fbpx

(Video) ବାହାନଗା ଟ୍ରେନ ଟ୍ରାଜେଡି: ଆମ୍ବୁଲାନ୍ସ ପରେ ନିଅଣ୍ଟ ପଡିଲେ ଡାକ୍ତର, ଆହତଙ୍କୁ ମିଳୁନି ରକ୍ତ

ବାହାନଗା: ବାହାନଗା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ବାଲେଶ୍ୱରରୁ ବିହାର, ହାୱଡାରୁ ତାମିଲନାଡୁ ସବୁଠି ଖାଲି ମୃତ୍ୟୁର ତାଣ୍ଡବ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତୁସଂଖ୍ୟା ଏବେ ୨୦୦ ପାର କରି ସାରିଲାଣି । ଏହବ୍ୟତୀତ ଆହତଙ୍କ ସଂଖ୍ୟା ୧୦୦୦ ପାଖାପାଖି ପହଞ୍ଚି ସାରିଲାଣି । ୟା ଭିତରେ ବାଲେଶ୍ୱରର ଯୁବବର୍ଗ ରକ୍ତ ଦାନ କରି ଜୀବନ ବଞ୍ଚାଇବା ପାଇଁ ଦୁର୍ଘଟଣାସ୍ଥଳରେ ପହଞ୍ଚି ଅନ୍ଧାର ଭିତରେ ମିଞ୍ଜି ଆଲୋକର ଆଶା ଦେଇଛନ୍ତି । କିନ୍ତୁ ଆହତଙ୍କ ଅନୁସାରେ ନିଅଣ୍ଟ ପଡିଯାଇଛି ଡାକ୍ତରଙ୍କ ସଂଖ୍ୟା । ନାହାଁନ୍ତି ଡାକ୍ତର ମିଳୁନି ରକ୍ତ । ସବୁ କିଛି ଏବେ ଅଭାବ ପଡ଼ିଯାଇଛି ।

ଦୁର୍ଘଟଣାସ୍ଥଳରେ ମୃତାହତଙ୍କ ଅନୁସାରେ, ଯେତିକି ପରିମାଣରେ ଡାକ୍ତର ମାନଙ୍କର ଆବଶ୍ୟକତା ରହିଛି ସେତିକି ପରିମାଣରେ ଡାକ୍ତର ନାହାଁନ୍ତି । ଯେଉଁଥିପାଇଁ ଡାକ୍ତରଖାନା ବେଡରେ ପଡ଼ି ରହିଛନ୍ତି ଗୁରୁତର ଆହତ ଯାତ୍ରୀ । ବେଡ଼ ନଥିବାରୁ କିଏ ତଳେ ପଡ଼ିଛି ତ ପୁଣି କିଏ । ଚିକିତ୍ସା ପାଇଁ ଅସ୍ତବ୍ୟସ୍ତ ହୋଇ ଡାକ୍ତରଖାନା ବାହାରେ ପଡ଼ି ରହିଛନ୍ତି । ହେଲେ ଡାକ୍ତରଙ୍କ ଅଭାବ ଯୋଗୁଁ ସଠିକ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ସମ୍ଭବ ହୋଇ ପାରୁନାହିଁ । ସେପଟେ ଡ଼ାକ୍ତରଙ୍କ ଅଭାବ କାରଣରୁ ଏସ୍ସିବି, ଭଦ୍ରକ ଏବଂ ଯାଜପୁରରୁ ଡାକ୍ତର ବାହାନଗା ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି ।
କିଛି ସମୟ ପୂର୍ବରୁ ଦୁର୍ଘଟଣାସ୍ଥଳରେ ମୃତାହତଙ୍କୁ ପହଞ୍ଚାଇବା ପାଇଁ ଆମ୍ବୁଲାନ୍ସର ଅଭାବ ଦେଖିବାକୁ ମିଳିଥିଲା । ଯାହା ଫଳରେ ସେମାନଙ୍କୁ ମେଡିକାଲ ସ୍ଥାନାନ୍ତର କରିବା ପାଇଁ ଟ୍ରାକ୍ଟର, ପିକ୍ଅପ୍ ଭ୍ୟାନ ଏବଂ ଅଟୋ ଡାଲା ସହିତ ସ୍ଥାନୀୟ ଲୋକଙ୍କ ବାଇକ ପାଲଟିଥିଲା ସାହାରା ।

Get real time updates directly on you device, subscribe now.