fbpx

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାକୁ ନେଇ ବଡ଼ ଖୁଲାସା କଲେ ପାଇଲଟ: କହିଲେ-‘ ଦୁର୍ଘଟଣା ପୂର୍ବରୁ ଶୁଭିଥିଲା ରହସ୍ୟମୟ ଶବ୍ଦ’

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ୱର ବାହାନଗା ବଜାର ଷ୍ଟେସନ ନିକଟରେ କରମଣ୍ଡଳ ଦୁର୍ଘଟଣା ଅନେକଙ୍କ ଆଖିରେ ଲୁହ ଆଣିଛି। ଏହି ଦୁର୍ଘଟଣାରେ ଏପର‌୍ୟ୍ୟନ୍ତ ଅନେକ ଲୋକ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି। ବର୍ତ୍ତମନ ସୁଦ୍ଧା ୨୮୮ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଏହି ଦୁର୍ଘଟଣା ସହ ଜଡିତ ନୂଆ ନୂଆ ତଥ୍ୟ ଏବେ ସାମ୍ନାକୁ ଆସୁଛି। ଏହି ଦୁର୍ଘଟଣାରେ ସମସ୍ତ ତିନୋଟି ଟ୍ରେନର ପାଇଲଟ ଏବଂ ଟ୍ରେନର ଗାର୍ଡ ଏବଂ ଇଞ୍ଜିନ ପାଇଲଟ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ। ଏବେ ଏମାନଙ୍କୁ ମଧ୍ୟରୁ ଜଣେ ପାଇଲଟ ବଡ଼ ଦାବି କରିଛନ୍ତି।

ଆହତ ଗାର୍ଡ ଏବଂ ପାଇଲଟ ବର୍ତ୍ତମାନ ଅବସ୍ଥା ସ୍ଥିର ଥିବା ବେଳେ ରେଲୱେ ତଦନ୍ତକାରୀ ଟିମ୍ ସେମାନଙ୍କର ବୟାନ ରେକର୍ଡ କରିଛି। ଏହାରି ମଧ୍ୟରେ ଯଶୱନ୍ତପୁର ହାୱଡା ଏକ୍ସପ୍ରେସ ପାଇଲଟ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି, ଯାହା କହିଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ। ଏହି ଦୁର୍ଘଟଣା ଇଣ୍ଟର ଲକିଂ ସିଗନାଲ ତ୍ରୁଟି ଯୋଗୁଁ ଘଟିଥିବା ଦୁର୍ଘଟଣା କୁହାଯାଉଛି। ଆହତ ଡ୍ରାଇଭରମାନେ ମଧ୍ୟ ଏପର‌୍ୟ୍ୟନ୍ତ ସମାନ କଥା କହିଛନ୍ତି। ଯଦିଓ ଘଟଣାର ସିବିଆଇ ତଦନ୍ତ ଚାଲିଛି, କିନ୍ତୁ ୟଶୱନ୍ତପୁର ଏକ୍ସପ୍ରେସ ଡ୍ରାଇଭର ମଧ୍ୟ କହିଛନ୍ତି ଯେ ଦୁର୍ଘଟଣା ପୂର୍ବରୁ ସେ ଏକ ଅଜବ ଶବ୍ଦ ଶୁଣିଛନ୍ତି।

ବର୍ତ୍ତମାନ ଏହି ଶବ୍ଦ ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଉଛି, ଏହା ଟ୍ରେନ୍ ସହିତ ଜଡିତ ଯାନ୍ତ୍ରିକ ତ୍ରୁଟି ହେତୁ ହେଉ କିମ୍ବା ଏହା ଅନ୍ୟ କିଛିର ଶବ୍ଦ ଥିଲା। ତେବେ ଏହି ରହସ୍ୟମୟ ସ୍ୱର କ’ଣ ଥିଲା, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏବେ ବିଶ୍ୱାସ କରାଯାଉଛି ଯେ ଯେତେବେଳେ ସିବିଆଇ ତଦନ୍ତ ରିପୋର୍ଟ ଆସିବ, ସେତେବେଳେ ଏହା କେଉଁ ପ୍ରକାର ସ୍ୱର ଥିଲା ସେ ବିଷୟରେ ସମ୍ପୂର୍ଣ୍ଣ ଆଲୋଚନା ହେବ।

Get real time updates directly on you device, subscribe now.