fbpx

ସତରେ କ’ଣ AI ଜୀବିତ ହୋଇ ଉଠାଇ ନେଲା ଅପରେଟରଙ୍କ ଜୀବନ ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ: ଏବେ ସବୁଠି ଏଆଇ ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତ୍ତାର)ର କରାମତିକୁ ନେଇ ଚର୍ଚ୍ଚା । ସବୁ କ୍ଷେତ୍ରରେ ଏବେ ଏହି ଏଆଇର ଉପଯୋଗରେ କାମ ସହଜ ହୋଇପାରିଛି । ଚିକିତ୍ସା ସେବା, କୃଷି, ଶିକ୍ଷା, ସୁରକ୍ଷା ସବୁଠି ଏବେ ଏହି ଏଆଇର ଉପଯୋଗ କରାଯାଉଛି । ତେବେ ଦେଶର ବିଭିନ୍ନ କ୍ଷେତ୍ରରେ ଏଆଇର ବ୍ୟବହାର ବୃଦ୍ଧି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । କେହି କେହି କହୁଛନ୍ତି ଏହି ଏଆଇ ଲୋକଙ୍କ ଚାକିରୀ ଖାଇଯିବ ତ ଆଉ କେହି କହୁଛନ୍ତି ଏହା ଲୋକଙ୍କ ଜୀବନ ଉପରେ ବି ଭାରି ପଡିପାରେ ।

ଏବେ କିନ୍ତୁ ଏହି ଏଆଇକୁ ନେଇ  ଚକିତ କରିଦେବା ଭଳି ଏକ ଖବର ସାମ୍ନାକୁ ଆସିଛି । ଏହି ଖବରକୁ ଯିଏ ପଢିଛି, ଦେଖୁଛି ତାର ହୋସ୍ ଉଡି ଯାଉଛି । ତେବେ ଏହି ମାମଲାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଖବର ମିଳିଥିଲା ଯେ ଏଆଇ ଜୀବିତ ହୋଇ ଉଠି ଜଣେ ଅପରେଟରଙ୍କ ଜୀବନ ନେଇ ଯାଇଛି । ଏହି ଖବରକୁ ସାରା ବିଶ୍ୱ କଭର କରିଛି । ଏହାକୁ ନେଇ ଲୋକମାନେ ଏଆଇର ଭୟାବହତାକୁ ନେଇ ଆଶଙ୍କା ପ୍ରକଟ କରିଛନ୍ତି । ଏହି ଖବର ଆମେରିକା ଏୟାରଫୋର୍ସର ଜଣେ ଅଧିକାରୀଙ୍କ ବୟାନ ଉପରେ ଆଧାରିତ । ତେବେ ଏହା ଏକ ସିମୁଲେସନ ଅର୍ଥାତ୍ ଯାନ୍ତ୍ରିକ ପ୍ରକ୍ରିୟା ଥିଲା ଯେଉଁଥିରେ ଏଆଇ ଡ୍ରୋନ୍ ନିଜ ଟାର୍ଗେଟ୍ କୁ ହିଟ୍ କରୁଥିଲା । ଏଥିରେ ଏକ ଟାୱାର ଓ ଏକ ଅପରେଟର ଥିଲା । ଡ୍ରୋନ୍ କେବଳ ନିଜ ଟାର୍ଗେଟ୍ କୁ ହିଁ ହିଟ୍ କରିବାର ଥିଲା । କିନ୍ତୁ ଏହା ଅପରେଟକୁ ବି ମାରିଦେଲା । ଏହି ଖବରର ଅର୍ଥ ଯଦିଓ ପ୍ରକୃତରେ ଜଣେ ବ୍ୟକ୍ତି ମରିନାହିଁ ତଥାପି ସିମୁଲେସନରେ ମରାଯାଇଛି ।

ସିମୁଲେସନର ଅର୍ଥ ଆପଣଙ୍କୁ କୌଣସି ସହର ଗଢି ତୋଳିବାର ଥିଲେ ଆପଣ କମ୍ପ୍ୟୁଟରରେ ପ୍ରଥମେ ସିମୁଲେସନ କରିବେ । ଅର୍ଥାତ୍ ଆପଣ ଏକ କାଳ୍ପନିକ ଦୁନିଆ କମ୍ପ୍ୟୁଟରରେ ତିଆରି କରୁଛନ୍ତି । ଏହା କିପରି ଦେଖାଯାଉଛି ଜାଣିବା ପରେ ସେହି ହିସାବରେ ଆପଣ ସହର ନିର୍ମାଣ କରିବେ । ଏହା ମେସିନ୍ରେ ଏକ ଟ୍ରାଏଲ୍ ହୋଇଥାଏ । ଠିକ୍ ଏହି ପ୍ରକାରର ସିମୁଲେସନ୍ ଆମେରିକା ଏୟାରଫୋର୍ସ କରୁଥିଲା । ଏଥିରେ ଏକ ଏଆଇ ଡ୍ରୋନ୍ କାମ କରୁଥିଲା । ଏହି ଡ୍ରୋନ୍ ନିଜ ଟାର୍ଗେଟ୍କୁ ମାରିବାର ଥିଲା । ଡ୍ରୋନ୍ ବ୍ୟତିତ ଏକ ଟାର୍ଗେଟ ବି ଥିଲା ଯାହା ଡ୍ରୋନର ପିତା ଥିଲା । ଡ୍ରୋନ୍ ଏହି ଟାୱାରର ସବୁକଥା ମାନୁଥିଲା । ଅପରେଟର କମ୍ୟୁନିକେସନ ଟାୱାର ଜରିଆରେ ଡ୍ରୋନକୁ ସଂକେତ ଦେଉଥିଲା କାହାକୁ ମାରିବ ଓ କାହାକୁ ମାରିବ ନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ଡ୍ରୋନ୍ ଅପରେଟରକୁ ହିଁ ମାରି ଦେଇଛି । ପ୍ରଥମେ ଡ୍ରୋନ୍ କମ୍ୟୁନିକେସନ ଟାୱାରକୁ ଓ ପରେ ଅପରେଟରକୁ ମାରିଥିଲା । ଯେହେତୁ ଡ୍ରୋନକୁ ପଏଣ୍ଟ ମିଳୁଥିଲା ତେଣୁ ସେ ଅଧିକ ପଏଣ୍ଟ ପାଇବା ଲାଗି ତା ରାସ୍ତାରେ ଆସୁଥିବା ସମସ୍ତଙ୍କୁ ହଟାଇ ଦେଉଥିଲା ।

ତେବେ ଏହି ଖବର ପଛରେ କୌଣସି ସତ୍ୟତା ନାହିଁ ବୋଲି ଆମେରିକା ଏୟାରଫୋର୍ସର ପ୍ରବକ୍ତା ଏବେ ସ୍ପଷ୍ଟିକରଣ ଦେଇଛନ୍ତି । ସେ କହିଛନ୍ତି ଏୟାରଫୋର୍ସ ଡିପାର୍ଟମେଣ୍ଟ ଏପରି କୌଣସି ଏଆଇ ଡ୍ରୋନ୍ ସିମୁଲେସନ କରିନାହିଁ ଏବଂ ଏହି ସଂସ୍ଥା ଏଆଇ ଟେକ୍ନୋଲଜିର ନୈତିକ ଓ ଦାୟିତ୍ୱସଂପର୍ଣ୍ଣ ଉପଯୋଗ ଲାଗି ପ୍ରତିବଦ୍ଧ ।

Get real time updates directly on you device, subscribe now.