fbpx

ୱେଷ୍ଟ ଇଣ୍ଡିଜ ସିରିଜ ପରେ ଅନ୍ୟ ଦଳରୁ ଖେଳିବେ ଅଜିଙ୍କ୍ୟା ରାହାଣେ: ଅଚାନକ ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ସୁନ୍ଦର ପ୍ରଦର୍ଶନ କରି ଏବେ ଭାରତୀୟ ଦଳରେ ଦମଦାର କମବ୍ୟାକ କରି ସାରିଛନ୍ତି ଷ୍ଟାର ପ୍ଲେୟର ଅଜିଙ୍କ୍ୟା ରାହାଣେ । କିନ୍ତୁ କେବଳ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଖେଳିବା ପରେ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବିଦେଶରେ ଆଉ ଏକ ଦଳ ତରଫରୁ ଖେଳିବା ପାଇଁ ରାହାଣେ ପ୍ରସ୍ତୁତ ହେଉଛନ୍ତି । ତେବେ ଭାରତର ଆଗାମୀ ୱେଷ୍ଟଇଣ୍ଡିଜ ଗସ୍ତ ପରେ ରାହାଣେ ବିଦେଶରୁ ଖେଳିବେ ବୋଲିସ୍ପଷ୍ଟ କରି ଦେଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଭାରତୀୟ ଫ୍ୟାନ୍ସ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି ।

ଆସନ୍ତା ମାସ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ଟିମ ଇଣ୍ଡିଆ । ଏହି ଗସ୍ତରେ ଦୁଇଟି ଟେଷ୍ଟରେ ରାହାଣେ ଖେଳିବା ଏକ ପ୍ରକାର ସୁନିଶ୍ଚିତ ହୋଇଥିବା ବେଳେ ସୀମିତ ଓଭର କ୍ରିକେଟରେ ମଧ୍ୟ ତାଙ୍କୁ କମବ୍ୟାକ କରିବାର ସୁଯୋଗ ମିଳିପାରେ । କିନ୍ତୁ ଏହା ପୂର୍ବରୁ ସେ ବଡ ନିଷ୍ପତ୍ତି ନେଇଛନ୍ତି । ୱେଷ୍ଟଇଣ୍ଡିଜ ଗସ୍ତ ପରେ ଇଂଲିଶ କାଉଣ୍ଟି କ୍ରିକେଟରେ ଲିସେଷ୍ଟଶର ତରଫରୁ ଖେଳିବାକୁ ଯାଉଛନ୍ତି ରାହାଣେ । ତେବେ ଚଳିତବର୍ଷ ଜାନୁୟାରୀରେ ରାହାଣେ ଲିସେଷ୍ଟଶର ସହିତ ଚୁକ୍ତି କରିଥିଲେ ଯେ, ଆଇପିଏଲ ପରେ ସେ ଏହି ଟିମ୍ ପାଇଁ କ୍ରିକେଟ ଖେଳିବେ । ଜୁନ୍ ମାସରୁ ସେପ୍ଟେମ୍ବର ମଧ୍ୟରେ ଏହି ଦଳ ପାଇଁ ୮ଟି ଫାଷ୍ଟ କ୍ଲାସ କ୍ରିକେଟ ଖେଳିବା ସହ ସମ୍ପୂର୍ଣ୍ଣ ଲଣ୍ଡନ କପ୍ ମଧ୍ୟ ଖେଳିବେ । କିନ୍ତୁ ଆଇପିଏଲରେ ତାଙ୍କର ଦମଦାର ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳରେ ସେ ସ୍ଥାନ ପାଇଥିଲେ । ତେଣୁ କାଉଣ୍ଟି କ୍ରିକେଟରେ ସେ ଯୋଗ ଦେଇ ପାରି ନଥିଲେ ।

WTC Final 2023: Twitter Applauds Ajinkya Rahane as He Narrowly Misses Out  on Ton

ତେବେ ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ୱେଷ୍ଟଇଣ୍ଡିଜ ଗସ୍ତରୁ ସିଧା ଇଂଲଣ୍ଡ ଗସ୍ତରେ ଯିବେ ଭାରତୀୟ ଦଳର ପୂର୍ବତନ ଉପ-ଅଧିନାୟକ ଅଜିଙ୍କ୍ୟା ରାହାଣେ । ସେଠାରେ ଲିସେଷ୍ଟଶର ତରଫରୁ ବାକି ମ୍ୟାଚ ଖେଳିବା ସହିତ ୪ କାଉଣ୍ଟି ମ୍ୟାଚ ଖେଳିବା ନେଇ ମଧ୍ୟ ସମ୍ଭାବନା ରହିଛି । ତେବେ ସୀମିତ ଓଭର କ୍ରିକେଟରେ ତାଙ୍କୁ ସ୍ଥାନ ମିଳିଲେ ସେ ପୁଣିଥରେ ଟିମ ଇଣ୍ଡିଆ ସହ ଯୋଗ ଦେଇପାରନ୍ତି ।

Get real time updates directly on you device, subscribe now.