fbpx

ଇତିହାସ ରଚିଲା ଭାରତ: ଇରାନକୁ ହରାଇ ଭାରତୀୟ ପୁରୁଷ ଦଳ କବାଡ଼ି ଚାମ୍ପିୟନ

ନୂଆଦିଲ୍ଲୀ: ଭାରତ ଏସିଆନ କବାଡ଼ି ଚାମ୍ପିୟନ ୨୦୨୩ରେ ଇତିହାସ ରଚିଛି । ଦକ୍ଷିଣ କୋରିଆର ବୁସାନାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ତା’ର ଚିର ପ୍ରତିଦ୍ୱନ୍ଦ୍ୱୀ ଇରାନକୁ ସହଜରେ ପରାସ୍ତ କରିଥିଲା । ଏହି ବିଜୟ ଫଳରେ ଭାରତୀୟ ପୁରୁଷ ଟିମ୍ ୮ମ ଥର ପାଇଁ ଏସିଆନ୍ କବାଡ଼ି ଚାମ୍ପିୟନ ହୋଇପାରିଛି ।

ଆଜିର ଫାଇନାଲ ବିଜୟ ଫଳରେ ଭାରତ ଏକ ରେକର୍ଡ ହାସଲ କରିପାରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଇରାନକୁ ୪୩-୩୨ରେ ପରାସ୍ତ କରିପାରିଛି । ଅନ୍ୟପକ୍ଷରେ ଇରାନ କେବଳ ୨୦୦୩ରେ ପୁରୁଷ ବର୍ଗରେ ଚାମ୍ପିୟନ ହୋଇଥିଲା । ଆଜିର ମ୍ୟାଚ ଆରମ୍ଭର ୫ ମିନିଟ ମଧ୍ୟରେ ଇରାନ ଟିମ୍ ଭାରତ ଉପରେ ଭାରି ପଡ଼ିଥିଲା । ମାତ୍ର ଏହାପରେ ଭାରତୀୟ ଟିମର ଡିଫେଣ୍ଡରମାନେ କିଛି ଶାନଦାର ପ୍ରଦର୍ଶନ କରି ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଭାରତୀୟ ଦଳର ଅଧିନାୟକ ପବନ ସହରାବତ ଓ ଅସଲମ ଇନାମଦାର ଦୁହେଁ ସଫର ଆଟାକ୍ କରି ଇରାନକୁ ଅଲଆଉଟ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଭାରତ ଇରାନ ଟିମ୍ ଉପରେ ନିଜର ଦବଦବା ବିସ୍ତାର କରିଥିଲା । ଫଳରେ ଇରାନ୍ ଅଲଆଉଟ୍ ହୋଇଯାଇଥିଲା । ତେଣୁ ଭାରତୀୟ ଟିମ୍ ସହଜରେ ମ୍ୟାଚକୁ ଜିତି ନେଇଥିଲା । ଭାରତ ପକ୍ଷରୁ ପବନ ମୋଟ ୧୩ ପଏଣ୍ଟ ହାସଲ କରିନେଇଥିଲେ । ଏଥିସହିତ ଇନାମଦାର ୮ ଓ ଅର୍ଜୁନ ଦେଶବାଲ ୫ ପଏଣ୍ଟ ପାଇଥିଲେ ।

Get real time updates directly on you device, subscribe now.