ପୁଣି ଶିଖର ଛୁଇଁଲେ ସେନସେକ୍ସ-ନିଫ୍ଟି: ନିବେଶକ ମାଲାମାଲ, ଗୋଟିଏ ଦିନରେ ୧.୮୨ ଲକ୍ଷ କୋଟିର ଲାଭ

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଏବେ ଦିନକୁ ଦିନ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି । ସୋମବାର ଅର୍ଥାତ୍ ଜୁଲାଇ ୩ ତାରିଖରେ ସେନସେକ୍ସ ପ୍ରଥମ ଥର ପାଇଁ ୬୫,୦୦୦ ଅଙ୍କ ପାର୍ କରିଥିଲା । ସେହିଭଳି ନିଫ୍ଟି ୧୯,୩୦୦ ଉପରକୁ ଯାଇ ମଧ୍ୟ ନୂଆ ରେକର୍ଡ କରିଥିଲା । ଏହି କାରଣରୁ ସେୟାର ବଜାରରେ ନିବେଶକ ସମ୍ପତ୍ତି ସୋମବାର ୧.୮୨ ଲକ୍ଷ କୋଟି ବଢିଯାଇଛି । ସୋମବାର କାରବାରରେ ଶକ୍ତି, ତୈଳ ଏବଂ ଗ୍ୟାସ୍‌, ମେଟାଲ୍‌, ଏଫଏମସିଜି ଏବଂ ଫାଇନସିଲ ସବୁଠୁ ଆଗରେ ରହିଥିଲା । ସେହିଭଳି ଫାର୍ମା, ଆଇଟି ସେୟାର ହ୍ରାସ ସହିତ ବନ୍ଦ ହୋଇଥିଲା । ବ୍ରଡର ମାର୍କେଟ୍‌ରେ ବିଏସ୍‌ଇର ମିଡ୍ କ୍ୟାପ ଏବଂ ସ୍ମଲ୍ କ୍ୟାପ୍ ଇଣ୍ଡେକ୍ସ କ୍ରମଶଃ ୦.୩୦ ପ୍ରତିଶତ ଏବଂ ୦.୫୬ ପ୍ରତିଶତ ବୃଦ୍ଧି ସହିତ ବନ୍ଦ ହୋଇଥିଲା ।

କାରବାର ଶେଷରେ, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ)ର ୩୦-ସେୟାର ସେନସେକ୍ସ ଇଣ୍ଡେକ୍ସ ୪୮୬.୪୯ ପଏଣ୍ଟ କିମ୍ବା ୦.୭୫ ପ୍ରତିଶତ ବଢି ୬୫,୨୦୫.୦୫ ପଏଣ୍ଟରେ ବନ୍ଦ ହୋଇଛି । ଯେତେବେଳେ କି ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜର ୫୦% (ନିଫ୍ଟି) ଷ୍ଟକ୍ ଇଣ୍ଡେକ୍ସ ନିଫ୍ଟି ୧୩୩.୫୦ ପଏଣ୍ଟ କିମ୍ବା ୦.୭୦ ପ୍ରତିଶତ ବୃଦ୍ଧି ପାଇ ୧୯,୩୨୨.୫୫ ସ୍ତରରେ ପହଞ୍ଚିଛି।

ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନୀ ମାନଙ୍କର ମୋଟ୍ ମାର୍କେଟ୍ କ୍ୟାପିଟାଲାଇଜେସନ୍ ଆଜି ୨୮ ଜୁନ୍ ଠାରୁ ବଢି ୨୯୮.୩୦ ଲକ୍ଷ କୋଟିରେ ପହଞ୍ଚି ଯାଇଛି । ଯାହା ଏହାର ଶେଷ କାରବାର ଦିନ ଅର୍ଥାତ୍ ୩୦ ଜୁନ୍‌ରେ ୨୯୬.୪୮ ଲକ୍ଷ କୋଟି ଥିଲା ।