fbpx

ରୋହିତଙ୍କ ପରେ କିଏ ହେବେ ଅଧିନାୟକ? ଭାରତୀୟ ଟେଷ୍ଟ ଟିମର ନେତୃତ୍ୱ ନେଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ପରାଜୟ ପରେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱକୁ ନେଇ ଉଠିଛି ପ୍ରଶ୍ନ । ଆଇସିସିର ବିଭିନ୍ନ ନକ୍ ଆଉଟ ମ୍ୟାଚରେ ବାରମ୍ବାର ବିଫଳ ହେବା ପରେ ଦଳର ଅଧିନାୟକ ପରିବର୍ତ୍ତନ କରିବା ପାଇଁ ଆଲୋଚନା ହେବାରେ ଲାଗିଛି । ତେଣୁ ବର୍ତ୍ତମାନ ଭାରତର ପରବର୍ତ୍ତୀ ଅଧିନାୟକ ଖୋଜା ଆରମ୍ଭ ହୋଇଯାଇଛି । ଟିମ ଇଣ୍ଡିଆର ନୂତନ ଅଧିନାୟକ କିଏ ହେବେ ସେ ନେଇ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି । ତେବେ ଏହି ତାଲିକାରେ ଟିମ ଇଣ୍ଡିଆର ଅନେକ ଯୁବ ଖେଳାଳି ସାମିଲ ରହିଛନ୍ତି ।

ଭାରତ ପାଇଁ ଆଗକୁ କିଏ ଅଧିନାୟକ ପଦ ନେବେ ସେ ନେଇ ଏକ ବୟାନ ଦେଇଛନ୍ତି ଭାରତର ପୂର୍ବତନ ମହାନ ଖେଳାଳି ସୁନୀଲ ଗାଭାସ୍କର । ରୋହିତ ଶର୍ମାଙ୍କ ପରେ ଏହି ଯୁବ ତାରକାମାନଙ୍କ ମଧ୍ୟରୁ କେହି ଜଣେ ଦଳର ନେତୃତ୍ୱ ନେଇପାରନ୍ତି ।

Pujara has been made the scapegoat to hide failures of other batters:  Gavaskar's scathing attack on selectors - Crictoday

ଶୁଭମନ ଗିଲ: ଭାରତର ପରବର୍ତ୍ତୀ ଅଧିନାୟକ ତାଲିକାରେ ଖୁବ ଆଗରେ ରହିଛନ୍ତି ଷ୍ଟାର ଓପନର ଶୁଭମନ ଗିଲ । ଭାରତୀୟ ଦଳରେ ବର୍ତ୍ତମାନ ଯୁବ ତାରକା ମାନଙ୍କ ମଧ୍ୟରେ ସମସ୍ତଙ୍କ ପାଖରେ ଲୋକପ୍ରିୟ ହୋଇପାରିଛନ୍ତି ଶୁଭମନ । ରୋହିତଙ୍କ ପରେ ସେ ଦଳର ନେତୃତ୍ୱ ହାସଲ କରିପାରନ୍ତି ବୋଲି କହିଛନ୍ତି ସୁନୀଲ ।

ଅକ୍ଷର ପଟେଲ: ଟିମ ଇଣ୍ଡିଆର ଅନ୍ୟ ଯୁବ ତାରକା ତଥା ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି । ରୋହିତଙ୍କ ପରେ ସେ ମଧ୍ୟ ଦଳରେ ଅଧିନାୟକ ପଦ ଗ୍ରହଣ କରିପାରନ୍ତି । ଲଗାତାର ଦମଦାର ପ୍ରଦର୍ଶନ ଯୋଗୁଁ ସେ ଦଳରେ ସାମିଲ ହୋଇଛନ୍ତି । ଏହାବ୍ୟତୀତ ଆଇପିଏଲ-୨୦୨୩ରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଉପ-ଅଧିନାୟକ ପଦ ମଧ୍ୟ ପାଇଛନ୍ତି ।

ଇଶାନ କିଶାନ: ଟିମ ଇଣ୍ଡିଆର ୱିକେଟ-କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ମଧ୍ୟ ଦଳର ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରିପାରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟ ଦଳରେ ସେ ଖେଳିବାର ସୁଯୋଗ ପାଇନଥିଲେ ମଧ୍ୟ ଆଗକୁ ରୋହିତଙ୍କ ସ୍ଥାନରେ ସେ ନେତୃତ୍ୱ ନେଇପାରନ୍ତି ବୋଲି କହିଛନ୍ତି ସୁନୀଲ ।

ଏହାବ୍ୟତୀତ ଭାରତୀୟ ଦଳରେ ଅଧିନାୟକ ପଦ ପାଇଁ ଆହୁରି କିଛି ଖେଳାଳି ତାଲିକାରେ ରହିଛନ୍ତି । ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଉପ-ଅଧିନାୟକ ଭାବରେ ଦାୟିତ୍ୱ ନେଇଥିବା ଅଜିଙ୍କ୍ୟା ରାହାଣେ ମଧ୍ୟ ଦାୟିତ୍ୱ ନେଇପାରନ୍ତି । ତେବେ ରାହାଣେଙ୍କ ବ୍ୟତୀତ ଋଷଭ ପନ୍ତ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱୀନ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ସେହିପରି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟେଷ୍ଟ ଟିମରେ କମବ୍ୟାକ କଲେ ତାଙ୍କୁ ମଧ୍ୟ ଏହି ପଦ ଦେଇପାରେ ଟିମ ମ୍ୟାନେଜମେଣ୍ଟ ।

Get real time updates directly on you device, subscribe now.