ଖାଦ୍ୟ ଖାଇସାରିବା ପରେ ଭୁୁଲ୍ ରେ ବି କରନ୍ତୁନି ଏହି ୩ କାମ, ସ୍ୱାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ

ଶରୀରକୁ ସୁସ୍ଥ ରଖିବା ଲାଗିବ ଆମକୁ ଦୈନିକ ଦିନଚର୍ଯ୍ୟାରେ ବହୁ କଥା ଉପରେ ଧ୍ୟାନ ଦେବାକୁ ହୋଇଥାଏ । ଶରୀରକୁ ଫିଟ୍ ଓ ସୁସ୍ଥ ରଖିବା ଲାଗି ପର୍ଯ୍ୟାପ୍ତ ଭୋଜନ ଓ ପର୍ଯ୍ୟାପ୍ତ ପାଣିର ଆବଶ୍ୟକତା ରହିଛି । ସୁଷମ ଖାଦ୍ୟ ଆମ ଦିନଚର୍ଯ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କିନ୍ତୁ ଆମେ ଏହା ଉପରେ କମ୍ ଧ୍ୟାନ ଦେଇଥାଉ । ଏହି କ୍ରମରେ ଆଜି ଆସନ୍ତୁ ଜାଣିବା ଭୋଜନ ସମୟରେ କେଉଁ କେଉଁ ନିୟମ ଉପରେ ବିଶେଷ ଧ୍ୟାନ ଦେବା ଉଚିତ ।
ଖାଇବା ପରେ ପରେ ପାଣି ପିଅନ୍ତୁ ନାହିଁ:
ଖାଇବା ପରେ ଯେଉଁମାନେ ପାଣି ପିଇଥାନ୍ତି ବିଶେଷକରି ଥଣ୍ଡା ପାଣି ପିଇଥାନ୍ତି ସେମାନେ ସାବଧାନ ହୋଇଯିବା ଉଚିତ । ଖାଦ୍ୟ ଖାଇବା ପରେ ଆମେ କେବଳ ଏକ କିମ୍ବା ଦୁଇ ଢୋକ ପାଣି ପିଇପାରିବା ଯାହା ଆମ ଖାଦ୍ୟ ନଳୀକୁ ସଫା କରି ଦେଇଥାଏ । କିନ୍ତୁ ଅଧିକ ପାଣି ବା ପେଟ ଭର୍ତ୍ତି କରି ପାଣି ପିଇବା ଅନୁଚିତ । ପାଣି ପିଇବା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ରକୁ କ୍ଷତି ପହଞ୍ଚିଥାଏ । ଖାଦ୍ୟ ହଜମ କରିବାରେ ପାଚନତନ୍ତ୍ରକୁ ସମସ୍ୟା ହୋଇଥାଏ । ଫଳରେ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।
ଖାଇସାରିବା ପରେ ପରିଶ୍ରମ କରନ୍ତୁ ନାହିଁ:
ଖାଇସାରିବା ପରେ ବ୍ୟାୟାମ କରିବା ଅନୁଚିତ । ପ୍ରାୟ ସମୟରେ ଲୋକମାନେ ଖାଇ ସାରିବା ପରେ ଚାଲିବାକୁ ବାହାରି ଯାଆନ୍ତି ଯାହା ଆପଣଙ୍କ ହଜମ କ୍ରିୟା ଲାଗି ଠିକ୍ ନୁହେଁ । ଏହା ସହିତ ଖାଇସାରିବା ପରେ ମାନସିକ ପରିଶ୍ରମ ବି କରିବା ଅନୁଚିତ । ଭୋଜନ କରିବା ପରେ ଆପଣ କେବଳ ବିଶ୍ରାମ ନେବା ଉଚିତ । ଏହାଦ୍ୱାରା ଆପଣଙ୍କ ଶରୀରରେ ଥିବା ପାଚନ ତନ୍ତ୍ର ସଠିକ୍ ଭାବରେ କାମ କରିପାରିଥାଏ ଓ ଆପଣଙ୍କ ଭୋଜନ ଠିକ୍ ଭାବରେ ହଜମ ହୋଇଥାଏ ।
ଭୋଜନ କରିବା ପରେ ଶୁଅନ୍ତୁ ନାହିଁ:
ଖାଦ୍ୟ ଖାଇସାରିବା ପରେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ । ଖାଇସାରିବା ପରେ ପ୍ରାୟତଃ ଲୋକମାନେ ଶୋଇ ଯାଆନ୍ତି । ଏହାଦ୍ୱାରା ଆମ ଶରୀରରେ ଥିବା ପାଚନତନ୍ତ୍ରର କାମ ଧିମା ହୋଇଯାଏ । ଫଳରେ ଖାଦ୍ୟ ଠିକ୍ ଭାବରେ ହଜମ ହୋଇପାରେ ନାହିଁ । ଏହି କାରଣରୁ ବିଭିନ୍ନ ପେଟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।