fbpx

‘ସଡ଼କ ଦୁଘର୍ଟଣୋର ପ୍ରତିବର୍ଷ ଦେଢ଼ ଲକ୍ଷ ଲୋକଙ୍କର ହେଉଛି ମୃତ୍ୟୁ’

ମୁମ୍ବାଇ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଶନିବାର ଏକ କାର୍ଯ୍ୟକ୍ରମରେ ଦେଶରେ ହେଉଥିବା ସଡ଼କ ଦୁର୍ଘଟଣା ଓ ଏଥି ଯୋଗୁ ଲୋକଙ୍କ ମୃତ୍ୟୁ କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ମୁଁ ପରିବହନ ମନ୍ତ୍ରୀ ହୋଇଥିବାରୁ ମୋତେ ବହୁତ ଦୁଃଖ ଲାଗୁଛି । ଦେଶର
ପରିବହନ କ୍ଷେତ୍ରର ବିକାଶ ନିମନ୍ତେ ଯାହା ସବୁ ଆବଶ୍ୟକ ପ୍ରାଥମିକତା ଅଧାରରେ କରିଛି । ହେଲେ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବାରେ ମୁଁ ବିଫଳ ହୋଇଥିବା ଗଡକରୀ କହିଛନ୍ତି । କେନ୍ଦ୍ର ପରିବହନ ମନ୍ତ୍ରୀ କହିଛନ୍ତି ଯେପ୍ରତିବର୍ଷ ଦେଶରେ ୫ ଲକ୍ଷ ସଡ଼କ ଦୁର୍ଘଟଣା ହେଉଛି ଓ ଏଥିରେ ଦେଢ଼ଲକ୍ଷ ଲୋକେ ପ୍ରାଣ ହରାଉଛନ୍ତି ।

ତେବେ ସବୁଠୁ ଯାହା କ୍ଷୋଭର କଥା ତାହା ହେଉଛି ଏହି ସବୁ ସଡ଼କ ଦୁର୍ଘଟଣାରେ ୧୮ରୁ ୩୪ ବର୍ଷ ବୟସ ମଧ୍ୟରେ ୬୦ ପ୍ରତିଶତ ଯୁବକ ପ୍ରାଣ ହରାଉଛନ୍ତି । ତେବେ ଏହାର ମୁଖ୍ୟ କାରଣ ବିଷୟରେ ସେ ଯାହା କହିଛନ୍ତି ତାହା ହେଉଛି ଲୋକଙ୍କ ମନରେ ଆଇନ ପାଇଁ ଭୟ ନାହିଁ । ସେ କହିଛନ୍ତି ଯେ ସଡ଼କ ଦୁର୍ଘଟଣା ଲାଗି ଲୋକଙ୍କ ମନରେ ଆଇନ ପ୍ରତି ସମ୍ମାନ ଓ ଡର ଉଭୟ ନାହିଁ । ଏଣୁ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ସବୁଠୁ ଯାହା ଆଶ୍ଚର୍ଯ୍ୟର କଥା ତାହା ହେଉଛି ପାଠପଢୁଆ ଓ ଶିକ୍ଷିତ ଲୋକେ ମଧ୍ୟ ଅନିୟନ୍ତ୍ରିତ ଡ୍ରାଇଭିଂ କରୁଛନ୍ତି । ଯାହାର ଦୁସ୍ପରିଣାମ ସଡ଼କ ଦୁର୍ଘଟଣା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଶନିବାର ସକାଳେ ସମୃଦ୍ଧି ମହାମାର୍ଗରେ ଭୀଷଣ ସଡ଼କ ଦୁର୍ଘଟଣା ହୋଇଛି ଫଳରେ ଏଥିରେ ୨୬ ଜଣ ଜୀବନ୍ତ ଜଳି ପ୍ରାଣ ହରାଇଛନ୍ତି । ପୋଲିସ ସୂଚନା ଅନୁସାରେ ବସ୍‌
ନାଗପୁରରୁ ପୁଣେ ଯାଉଥିଲା । ରାତପ୍ରାୟ ସାଢ଼େ ଗୋଟାଏ ବେଳେ ଯାତ୍ରୀବାହୀ ବସ୍ ରୋଡ ଡିଭାଇଡର ସହ ଧକ୍କା ଲାଗି ଜଳି ଯାଇଥିଲା ।

Get real time updates directly on you device, subscribe now.