fbpx

ବିଶ୍ୱ ଦେଖିଲା ବାଲେଶ୍ୱରବାସୀଙ୍କ ମାନବିକତା: ରାତି ୧୧ଟାରେ ସ୍ବେଛାକୃତ ଭାବେ ରକ୍ତଦାନ କରିବାପାଇଁ ଲଗାଇଲେ ଲମ୍ବା ଲାଇନ

ବାଲେଶ୍ୱର: ବିଶ୍ୱ ଦେଖିଲା ବାଲେଶ୍ୱର ମାନବିକତା। ରାତି ୧୧ଟାରେ ରକ୍ତ ସ୍ବେଛାକୃତ ଭାବେ ରକ୍ତଦାନ କରିବାପାଇଁ ରକ୍ତଦାନ କେନ୍ଦ୍ରରେ ଲମ୍ବା ଲାଇନ ଲଗାଇଛନ୍ତି ବାଲେଶ୍ୱରବାସୀ। ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣାରେ ସହାୟତାର ହାତ ବଢ଼ାଇଛନ୍ତି ପୁରା ବାଲେଶ୍ୱରବାସୀ। ପ୍ରଥମେ ଦୁର୍ଘଟଣା ଗ୍ରସ୍ତ ଟ୍ରେନରୁ ଲୋକଙ୍କୁ ଉଦ୍ଧାର ପାଇଁ ଆଗେଇ ଆସିଥିଲେ ପରେ ମେଡିକାଲରେ ଭର୍ତ୍ତି ଆହତ ମାନଙ୍କୁ ରକ୍ତ ଦରକାର ପଡ଼ିବାରୁ ରାତି ୧୧ଟାରେ ମେଡିକାଲ ଆଗରେ ଲମ୍ବା ଲାଇନ ଲଗାଇଥିଲେ।

ତେବେ ବର୍ତ୍ତମାନ ସୁଦ୍ଧା ଆସିଥିବା ଖବର ଅନୂଯାୟୀ ୧୧୫ ଟି ୧୦୮ ଆମ୍ବୁଲାନ୍ସ ମୁତୟନ ଅଛନ୍ତି। ନିକଟସ୍ଥ ଜିଲ୍ଲାମାନଙ୍କରୁ ହାଲୁକା ଷ୍ଟ୍ରେଚର୍ ମଧ୍ୟ ଯୋଗାଇ ଦିଆଯାଇଛି। ଏହାବାଦ ବାଲେଶ୍ୱରରୁ କଟକ ପର‌୍ୟ୍ୟନ୍ତ ସମସ୍ତ ଡାକ୍ତରଖାନା ରୋଗୀ ମାନଙ୍କୁ ଚିକତ୍ସା କରିବାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ତେବେ ପ୍ରଥମରୁ ଖବର ଆସୁଥିଲା କି ଡାକ୍ତରଖାନାରେ ଆଣ୍ଟିବାୟୋଟିକ ସମେତ ଅନେକ ଚିକତ୍ସା ଉପଯୋଗୀ ସାମଗ୍ରୀ ଅଭାବ ଦେଖାଦେଇଛି। କିନ୍ତୁ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ସୂଚନା ଦେଇଛନ୍ତି ଯେ, ମେଡିକାଲରେ ଭର୍ତ୍ତି ହୋଇଥିବା ଦୁର୍ଘଟଣା ପୀଡିତଙ୍କ ପାଇଁ ଅତିରିକ୍ତ ଔଷଧ ଏବଂ ଉପଯୋଗୀ ସାମଗ୍ରୀ ଯୋଗାଣ ସମ୍ପର୍କରେ ସମସ୍ତ ଆବଶ୍ୟକୀୟ ପ୍ରାଥମିକ ଚିକିତ୍ସା ସାମଗ୍ରୀ, ଔଷଧ ଏବଂ ଆବଶ୍ୟକ ପଦାର୍ଥ ପର୍ଯ୍ୟାପ୍ତ ପରିମାଣରେ ଅଛି। ଏହା ବ୍ୟତୀତ ମୟୂରଭଞ୍ଜ ଜିଲ୍ଲା ଗୋଦାମରୁ କିଛି ଅତିରିକ୍ତ ଷ୍ଟକ୍ ସ୍ଥାନାନ୍ତର ତୁରନ୍ତ ବାଲେଶ୍ୱର ପାଇଁ କରାଯାଉଛି। ସେହିପରି କୌଣସି ଆବଶ୍ୟକତା କେନ୍ଦ୍ରୀୟ ଡ୍ରଗ୍ ଗୋଦାମ ଭୁବନେଶ୍ୱରରୁ ଡ୍ରଗ୍ସ ଏବଂ ଉପଯୋଗୀ ସାମଗ୍ରୀ ପଠାଇବାକୁ ପ୍ରସ୍ତୁତ ଅଛି। କୌଣସି ଆବଶ୍ୟକତା ପାଇଁ ଆମେ ସତର୍କ ଏବଂ ଜିଲ୍ଲା ଦଳ ସହିତ ଯୋଗାଯୋଗ କରୁଛୁ।

Get real time updates directly on you device, subscribe now.