fbpx

ଅଜନ୍ତା ସର୍କସର ବଡ଼ ଘୋଷଣା: ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ୫୦ ପ୍ରତିଶତ ରିହାତିରେ ମିଳିବ ଟିକେଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଏକ ବଡ଼ ଖୁସି ଖବର । ଛାତ୍ରଛାତ୍ରୀଙ୍କୁ ଅଧା ଦାମରେ ଟିକେଟ ପ୍ରଦାନ କରିବ ଅଜନ୍ତା ସର୍କସ । ଦୀର୍ଘବର୍ଷ ପରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଦର୍ଶକଙ୍କୁ ମନୋରଞ୍ଜନ କରାଉଛି ଅଜନ୍ତା ସର୍କସ । ଏହି ସର୍କସ ଦେଖିବା ପାଇଁ ପ୍ରବଳ ଭିଡ଼ ଜମୁଥିବା ବେଳେ ଲୋକଙ୍କର ଆଗ୍ରହ ବଢ଼ିବାରେ ଲାଗିଛି ।

ତେବେ ଏହା ମଧ୍ୟରେ ଅଜନ୍ତା ସର୍କସ ଏକ ବଡ଼ ଘୋଷଣା କରିଛି । ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜଧାନୀରେ ଚାଲିବ ସର୍କସ । ତେବେ ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ସର୍କସର ଟିକେଟର ଦାମ୍ ୫୦ ପ୍ରତିଶତ କମ୍ କରାଯାଇଛି । ଏ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଜନ୍ତା ସର୍କସର ମ୍ୟାନେଜର ଘୋଷଣା କରିଛନ୍ତି । ଏହି ଘୋଷଣା ଫଳରେ ଏବେ ଛାତ୍ରଛାତ୍ରୀମାନେ ସର୍କସ ଦେଖିବାର ମଜା ଉଠାଇ ପାରିବେ ।

ଏହି ସର୍କସରେ ରୁଷିଆ, ଇଥିଓପିଆ ଓ ଆଫ୍ରିକାର କଳାକାରମାନେ ଚିନ୍ତାକର୍ଷକ ଖେଳ ପ୍ରଦର୍ଶନ କରି ଦର୍ଶକଙ୍କୁ ମନୋରଞ୍ଜନ କରିଥାନ୍ତି । ସେଥିରେ ଫାୟାର ଡ୍ୟାନ୍ସ, ଜୋକର କମେଡ଼ି, ରି ବାଲାନ୍ସ, ସାଇକେଲ ଫ୍ଲାଏ ପରି ୩୦ ପ୍ରକାରର ଖେଳ ପ୍ରଦର୍ଶନ କରାଯାଉଛି । ବିଶେଷକରି ଗ୍ଲୋବ ମୋଟର ସାଇକେଲ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରୁଛି । ଦୀର୍ଘ ୩୫ ଦିନ ଧରି ଚାଲିବାକୁ ଥିବା ଏହି ସର୍କସ ଗତ ୮ ତାରିଖରୁ ଆରମ୍ଭ ହୋଇଥିଲା । ପ୍ରଦିଦିନ ଅପରାହ୍ଣ ୪ଟା ଓ ୭ଟା ସମୟରେ ଦୁଇଟି ଶୋ’ ଅନୁଷ୍ଠିତ ହେଉଛି ।

Get real time updates directly on you device, subscribe now.