରା ଭାଙ୍ଗିରୁଜି ଯାଇଛି ଏସ୍ ୱାନ୍ ବଗି। ଟ୍ରେନ୍‌ର ବଗି ପୁରା ଖଣ୍ଡ ଖଣ୍ଡ ହୋଇଯାଇଛି। ଏ ବଗିକୁ ଦେଖି ଜାଣିପାରୁଥିବେ ଏଥିରେ ବସିଥିବା ଲୋକଙ୍କର ଅବସ୍ଥା କଣ ହୋଇଥିବ । କରମଣ୍ଡର ଏକ୍ସପ୍ରେସର ଏ ହେଉଛି ଏସ୍‌ୱାନ୍ ବଗି। ଖାଲି ଏସ୍ ୱାନ୍ ନୁହେଁ। ଏହି ଭଳି ଆହୁରି ଦୁଇଟି ବଗିର ମଧ୍ୟ ସମାନ ଅବସ୍ଥା ରହିଛି।

କରମଣ୍ଡଳ ଏକ୍ସପ୍ରେସର ଏହି ବଗିର ଅବସ୍ଥା କେତେ ଭୟଙ୍କର ଭାବରେ ଗାଙ୍ଗିଯାଇଛି ଦେଖନ୍ତୁ। ଏହାକୁ ଦେଖିଲେ ଛାତି ଥରି ଉଠୁଛି। ଲାଗୁଛି ଯେମିତି କେହି ଆଉ ବଞ୍ଚି ନଥିବେ । କାରଣ ଏସ୍ ୱାନ୍ ବଗିରେ ଆଉ କିଛି ନାହିଁ। ସବୁଠାରୁ ବଡ଼ କଥା ହେଉଛି ଦୁର୍ଘଟଣାରେ ଶତାଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । କିଛି ଲୋକ କହୁଛନ୍ତି ଏସ୍ ୱାନ୍ ବଗିରେ ଥିବା ଲୋକଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଏଥିରେ କେତେ ସତ୍ୟତା ରହିଛି ତାହା ଜଣାପଡ଼ିନାହିଁ।

ସେପଟେ ଘଟଣା ସ୍ଥଳରେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ପୋଲିସ, ଏନ୍‌ଡିଆରଏଫ୍ ଟିମ୍‌, ଅଗ୍ନିଶମ ବାହିନୀ ନିୟୋଯିତ ରହିଛନ୍ତି। ଘଟଣା ସ୍ଥଳରେ ଜିଲ୍ଲାପଳ ଏବଂ ଏସ୍‌ଆରସି ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ତଦାରଖ କରୁଛନ୍ତି । ସେପଟେ ଗୁରୁତର ମାନଙ୍କୁ ମାଗଣା ଚିକିତ୍ସା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାହାନଗାରେ ଦୁଇଟି ଏକ୍ସପ୍ରେସ ମଧ୍ୟରେ ହୋଇଥିଲା ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ସହ ଅନ୍ୟ ଗୋଟିଏ ଏକ୍ସପ୍ରେସ ସହ ହୋଇଥିିଲା ଦୁର୍ଘଟଣା।

 

Get real time updates directly on you device, subscribe now.