fbpx

ଖରାଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ପିଅନ୍ତୁ ଲେମ୍ବୁପାଣି, ଜାଣନ୍ତୁ ଏହାର ଫାଇଦା

ଖରାଦିନ କାହାକୁ ବା ପସନ୍ଦ । ସମସ୍ତେ ଏହି ଋତୁକୁ ଘୃଣା କରୁଥିଲେ ବି ଏହି ପାଗରେ ଆମ୍ବ, ଲେମ୍ବୁ, ତରଭୁଜ ପସନ୍ଦ, ଯାହାକି ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଖରାଦିନେ ଲେମ୍ବୁପାଣି ପିଇବା ଦ୍ୱାରା କଣ ଲାଭ ମିଳିଥାଏ..

୧-ଲେମ୍ବୁପାଣି ପିଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ । ପେଟ ଫୁଲିବା, ହାକୁଡି ଆଦି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୨-ଗୋଟିଏ ଗ୍ଲାସ ଲେମ୍ବୁ ପାଣିରେ ୧ ଚାମଚ ମହୁ ମିଶାଇ ପିଇଲେ ମୋଟାପଣ କମିଥାଏ । ଏହା ଭୋକକୁ ମାରିବା ସହ ଶରୀରରୁ ଚର୍ବି ହ୍ରାସ କରିଥାଏ ।

୩-ଲେମ୍ବୁରେ ଥିବା ପୋଷକ ତତ୍ତ୍ୱ ହାଇଡ୍ରେଟେଡ୍ ଓ ଅକ୍ସିଜେନରେ ପରିପୂର୍ଣ୍ଣ, ଯାହାକି ଆମକୁ ଶକ୍ତି ଯୋଗାଏ ।

୪-ଲେମ୍ବୁ ଶରୀରରେ ଜଳ ପରି କାମ ଦିଏ ଓ ମୂତ୍ରାଶୟକୁ ସଫା କରିବାରେ ସାହାର୍ଯ୍ୟ କରେ । କ୍ଷତିକାରକ ଜାବାଣୁ ସୃଷ୍ଟି କରିବାରେ ରୋକିବା ସହ ମୂତ୍ରାଶୟକୁ ସଂକ୍ରମଣରୁ ରକ୍ଷା କରେ ।

୫-କୁହାଯାଏ କି ଜ୍ୱର, ଥଣ୍ଡା, ଫ୍ଲୁ ଥିଲେ ଲେମ୍ବୁ ପାଣି ପିଇବା ଉଚିତ୍ । ଏହା ଦ୍ୱାରା ଶରୀର କ୍ଷତିକାରକ ସଂକ୍ରମଣରୁ ଦୂର ହୋଇଥାଏ ।

୬-ଲେମ୍ବୁରସ ଶ୍ୱାସ ସହ ଜଡିତ ସମସ୍ୟାରୁ ମୁକ୍ତି ଦିଏ । ଏହା ସହ ଆଜମା ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଶାନ୍ତ କରିପାରେ ।

Get real time updates directly on you device, subscribe now.