fbpx

ବିଛଣାରେ ପଡୁ ପଡୁ ନିଦ ହୋଇଯାଉଛି କି ? ଏହା କିନ୍ତୁ ଭଲ ଲକ୍ଷଣ ନୁହେଁ ବୋଲି କହୁଛନ୍ତିି ସ୍ୱାସ୍ଥ୍ୟ ବିଶେଷଜ୍ଞ

ଆଜିକାଲି ଟିକେ ଭଲ ନିଦ ପାଇଁ ସମସ୍ତେ ଯେପରି ଆକୁଳ ହେଉଛନ୍ତି । ଦିନ ସାରାର ଅକ୍ଲାନ୍ତ ପରିଶ୍ରମ ପରେ ବି ଆଖିରେ ସହଜରେ ନିଦ ଆସୁନି । ଏହି ପ୍ରକାର ନିଦ୍ରାହୀନତା ବିଭିନ୍ନ ପ୍ରକାର ରୋଗର କାରଣ ବି ହୋଇପାରେ । ଅନ୍ୟପକ୍ଷରେ କିଛି ଲୋକଙ୍କୁ ବିଛଣାରେ ପଡୁ ପଡୁ ନିଦ ଆସିଯାଏ । ତେବେ ଏହା ବି ଆଦୌ ଭଲ ଲକ୍ଷଣ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଲେଣି ।

ସାଧାରଣତଃ ଆମେ ବିଛଣାକୁ ଯିବାର ୫ରୁ ୨୦ ମିନିଟ୍ ଭିତରେ ନିଦ ଆସିଥାଏ । କିନ୍ତୁ ଏହା ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ଅବସ୍ଥା ଅନୁଯାୟୀ ଭିନ୍ନ ବି ହୋଇପାରେ । କିନ୍ତୁ ଯଦି ଆପଣ ବିଛଣାକୁ ଯିବାର ୩୦-୪୦ ମିନିଟ୍ ପରେ ବି ନିଦ ଆସୁନି ତେବେ ଏହା କୌଣସି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର କାରଣ ବି ହୋଇପାରେ । ଅନ୍ୟପକ୍ଷରେ ବିଛଣାରେ ପଡୁ ପଡୁ ନିଦ ହୋଇଯିବା ତ ଭଲ କଥା କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଲେଣି ଏହା କୌଣସି ଗମ୍ଭୀର ରୋଗ ଆଡକୁ ଇସାରା କରୁଛି ।

ଯଦି ଆପଣଙ୍କୁ ପୂର୍ବ ରାତିରେ ଭଲ ନିଦ ହୋଇନାହିଁ ତେବେ ପରବର୍ତ୍ତୀ ଦିନ ରାତିରେ ବିଛଣାରେ ପଡୁ ପଡୁ ନିଦ ଆସିଯାଏ । ବହୁ ସମୟରେ ମସ୍ତିଷ୍କ ଜନିତ ସମସ୍ୟା ଯେପରିକି ଡିପ୍ରେସନ୍ କାରଣରୁ କିମ୍ବା କୌଣସି ମେଡିସିନ୍ ପ୍ରଭାବରୁ ବି ଆପଣଙ୍କୁ ଶୋଉ ଶୋଉ ନିଦ ଆସିଯାଏ । ଡିପ୍ରେସନ୍ କାରଣରୁ ବେଳେ ବେଳେ ଆବଶ୍ୟକତା ଠାରୁ ଅଧିକ ନିଦ ହୋଇଥାଏ ।

ନିଦ ଶୀଘ୍ର ଆସିବା ସ୍ଲିପ୍ ଡିଜଅର୍ଡର ସହ ବି ଯୋଡା ଯାଇଥାଏ । ଯଦି ରାତିରେ ଆପଣ ୬ ଘଣ୍ଟାରୁ ବି କମ୍ ସମୟ ଶୋଉଛନ୍ତି ତେବେ ଏହାର ଅର୍ଥ ଆପଣ ଠିକ୍ ଭାବରେ ଶୋଇ ନାହାନ୍ତି । ଏହି କାରଣରୁ ଆପଣଙ୍କୁ କେତେବେଳେ ଆଉ କେଉଁଠି ବି ନିଦ ଆସିଯାଇପାରେ । ଖାଦ୍ୟ ଓ ପାନୀୟ ପରି ଆପଣଙ୍କ ଶରୀର ଲାଗି ନିଦର ଆବଶ୍ୟକତା ମଧ୍ୟ ସେତିକି ପରିମାଣରେ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯେଉଁ ଲୋକମାନେ ଠିକ୍ ସମୟ ଶୋଇ ନ ଥାନ୍ତି ସେମାନେ ମଧୁମେହ, ହୃଦରୋଗ, ମୋଟାପା, ଉଚ୍ଚ ରକ୍ତଚାପ, ଡିପ୍ରେସନ ଆଦିର ଶିକାର ଶୀଘ୍ର ହୋଇଥାନ୍ତି । ଏଣୁ ଯେମିତି ହେଲେ ବି ଜଣେ ବ୍ୟକ୍ତି ଦିନକୁ ୭ରୁ ୮ ଘଣ୍ଟା ଶୋଇବା ଉଚିତ ।

Get real time updates directly on you device, subscribe now.