fbpx

ଯୁକ୍ତଦୁଇ ଆଡମିଶନ ପାଇଁ ଆବେଦନ ତାରିଖ ବୃଦ୍ଧି: ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅନୁରୋଧ ପରେ ଗଣଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ତାରିଖ ବୃଦ୍ଧି ପାଇଛି । ପୂର୍ବରୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ତାରିଖ ଜୁନ ୨୦ ରହିଥିବା ବେଳେ ଏବେ ତାହା ଜୁନ ୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବହୁ ଅଭିଭାବକ, ବିଭିନ୍ନ କଲେଜର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କର ଅନୁରୋଧ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକାଦଶ ଶ୍ରେଣୀ ପାଇଁ ସାମସ ପୋର୍ଟାଲ (https://www.samsodisha.gov.in) ଜରିଆରେ ଆବେଦନ ତାରିଖ ବୃଦ୍ଧି କରିଛନ୍ତି ।

ଯୁକ୍ତଦୁଇ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଜୁନ ୨୬ ତାରିଖ ସୁଦ୍ଧା ଆବେଦନ କରିବା ପରେ ଜୁଲାଇ ମାସ ୨ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ଆଡମିଶନ ଜୁଲାଇ ୩ରୁ ଆରମ୍ଭ ହୋଇ ୮ରେ ସରିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୬ରେ ପ୍ରକାଶ ପାଇବା ପରେ ୧୯ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ସମ୍ପାଦନ କରାଯିବ ।

ସେହିପରି ଜୁଲାଇ ୧୭ ତାରିଖରୁ ଅନଲାଇନ୍ ସ୍ପଟ୍ ଚୟନ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇ ୨୭ରେ ସମାପ୍ତ ହେବ । ପୂର୍ବରୁ ନିର୍ଦ୍ଧାରିତ ସୂଚୀ ଅନୁସାରେ ଜୁଲାଇ ୨୯ରେ ଏକାଦଶ ଶ୍ରେଶୀର ପାଠପଢ଼ା ଆରମ୍ଭ ହେବ । ବର୍ତ୍ତମାନ ସୁଦ୍ଧା ସାମସ ପୋର୍ଟାଲରେ ୪ ଲକ୍ଷ ୪୫ ହଜାର ୮୮୭ଜଣ ଆବେଦନକାରୀ ଯୁକ୍ତଦୁଇ ପାଠ୍ୟକ୍ରମ ପାଇଁ ଆବେଦନ କରିସାରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇଥିଲା । ସେହିପରି ଗତମାସ ୩୧ ତାରିଖରେ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା ।

Get real time updates directly on you device, subscribe now.