ଭୁବନେଶ୍ୱର : ରାଜଧାନୀରେ ଧୀରେ ଧୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏବେ ବର୍ଷାଋତୁ ଆରମ୍ଭ ହୋଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢି ପାରେ ବୋଲି ଆଶଙ୍କା କରାଯାଇଛି ।
କିଛିଦିନ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ନମୁନା ପରୀକ୍ଷା କରି ଭୁବନେଶ୍ୱରରୁ ୩୬ଟି ରୋଗି ଚିହ୍ନଟ କରାଯାଇଥିବା ବେଳେ ରବିବାର ୪୯ଟି ସଂକ୍ରମିତଙ୍କ ନମୁନା ପରୀକ୍ଷା କରି ସେଥିରୁ ୬ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ସନ୍ଦେହରେ ରବିବାର ଦ୍ୱିଗୁଣ ରୋଗୀ ହସ୍ପିଟାଲକୁ ପରୀକ୍ଷା ପାଇଁ ଆସିଥିଲେ । ଏନେଇ ଡ଼ାକ୍ତର କହିଛନ୍ତି ଯେ ମଶା ବଂଶ ନଷ୍ଟ କରିବା ପାଇଁ ସମସ୍ତ ତତ୍ପରତା ଦେଖାଇବା ଉଚିତ ।
ଏଭଳି ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ସଫେଇ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଅଧିକାଂଶ ସ୍ଥାନରେ ଭୁବନେଶ୍ୱର ବିଏମସି ପକ୍ଷରୁ ଚାରିଆଡେ ସଫା ସୁତୁରା କାର୍ଯ୍ୟ ଆରମ୍ଭ କରାଯାଇଛି ।