fbpx

‘ବାହୁବଳୀ’ ସିଙ୍ଗଡା: ଖାଇବା ପାଇଁ ମିଳିବ ୭୧ ହଜାର ଟଙ୍କା ପୁରସ୍କାର, ଗୋଟିଏ ସର୍ତ୍ତ

ରାବିଡି ଏବଂ ଗଜକ ପାଇଁ ପ୍ରସିଦ୍ଧ ଉତ୍ତରପ୍ରଦେଶର ମେରଠ ବର୍ତ୍ତମାନ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଏଠାରେ ପ୍ରସ୍ତୁତ ହେଉଥିବା ‘ବାହୁବଳୀ ସିଙ୍ଗଡା’ ଲୋକଙ୍କୁ ଖୁବ ଆକର୍ଷିତ କରୁଛି । ଆଳୁ, ମଟର ଏବଂ ପନିର ସାଙ୍ଗକୁ ମସାଲା ଇତ୍ୟାଦିକୁ ନେଇ ପ୍ରସ୍ତୁତ ହୋଇଛି ଏହି ସିଙ୍ଗଡା । ଏହି ‘ବାହୁବଳୀ ସିଙ୍ଗଡା’ ଓଜନ ପ୍ରାୟ ୧୩୨ କେ.ଜି ହେବ ବୋଲି ଜାଣିବାକୁ ମିଳିଛି । ବର୍ତ୍ତମାନ ଏହି ଆଇଟମ୍ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହାକୁ ଖାଇବା ପାଇଁ ୭୧ ହଜାର ଟଙ୍କାର ପୁରସ୍କାର ରଖାଯାଇଛି । କିନ୍ତୁ ଏଥିପାଇଁ ଗୋଟିଏ ସର୍ତ୍ତ ପୂରଣ କରିବାକୁ ହେବ ।

ସୂଚନା ଅନୁସାରେ, ଲାଲକୁର୍ତ୍ତିସ୍ଥିତ କୌଶଲ ସୁଇଟ୍ସର ମାଲିକ ଶୁଭମ କୌଶଲ ଏହି ସିଙ୍ଗଡାକୁ ନେଇ ବଡ ଘୋଷଣା କରିଛନ୍ତି । ନିଜେ ତିଆରି କରୁଥିବା ସିଙ୍ଗଡାକୁ ଲୋକପ୍ରିୟ କରିବା ସହ ଚର୍ଚ୍ଚାକୁ ଆଣିବା ପାଇଁ ସେ ଚେଷ୍ଟା କରୁଥିଲେ । ଏହି ସମୟରେ ୧୨ କେ.ଜି ଓଜନର ଏହି ‘ବାହୁବଳୀ ସିଙ୍ଗଡା’କୁ ପ୍ରସ୍ତୁତ କରିବା ପାଇଁ ମନସ୍ଥ କରିଥିଲେ ଶୁଭମ । ତେବେ ଏହି ସିଙ୍ଗଡାକୁ ୩୦ ମିନିଟ ଭିତରେ ଖାଇ ଶେଷ କରିବା ବ୍ୟକ୍ତିଙ୍କ ପାଇଁ ରହିଛି ଏକ ବଡ ପୁରସ୍କାର ରାଶି । ଶୁଭମଙ୍କ ତରଫରୁ ତାଙ୍କୁ ୭୧ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ଏଠାରେ ‘ବାହୁବଳୀ ସିଙ୍ଗଡା’ର ଖୁବ କ୍ରେଜ ରହିଛି । ଏମିତି କି ଲୋକେ ଜନ୍ମଦିନରେ କେକ୍ କାଟିବା ପରିବର୍ତ୍ତେ ଏହି ‘ବାହୁବଳୀ ସିଙ୍ଗଡା’ କାଟିବା ପାଇଁ ଇଚ୍ଛା କରନ୍ତି ।

Bahubali Samosa Of Meerut: This Giant 8Kg Baahubali Samosa Could Win You  Rs. 51000 Cash Prize - VIDEO: कभी देखा है 8 किलो का बाहुबली समोसा, खाने पर  मिलेगा 51 हजार का इनाम!

ତେବେ ଏହି ସିଙ୍ଗଡାକୁ ପ୍ରସ୍ତୁତ କରିବା ପାଇଁ ୩ ଜଣ ରୋଷେୟାଙ୍କୁ ୬ ଘଣ୍ଟା ସମୟ ଲାଗୁଥିବା ବେଳେ କଡେଇରେ ଛଣା ହେବା ପାଇଁ ଦେଢ ଘଣ୍ଟା ଲାଗିଥାଏ । ଏହି ‘ବାହୁବଳୀ ସିଙ୍ଗଡା’ ବର୍ତ୍ତମାନ ଫୁଡ ବ୍ଲଗର ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କୁ ମଧ୍ୟ ନିଜ ଆଡକୁ ଆକର୍ଷିତ କରୁଛି । ବିଭିନ୍ନ ସହରରୁ ଲୋକେ ଏଠାକୁ ଆସି ‘ବାହୁବଳୀ ସିଙ୍ଗଡା’ ବିଷୟରେ ପୁାରି ବୁଝିବା ସହ ଏହାକୁ ଖାଉଥିବା କହିଛନ୍ତି ଶୁଭମ । ଫେମସ୍ ‘ବାହୁବଳୀ ସିଙ୍ଗଡା’ର ମୂଲ୍ୟ ୧୫୦୦ ଟଙ୍କା ହୋଇଥିବା ବେଳେ ଲୋକମାନଙ୍କୁ ଏଥିପାଇଁ ପୂର୍ବରୁ ବୁକିଙ୍ଗ କରିବାକୁ ପଡିଥାଏ ।

Get real time updates directly on you device, subscribe now.