fbpx

ଆଉଟ କରିଦେଲେ ବୋଲି ସଚିନଙ୍କୁ ହତ୍ୟା: ପଡିଆ ଭିତରେ ତଣ୍ଟି ଚିପି ମାରିଦେଲେ ବ୍ୟାଟ୍ସମ୍ୟାନ

କ୍ରିକେଟ ଖେଳରୁ କଥା ଯାଇ ପହଞ୍ଚିଯାଇଛି ହତ୍ୟା ପାଖରେ । ବୋଲର ଆଉଟ କରି ଦେବାରୁ ବ୍ୟାଟ୍ସମ୍ୟାନ ତାଙ୍କୁ ହତ୍ୟା କରି ଦେଇଥିବା ଭଳି ଘଟଣା ସାମନାକୁ ଆସିଛି । ସାଙ୍ଗ ହୋଇ କ୍ରିକେଟ ଖେଳୁଥିବା ବେଳେ ଏହି କ୍ରିକେଟ ଖେଳ ଯେ କାଳ ପାଲଟିଯିବ, ତାହା କେହି ଆଶା ବି କରି ପାରି ନଥିଲେ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁରରେ । ତେବେ ଏଭଳି କାଣ୍ଡ ଘଟାଇବା ପରେ ସାଥୀରେ ଖେଳୁଥିବା ଅନ୍ୟ ସମସ୍ତେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ।

ସୂଚନା ଅନୁସାରେ, କାନପୁରର ଘଟମପୁର ଅଞ୍ଚଳରେ କିଛି ପିଲା ମିଶି କ୍ରିକେଟ ଖେଳୁଥିଲେ । ଏମାନଙ୍କ ଭିତରେ ଖେଳୁଥିଲେ ମୋହନ ସିଂହଙ୍କ ପୁଅ ସଚିନ୍ । ତେବେ ସେ ବୋଲିଂ କରୁଥିବା ବେଳେ କିଶୋର ବ୍ୟାଟିଙ୍ଗ କରୁଥିଲେ । ତେବେ ସଚିନଙ୍କ ବଳରେ କିଶୋର କ୍ଲିନ ବୋଲ୍ଡ ହୋଇ ଆଉଟ ହୋଇ ଯାଇଥିଲେ । କିନ୍ତୁ କିଶୋର ଏହାକୁ ଗ୍ରହଣ ନ କରିବାରୁ ଉଭୟଙ୍କ ମଧ୍ୟରେ ବିବାହ ଉପୁଜିଥିଲା । ଆଉ ଚାହୁଁ ଚାହୁଁ ଏହି ସାମାନ୍ୟ ବିବାଦ ଭୟଙ୍କର ରୂପ ନେଇଥିଲା । ପାଟିତୁଣ୍ଡ ଭିତରେ କିଶୋର ରାଗିଯାଇ ସଚିନଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରି ଦେଇଥିବା ଜାଣିବାକୁ ମିଳିଛି ।

ତେବେ ଖବର ପାଇ ସଚିନଙ୍କ ପରିବାର ଲୋକେ ତାଙ୍କୁ ଘାଟମପୁର ମେଡିକାଲକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ସେପଟେ ସଚିନଙ୍କ ହତ୍ୟା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ତେବେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ତେବେ ସାମାନ୍ୟ ଘଟଣାରୁ ଏତେ ବଡ କାଣ୍ଡ ଘଟି ଯାଇଥିବାରୁ ଏ ମାମଲାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଲାଗି ରହିଛି ।

Get real time updates directly on you device, subscribe now.