fbpx

୨୧ ନୁହେଁ, ୨୨ ତାରିଖରୁ ଖୋଲିବ ସ୍କୁଲ: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଲେ ଜିଲ୍ଲାପାଳ

ସମ୍ବଲପୁର: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମପ୍ରବାହରୁ ସାମାନ୍ୟ ମୁକ୍ତି ମିଳିଛି । କିନ୍ତୁ ଏବେ ବି ପଶ୍ଚିମ ଓଡିଶାର କିଛି ଅଞ୍ଚଳରେ ପ୍ରବଳ ଖରା ଏବଂ ତାତିରେ ବିଶେଷ ହ୍ରାସ ହୋଇ ନାହିଁ । ତେବେ ଗ୍ରୀଷ୍ମପ୍ରବାହ କମ୍ ହେବା ପରେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୧ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ସମ୍ବଲପୁର ଜିଲ୍ଲାପାଳ ଏହି ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ।

ସମ୍ବଲପୁରରେ ୨୧ ପରିବର୍ତ୍ତେ ୨୨ ତାରିଖରେ ଖୋଲିବ ସମସ୍ତ ସ୍କୁଲ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । କିନ୍ତୁ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲରେ ପାଠପଢା ହେବ । ସକାଳ ୬.୩୦ରୁ ସ୍କୁଲ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ସହିତ ସକାଳ ୯.୩୦ରୁ ୧୦ଟା ସୁଦ୍ଧା ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ତେବେ ୨୬ ତାରିଖରୁ ସ୍କୁଲ ସ୍ୱାଭାବିକ ସମୟରେ ଚାଲିବ । ନିୟମିତ ସମୟ ଅନୁସାରେ, ପାଠପଢା ସହିତ ମଧ୍ୟାହ୍ନ ଭୋଜନ ଦେବେ ସ୍କୁଲ କର୍ତ୍ତୃପକ୍ଷ । ସହରରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.