fbpx

କୃଷକଙ୍କ ଲାଗି ଖୁସି ଖବର, ୩ ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଲାଭକାରୀ ଯୋଜନା ଘୋଷଣା କଲେ ସରକାର

ନୂଆଦିଲ୍ଲୀ:କେନ୍ଦ୍ର ସରକାର ବୁଧବାର କୃଷକମାନଙ୍କ ଲାଗି ୩ ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଲାଭକାରୀ ଯୋଜନା ବିଷୟରେ ଘୋଷଣା କରିଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳର ଆର୍ଥିକ ବିଷୟକ ସମିତି ବୈଠକରେ ଏହି ସମସ୍ତ ଯୋଜନାକୁ ଆଜି ମଞ୍ଜୁରୀ ଦିଆଯାଇଛି । କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକଙ୍କ ଲାଗି ୩.୭୦ ଲକ୍ଷ କୋଟି ଟଙ୍କାର ବୃହତ୍ତ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଏହି ପ୍ୟାକେଜ୍ ରେ କୃଷକଙ୍କ ଲାଗି ଏପରି ବହୁ ସୁବିଧା ରହିଛି ଯାହା କୃଷକଙ୍କ ଅର୍ଥନୈତିକ ବିକାଶ ଉପରେ କେନ୍ଦ୍ରିତ ।

ଏହା ସହିତ ସରକାର ୨୦୨୩-୨୪ ଚିନି ଉତ୍ପାଦନ ଋତୁ ଲାଗି ଆଖୁ ଚାଷୀଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଆଖୁର ଉଚିତ ଓ ଲାଭକାରୀ ମୂଲ୍ୟ ସରକାର କ୍ୱିଣ୍ଟାଲ ପ୍ରତି ୧୦ ଟଙ୍କା ବୃଦ୍ଧି କରି ୩୧୫ ଟଙ୍କା କରିଦେଇଛନ୍ତି । କେବଳ ଏତିକି ନୁହେଁ ଜମିରେ ବିକଳ୍ପ ଉର୍ବରକକୁ ପ୍ରୋତ୍ସାହନ ଓ ରାସାୟନିକ ସାର ପ୍ରୟୋଗକୁ କମ୍ କରିବା ଲାଗି ରାଜ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ନୂଆ ଯୋଜନା “ପିଏମ୍ ପ୍ରଣାମ’କୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ଏହା ସହିତ ଏବେ ଜାରି ରହିଥିବା ୟୁରିଆ ସବସିଡି ଯୋଜନାକୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜାରି ରଖିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସରକାର କୃରକଙ୍କୁ ନିରନ୍ତର ୟୁରିଆ ଉପଲବ୍ଧ କରାଇବା ଲାଗି ୟୁରିଆ ସବସିଡି ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ୩ ବର୍ଷ ପାଇଁ (୨୦୨୨-୨୫) ୟୁରିଆ ସବସିଡି ଲାଗି ସରକାର ୩,୬୮,୬୭୬.୭ କୋଟି ଟଙ୍କା ଖର୍ଚ୍ଚ କରିବେ ।

Get real time updates directly on you device, subscribe now.