fbpx

୮୭ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ପରୀକ୍ଷାରେ ପାସ୍ କରିବା ଲାଗି ଆପଣାଇଥିଲେ ଅନୁଚିତ ମାର୍ଗ

ନୂଆଦିଲ୍ଲୀ: ଏଆଇ ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉତ୍ତରପ୍ରଦେଶ ପୋଲିସକୁ ବଡ ସହାୟତା କରିଛି । ଆଡଭାନ୍ସଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଫେସ୍ ରେକଗନିସନ ସଫ୍ଟୱେୟାର ଉପଯୋଗରେ ଉତ୍ତରପ୍ରଦେଶ ପୋଲିସ ପ୍ରତିଯୋଗୀ ପରୀକ୍ଷାରେ ନକଲ କରୁଥିବା ୮୭ ଜଣ ସନ୍ଦିଗ୍ଧ ବ୍ୟକ୍ତିିଙ୍କୁ ଧରିବାରେ ସକ୍ଷମ ହୋଇଛି । ପୋଲିସ କହିଛି ସବୁଠାରୁ ଅଧିକ ୧୧ ଜଣ ସନ୍ଦିଗ୍ଧଙ୍କୁ ଲକ୍ଷ୍ନୌରୁ ଗିରଫ କରାଯାଇଛି । ସେହିପରି ଦିଲ୍ଲୀର ଗୌତମ ବୁଦ୍ଧ ନଗର ଓ ଗାଜିଆବାଦ ଜିଲ୍ଲାରୁ ମୋଟ ୧୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ।

ଗିରଫ କରାଯାଇଥିବା ଲୋକଙ୍କ ମଧ୍ୟରେ ଡମି ପ୍ରତିଯୋଗୀ ସାମିଲ ଥିଲେ ଯେଉଁମାନଙ୍କୁ ସଲଭର୍ କୁହାଯାଏ । ଏମାନେ ପ୍ରକୃତ ପ୍ରତିଯୋଗୀଙ୍କ ଯାଗାରେ ଧୋକାଦାରୀ କରି ଉପସ୍ଥିତ ରହି ପରୀକ୍ଷା ଦେଉଥିଲେ । ଉତ୍ତରପ୍ରଦେଶ ଅଧୀନସ୍ଥ ସେବା ଚୟନ ଆୟୋଗ ପକ୍ଷରୁ ଗ୍ରାମ ବିକାଶ ଅଧିକାରୀ (ଭିଡିଓ) ପଦବୀ ଲାଗି ନିଯୁକ୍ତି ନିମନ୍ତେ ପରୀକ୍ଷାରେ ପାସ୍ କରିବା ଲାଗି ଏମାନେ ଅନୁଚିତ ମାର୍ଗ ଆପଣାଇଥିଲେ ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାର୍ଗ ଦର୍ଶନରେ ପରୀକ୍ଷାରେ ଶୁଦ୍ଧତା ଓ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଲାଗି ସେବା ଚୟନ ଆୟୋଗ ବା ୟୁପିଏସଏସଏସସି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷା ସହ ସମ୍ବନ୍ଧିତ ସମସ୍ତ ଗତିବିଧିର ଲାଇଭ୍ ଷ୍ଟ୍ରିମିଂ ସହିତ ସମସ୍ତ କେନ୍ଦ୍ରରେ ପରୀକ୍ଷା ଉପରେ କଡା ନଜର ରଖାଯାଇଥିଲା । ଏହି କ୍ରମରେ ଆୟୋଗ ପକ୍ଷରୁ ଆଡଭାନ୍ସଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଫେସ୍ ରେକଗନିସନ ସଫ୍ଟୱେୟାର ଓ ଟେକନିକର ଉପଯୋଗ କରାଯାଇ ଓ ବିଶେଷ ସୁରକ୍ଷା କର୍ମୀ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନର ସକ୍ରିୟ ସମର୍ଥନରେ ଜଣେ ମହିଳାଙ୍କ ସହିତ ୮୭ ଜଣ ସଲଭର (ନକଲି ପ୍ରତିଯୋଗୀ)ଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.