ଜମିଲାଣି ରଜର ଆସର, ଗାଁଠୁ ସହର ସବୁଠି ମନମତାଣିଆ ରଜ ଦୋଳି ଗୀତକୁ ପାନ ଆଉ ପୋଡପିଠାର ମହକ

ଓଡିଶା ଭାସ୍କର:ଓଡିଶାରେ ଏବେ ପାଳିତ ହେଉଛି ରଜପର୍ବ । ଏହି ପର୍ବକୁ ନେଇ ସମସ୍ତଙ୍କ ମନରେ ବର୍ଷକ ସାରା ବେଶ୍ ଉତ୍ସାହ ଭରି ରହିଥାଏ । ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ । ପହିଲି ରଜ, ରଜ ସଂକ୍ରାନ୍ତି, ବସୁମତୀ ସ୍ନାନ । ଏହା ପୂର୍ବରୁ ସଜବାଜ ପାଳନ କରାଯାଇଥାଏ ।
ଧରଣୀ ହୁଏ ରଜସ୍ୱଳା:
ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା । ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜା କରିବା ସହ ଚାଷ କାମରୁ ତିନି ଦିନ ଲାଗି ବିରତି ନେଇଥାନ୍ତି ।
ମେଘ ଓ ମାଟିର ମିଳନ :
ଆଷାଢ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ । ଆଷାଢ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା ହୁଏ ରଜସ୍ୱଳା । ମା’ଟିଏ ଯେପରି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ ଠିକ୍ ସେହିପରି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମାକୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ରହିଛି । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରିତ୍ରୀ ମାତାକୁ ବିଶ୍ରାମ ଦିଆଯାଏ ସେଥିପାଇଁ ଭୂ ଖନନ ବାରଣ କରାଯାଇଥାଏ । ନାରୀଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା, ନୂତନ ଶକ୍ତି ଜାଗ୍ରତ କରିବା ଲାଗି ପାଳନ କରାଯାଇଥାଏ ରଜପର୍ବ । ଏହା ବ୍ୟତିତ ଅବିବାହିତା ଝିଅଙ୍କ ଲାଗି ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଜଣେ ନାରୀ ଭାବରେ ଆଗାମୀ ଦିନରେ କିଭଳି କର୍ତ୍ତବ୍ୟ ପାଳନ କରିବାକୁ ହେବ ତାହା ଶିଖବବାକୁ ପଡିଥାଏ ଏହି ରଜପର୍ବ ପାଳନ ଅବସରରେ ।

