fbpx

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ସଲିସିଟର ଜେନେରାଲ ଭାବେ ପୁଣି ନିଯୁକ୍ତି ପାଇଲେ ତୁଷାର ମେହତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ଆସିଛି । ସଲିସିଟର ଜେନେରାଲ ପଦରେ ପୂର୍ବରୁ ରହିଥିବା ତୁଷାର ମେହତା ନିଜର ପଦ ଜାରି ରଖିବେ । ତୁଷାରଙ୍କୁ ପୁଣି ଥରେ ସଲିସିଟର ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହିତ ବିକ୍ରମଜୀତ ବାନର୍ଜୀ ଓ କେ.ଏମ ନଟରାଜଙ୍କୁ ଆଡିସନାଲ ସଲିସିଟର ଜେନେରାଲ (ସୁପ୍ରିମକୋର୍ଟ) ପଦରେ ନିଯୁକ୍ତି ଦିଆଯାଇଥିବା ନିଯୁକ୍ତି ସମିତି ପକ୍ଷରୁ ଜଣାପଡ଼ିଛି ।

ନୂଆ ସଲିସିଟର ଜେନେରାଲଙ୍କ ନିଯୁକ୍ତି ନେଇ ଆଜି କ୍ୟାବିନେଟ ନିଯୁକ୍ତି ସମିତି ପକ୍ଷରୁ ଏକ ନୋଟିସ ଜାରି କରି ସୂଚନା ଦିଆଯାଇଛି । ତୁଷାରଙ୍କୁ ଦ୍ୱିତୀୟ ଥର ପାଇଁ ସଲିସିଟର ଜେନେରାଲ ଭାବେ ନିଯୁକ୍ତି ନେଇ ମଞ୍ଜୁରୀ ମିଳିଛି । ସେ ତିନି ବର୍ଷ ପାଇଁ ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ପଦରେ ରହିବେ । ଗତ ୨୦୧୮ ମସିହାରେ କେନ୍ଦ୍ର ସରକାର ଅତିରିକ୍ତ ସଲିସିଟର ଜେନେରାଲ ଭାବେ କାର୍ଯ୍ୟ କରୁଥିବା ତୁଷାରଙ୍କୁ ସଲିସିଟର ଜେନେରାଲ ଭାବେ ନିଯୁକ୍ତି ଦେଇଥିଲେ । ୨୦୦୮ରେ ତୁଷାରଙ୍କୁ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ୨୦୧୪ରେ ତାଙ୍କୁ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଥିଲା ।

ଏହାପରେ ୨୦୨୦ ମସିହା ଜୁନ ମାସରେ କେନ୍ଦ୍ର ସରକାର ଜୁଲାଇ ପହିଲାରୁ ତିନି ବର୍ଷ ପାଇଁ ସଲିସିଟର ଜେନେରାଲ ଭାବେ ତୁଷାରଙ୍କୁ ପୁଣି ଥରେ ନିଯୁକ୍ତି ଦେଇଥିଲେ । ବିକ୍ରମଜୀତ ବାନାର୍ଜୀ, କେ.ଏମ ନଟରାଜ, ବଲବୀର ସିଂହ, ଏସଭି ରାଜୁ, ଏନ. ଭେଙ୍କଟରମଣଓ ଐଶ୍ୱର୍ଯ୍ୟ ଭାଟିଙ୍କୁ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ପୁନଃ ନିଯୁକ୍ତି ଦିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଅତିରିକ୍ତ ସିଲିସିଟର ଜେନେରାଲ ଭାବେ ମାଧବୀ ଦିବାନ, ସଞ୍ଜୟ ଜୈନ ଓ ଜୟନ୍ତ ସୁଦଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଯାଇଛି ।

Get real time updates directly on you device, subscribe now.