fbpx

ନକାରାତ୍ମକ ସମୀକ୍ଷା ହଟାଇବା ପାଇଁ ଆଦିପୁରୁଷ ନିର୍ମାତାଙ୍କ ଉପରେ ଲାଞ୍ଚ ଦେବା ଅଭିଯୋଗ, ସ୍କ୍ରିନସଟ ଭାଇରାଲ

ନୂଆଦିଲ୍ଲୀ: ପ୍ରଭାସ ଏବଂ କୃତି ସାନନଙ୍କ ଅଭୀନିତି ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଛି । ଫିଲ୍ମରେ ଡାଏଲଗ୍‌, ଭିଜିଆଲ ଇଫେକ୍ଟସ୍ ଏବଂ ଓଭରାଲ ସ୍କ୍ରନ୍‌ପ୍ଲେ ପାଇଁ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଫିଲ୍ମ ନିର୍ମାତାଙ୍କ ଉପରେ ଏକ ଗମ୍ଭୀର ଅଭିଯୋଗ ଆସିଛି । ଏନେକ ଲୋକେ ଆଦିପୁରୁଷ ନିର୍ମାତାଙ୍କ ଉପରେ ଫିଲ୍ମ ବିରୋଧରେ ସେମାନେ କରିଥିବା ଟ୍ୱିଟ୍ ହଟାଇବାକୁ ଟଙ୍କା ଯାଚୁଥିବା ଅଭିଯୋଗ କରିଛନ୍ତି । କିଛି ଲୋକେ ଏହାର ସ୍କ୍ରିନ୍‌ସଟ୍ ନେଇ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି ।

ସେୟାର ହୋଇଥିବା ମେସେଜ୍‌ରେ ଲେଖାହୋଇଛି ଯେ, ତୁମେ ଆଦିପୁରୁଷରେ ସମସ୍ତ ନକାରାତ୍ମକ ଟ୍ୱିଟ୍ ଡିଲିଟ୍ କରି କିଛି ସକାରାତ୍ମକ ସମୀକ୍ଷା ପୋଷ୍ଟ କରିପାରିବ କି? ମୁଁ ତୁମକୁ ୯୫୦୦ / ଟ୍ୱିଟ୍ ଦେଇପାରେ (ଯଦି ତୁରନ୍ତ କରାଯାଇଏ) ।

ସେହିଭଳି ଅନ୍ୟ ଜଣେ ଉପଭୋକ୍ତାଙ୍କୁ ତାଙ୍କ ପୋଷ୍ଟ ହଟାଇବାକୁ ୫,୫୦୦ ଟଙ୍କା ଅଫର ଦିଆଯାଇଥିଲା । ସେ ଲେଖିଛନ୍ତି, ଟି ସିରିଜ୍ ଏବଂ ଆଦିପୁରୁଷ ତରଫରୁ ଏଜେନ୍ସିଗୁଡିକ ମୋ ଡିଏମ୍‌ରେ ମୋତେ କିଛି ଟଙ୍କା ପାଇଁ ମୋର ଟ୍ୱିଟ୍ ଡିଲିଟ୍ କରିବାକୁ ଅନୁରୋଧ କରୁଛନ୍ତି, ଦୁଃଖିତ ଆପଣ ଭୁଲ୍ ବ୍ୟକ୍ତିଙ୍କୁ ବାଛିଛନ୍ତି ।

ଉଲ୍ଲେଖଯୋଗ୍ୟ ଆଦିପୁରୁଷ ଫିଲ୍ମରେ ଦେଖାଯାଇଥିବା ଦୃଶ୍ୟ ଏବଂ ସଂଳାପକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି । ‘ହିନ୍ଦୁ ସେନା’ ନାମକ ଏକ ସଂସ୍ଥା ଫିଲ୍ମ ‘ଆଦିପୁରୁଷ’ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଏଲ ଦାଖଲ କରି ଏହି ଫିଲ୍ମ ପ୍ରଭୁ ରାମ, ରାମାୟଣ ଏବଂ ସଂସ୍କୃତିକୁ ପରିହାସ କରୁଥିବା ଦାବି କରିଛି । ଆଦିପୁରୁଶ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ୫୦୦ କୋଟି ଟଙ୍କା ବଜେଟରେ ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡରେ ମୁକ୍ତିଲାଭ କରିଛି ।

 

Get real time updates directly on you device, subscribe now.