Poda Pitha Recipe by Sona Senapati - Cookpad
କଟା, ବଟା, ଆଦି ଗୃହକର୍ମ ବନ୍ଦ:
ରଜ ନିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେବା ଭଳି କୁମାରୀମାନେ କଟା, ବଟା, ଆଦି ଗୃହକର୍ମ ନ କରି ବିଶ୍ରାମ ନେଇଥାନ୍ତି । ଧରଣୀ ମାତା ଶସ୍ୟଶାମଳା ହେବା ପାଇଁ ପ୍ରାଥମିକ ପ୍ରସ୍ତୁତି ଭାବରେ ରଜ ତିନିଦିନ ବିଶ୍ରାମ ମିଳିଥାଏ ତାଙ୍କୁ । ଠିକ୍ ସେହିପରି କୁମାରୀମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି ।
ଖାଲି ପାଦରେ ଭୂମିରେ ଚାଲିବା ମନା:
ଏହି ପର୍ବ ପାଳନ ବେଳେ କୁମାରୀମାନେ ଭୋରୁ ଉଠି ଗାଧୋଇ ପାଧୋଇ ନୂଆ ଶାଢୀ ପିନ୍ଧିଥାନ୍ତି । ପାଦରେ ଅଳତା, ମଥାରେ କୁଙ୍କୁମ, ଚନ୍ଦନ ନାଇ ନିଜକୁ ପରୀ ପରି ସଜାଇଥାନ୍ତି । ପହିଲି ରଜର ପୂର୍ବଦିନ ଘରେ ଘରେ ପୋଡ ପିଠା , ନଡିଆ ରାଇ ତିଆରି ହୋଇଥାଏ । ଝିଅମାନେ ପୋଡପିଠା, ନଡିଆ ରାଈ ଖାଇ ଦୋଳି ଖେଳ, ପୁଚି ଖେଳରେ ମାତିଯାଆନ୍ତି । ଏହି ଦିନ ଧରିତ୍ରୀ ମାତାକୁ ସମ୍ମାନ ଦେଇ କେହି ଭୂମି ଉପରେ ଖାଲି ପାଦରେ ଚାଲନ୍ତି ନାହିଁ । ଗୁଆ ଖୋଳପା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି ।
ବସୁମତୀ ସ୍ନାନ:
ଏହା ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହି ଦିନ ବସୁଧା ମାତାଙ୍କୁ ଶୁଦ୍ଧ ସ୍ନାନ କରୀଯାଏ । ବଡି ସକାଳୁ ଶିଳପୁଆରେ ହଳଦୀ କନା ଗୁଡାଇ, ସିନ୍ଦୁର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂପ ସଜାଇ ପିଢା ଉପରେ ସ୍ଥାପନ କରି କଳସ ଆମ୍ବଡାଳ ରଖି କ୍ଷୀରରେ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁସାରେ ଧରଣୀ ମାତା ୩ ଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ହୋଇଥାନ୍ତି ।
ରଜ ଗୀତ:
‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।’ ରଜ ଆସିବା ମାତ୍ରେ ପ୍ରତି ଓଡିଆଙ୍କ ମୁଖରେ ଗୁଞ୍ଜରିତ ହୁଏ ଏହି ରଜଦୋଳି ଗୀତ । ରଜର ପ୍ରମୁଖ ଆକର୍ଷଣ ହେଉଛି ରଜ ଦୋଳି ଆଉ ରଜଗୀତ । ଏହିଦିନ କୁମାରୀ ମାନେ ମନମତାଣିଆ ଗୀତ ଗାଇ ରଜଦୋଳିରେ ଝୁଲିଥାନ୍ତି । ଲୋକମୁଖରେ ବୋଲାଯାଉଥିବା ଏହି ରଜଦୋଳିଗୀତ ଶୁଣିବାକୁ ବେଶ୍ ମଧୁର ଯାହା ବିଶେଷ କରି ଗ୍ରାମ୍ୟ ପରମ୍ପରା, ଭାଇ ଭଉଣୀ ସ୍ନେହ, ନଣନ୍ଦ-ଭାଉଜ କଳି ଆଦି ଉପରେ ପର୍ଯ୍ୟବେଶିତ ।
ରଜ ପାନ:
ରଜ କଥା ବର୍ଣ୍ଣନା କରିବାକୁ ଯାଇ ଯଦି ଆମେ ରଜ ପାନ କଥା ନ କହିବା ତେବେ ଏହା ଅଧୁର ରହିଯିବ । ରଜ ପାନ ଖିଆ ଏକ ପୁରୁଣା ଓଡିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ଏହି ପାନ । ରଜ ସହ ପାନ ଯୋଡିବା ପଛରେ କାରଣ ରହିଛି ଏହା ବନ୍ଧୁତାର ଡୋରିକୁ ସୁଦୃଢ କରେ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି । ରଜ ପାନର ମହକ ଓ ଚମକ ସବୁଠୁ ନିଆରା । ରଜ ପାନରେ ଗୁଆ, ଅଳେଇଚ, ଗୁଜୁରାତି, ଧଣିଆ, ନଡିଆ, ଲବଙ୍ଗ, କେଶର ଏହିପରି ୧୦ରୁ ୧୨ ପ୍ରକାର ମସଲା ପଡିଥାଏ ।

undefined