କୋୱିନ୍ ଡାଟା ଲିକ୍ ଖବର ଭିତ୍ତିହୀନ ଏବଂ ଦୁର୍ଭାଗ୍ୟଜନକ, ପୋର୍ଟାଲ୍ ସଂପୂର୍ଣ୍ଣ ସୁରକ୍ଷିତ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କୋଭିଡ -19 ଟୀକାକରଣ ପାଇଁ ବ୍ୟବହୃତ CoWIN ପୋର୍ଟାଲରେ ଉପଲବ୍ଧ ତଥ୍ୟ ପ୍ରଘଟ ହୋଇଥିବା ଖବର ସୋମବାର ପ୍ରକାଶ ପାଇଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମ ମାଧ୍ୟମରେ ଲିକ ହୋଇଥିବା ଅଭିଯୋଗ ହେବ ପରେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି କେନ୍ଦ୍ର ସରକାର। ଏକ ରିପୋର୍ଟ ଅନୁଯାୟୀ ଯେ CoWIN ରେ ସାଇନ୍ ଅପ୍ କରିଥିବା ଅନେକ ରାଜନେତା, ଅମଲାତନ୍ତ୍ର ଏବଂ ବ୍ୟକ୍ତିବିଶେଷଙ୍କ ସମ୍ବେଦନଶୀଳ ବ୍ୟକ୍ତିଗତ ସୂଚନା ଟେଲିଗ୍ରାମରେ ଏକ ବଟ୍ ଆକାଉଣ୍ଟ୍ ଦ୍ୱାରା ସେୟାର କରାଯାଇଛି।

ତଥ୍ୟ ପ୍ରଘଟ ଘଟଣାକୁ ନେଇ ତୁରନ୍ତ କିଛି ବିରୋଧୀଦଳ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଏହାପରେ ଏହି ତଥ୍ୟ ପୁରୁଣା ବୋଲି ସରକାର କହିଛନ୍ତି। ଆପ୍ ମାଧ୍ୟମରେ କୌଣସି ତଥ୍ୟ ଲିକ୍ ହୋଇନାହିଁ ବୋଲି କହିଛନ୍ତି। ତଥ୍ୟ ପ୍ରଘଟକୁ ନେଇ ସରକାରଙ୍କ ପକ୍ଷରୁ ଅଫିସିଆଲ ବୟାନ୍‌ରେ କହିଛନ୍ତି ଯେ, ଏହି ସମସ୍ତ ରିପୋର୍ଟ ବିନା କୌଣସି ଭିତ୍ତିହୀନ ଏବଂ ଦୁର୍ଭାଗ୍ୟଜନକ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋୱିନ୍ ପୋର୍ଟାଲ୍ ତଥ୍ୟର ଗୋପନୀୟତା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ସହିତ ସମ୍ପୂର୍ଣ୍ଣ ସୁରକ୍ଷିତ । ତଥ୍ୟକୁ କେବଳ ଓଟିପି ପ୍ରାମାଣିକିକରଣ-ଆଧାରିତ ଆକ୍ସେସ୍ ପ୍ରଦାନ କରାଯାଇଛି । CoWIN ପୋର୍ଟାଲରେ ତଥ୍ୟର ସୁରକ୍ଷା ନିଶ୍ଚିତ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି ଏବଂ ନିଆଯାଉଛି ।